ଓଡ଼ିଶା ବନ ବିଭାଗ ପୂରା ଫେଲ୍ , କିଛି କରୁନି: ମାନେକା ଗାନ୍ଧୀ

ଓଡ଼ିଶା ବନ ବିଭାଗ ପୂରା ଫେଲ୍ , କିଛି କରୁନି । ନା ହାତୀ ପାଇଁ ନା ସାପ ପାଇଁ, ବନ ବିଭାଗ କିଛି କରୁନି ବୋଲି ସେ ଅଭିଯୋଗ ଆଣିଛନ୍ତି । ତେବେ ମେନକାଙ୍କ ଅଭିଯୋଗ ଉପରେ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

Maneka Gandhi

ଓଡ଼ିଶା ବନ ବିଭାଗ ଉପରେ ବର୍ଷିଲେ ବିଜେପି ସାଂସଦ ତଥା ପିପୁଲ ଫର୍ ଆନିମଲ୍ ପ୍ରତିଷ୍ଠାତା ମେନକା ଗାନ୍ଧି । ରେଭ୍ ପାର୍ଟିରେ ସାପ ବିଷ ପ୍ରସଙ୍ଗରେ ଓଟିଭିକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ମାନେକା କହିଲେ ସାରା ଭାରତରେ ଏଭଳି ସାପ ବିଷ କାରବାର ଦେଖିବାକୁ ମିଳୁଛି । ଓଡ଼ିଶାରେ ବି ବ୍ୟାପକ ଭାବେ ସାପ ବିଷ କାରବାର ହେଉଛି । ଓଡ଼ିଶାରୁ ସାପ ବିଷ ବାହାରକୁ ଚାଲାଣ ହେଉଥିବା ସୂଚନା ରହିଛି ।

ଓଡ଼ିଶା ବନ ବିଭାଗ ପୂରା ଫେଲ୍ , କିଛି କରୁନି । ନା ହାତୀ ପାଇଁ ନା ସାପ ପାଇଁ, ବନ ବିଭାଗ କିଛି କରୁନି ବୋଲି ସେ ଅଭିଯୋଗ ଆଣିଛନ୍ତି । ତେବେ ମେନକାଙ୍କ ଅଭିଯୋଗ ଉପରେ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।