• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଥାରେ ଅଛି ଚାଷ ଅଛି ଯାହାର ସବୁ ଦୁଃଖ ତାହାର । ବର୍ତ୍ତମାନ ଚାଷୀ ଯେଉଁ ସମସ୍ୟା ଦେଇ ଗତି କରୁଛି ସେଥିରୁ ଏହି କଥା ପ୍ରମାଣିତ ହୋଇଛି । ଖରିଫଚାଷ ପାଇଁ ଚାଷୀ ସରକାରୀ ପ୍ରତିଷ୍ଠାନରୁ ଧାନ ବିହଣ ଆଣି ବୁଣିଥିବା ଫସଲରୁ ଗଜା ହୋଇନାହିଁ । ଭେଜାଲ ବିହନ ଯୋଗୁଁ ଚାଷୀ କ୍ଷତିରେ ପଡ଼ିଥିବା ଜଣାପଡିଛି ।  ନୂଆପଡ଼ା ଜିଲ୍ଲାରେ ଚାଷୀଙ୍କୁ ନେଇ ଏହି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।

ଖରିଫଚାଷ ପାଇଁ ଚାଷୀ ସରକାରୀ ପ୍ରତିଷ୍ଠାନରୁ ଧାନ ବିହଣ ଆଣି ବୁଣିଲେ । ସରକାରୀ ବିହନରୁ ଭଲ ଅମଳ ହେବ ଦି ପଇସା ଅଧିକ ରୋଜଗାର ସାଙ୍ଗରୁ ବର୍ଷକର ଅନ୍ନ ଯୋଗାଡ଼ ହେବ ବୋଲି ଚାଷୀ ଆଶା ରଖିଥିଲେ । ହେଲେ ଗଜା ନୋହିଲା ସରକାରୀ ବିହନ । ଏବେ ପୁଣି ଧାନ ବିହନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବା ସାର ବୋଲି କହିଛନ୍ତି ପ୍ରଭାବିତ ଚାଷୀ ।

ଏହି ଘଟଣାରେ ଅନ୍ନଦାତାଙ୍କୁ ହେ ଜ୍ଞାନ କରି ଦୋଷ ଲଦି ଦେଉଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ଇାଳ ବ୍ଲକ କୃଷି ଅଧିକାରୀ ସଞ୍ଜୟ ପାତ୍ର । ନିଜ ବିଭାଗର ଦାୟିତ୍ୱହୀନତାକୁ ମାନିବେ କଣ ସବୁ ଦୋଷ ଚାଷୀ ଉପରେ ଲଦି ଦେଉଛନ୍ତି । ଚାଷୀଙ୍କୁ କୁଆଡ଼େ ଜଣାନାହିଁ କେମିତି ବୁଣାଯାଏ ବୋଲି କହିଛନ୍ତି କୃଷି ଅଧିକାରୀ ।

ବର୍ଷର ଅନ୍ନ ଯୋଗାଡ଼ ପାଇଁ ଚାଷୀ କେତେ ପରିଶ୍ରମ କରୁଛି । ଆଉ କେତେ ଧାର କରଜ କରୁଛି କେବଳ ଚାଷୀ ପରିବାର ହିଁ ଜାଣିଛି । ଏବେ ଖରିପ ଋତୁ ଚାଲିଥିବାରୁ ଚାଷୀ ସରକାରୀ ଧାନ ବିହନ ଆଣି ଭଲ ଦି ପଇସା ଆୟର ଆଶା ରଖିଥିଲା । ହେଲେ ଶେଷରେ ଧୋକା ହିଁ ମିଳିଲା । ଯମୁନା, ହଜାରେ ଏକ, ମହାମାୟା ଭଳି ଧାନ ବିହନ ବିଲରେ ବୁଣିଥିଲେ ମଧ୍ୟ ଗଜା ହେଉନଥିବା ଅଭିଯୋଗ ଆଣିଛନ୍ତି ଖଡିଆଳ ଅଞ୍ଚଳର ଚାଷୀ ।

ସେହିପରି ବୋଡେନ ଅଞ୍ଚଳର ଚାଷୀ ମଧ୍ୟ ସମାନ ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଅଧିକ ଅମଳ ଆଶାରେ ସରକାରୀ ଧାନ ବିହନ ଜମିରେ ବୁଣିଥିଲେ । ପାଗ ଅନୁକୁଳ ରହିଥିଲେ ମଧ୍ୟ ସରକାରୀ ବିହନ ହଜାରେ ଏକ ବୁଣି ଚାଷୀ ହତାଶ ହୋଇଛନ୍ତି । ଧାନ ବୁଣିବାର ୨୦ ଦିନ ବିତିଯାଇଥିଲେ ମଧ୍ୟ ଗଜା ଉଠୁନଥିବାରୁ ଚାଷୀ ଆଖିରୁ ଲୁହ ଶୁଖୁନି ।

ଏହାସହ ନୂଆପ଼ଡା ଜିଲ୍ଲାର ଏହି ଅଞ୍ଚଳ ଭଳି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଚାଷୀଙ୍କ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ନୀଳିଗିରି ଅଞ୍ଚଳର ଅନେକ ଚାଷୀ ବିଭିନ୍ନ ଲ୍ୟାମ୍ପରୁ ବିହନ ପକେଟ ନେଇଥିଲେ । ହେଲେ ଏହି ସବୁ ସରକାରୀ ଧାନ ବିହନ ପ୍ୟାକେଟରେ ମାଟି ଗୁଡ଼ି ସହ ମଲା ଧାନ ରହିଥିବା ଚାଷୀ ଅଭିଯୋଗ ଆଣିଛନ୍ତି । ତେବେ ସରକାରୀ ଅଧିକାରୀ କିନ୍ତୁ ଏହାକୁ ଗୁରୁତ୍ୱର ସହ ନେଉ ନଥିବା ଚାଷୀ କହିଛନ୍ତି ।