Advertisment

ଓମିକ୍ରନ୍‌ ବେଳରେ ରାଜ କୁମାର ଶର୍ମାଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି।

ଅଦ୍ୟତନ ହୋଇଛି
IAS Reshuffle

Ias Reshuffle

Advertisment

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ପୁଣି ମାଡ଼ି ଚାଲୁଥିବା ବେଳେ ରାଜ କୁମାର ଶର୍ମାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ତାଙ୍କୁ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ ଦିଆଯାଇଛି। ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ ଦିଆଯାଇଛି।  ସେହିପରି ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର, ମଧୁସୂଦନ ପାଢ଼ୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଓ  ସତ୍ୟବ୍ରତ ସାହୁଙ୍କୁ ମିଳିଲା ରାଜସ୍ୱ ବିଭାଗ ଦାୟିତ୍ୱ ମିଳିଛି। 

Advertisment

ସେହିପରି ରଞ୍ଜନା ଚୋପ୍ରାଙ୍କୁ ଏମ୍ଏସ୍ଏମ୍ଇ ସଚିବ, ସୁରେଶ କୁମାର ବଶିଷ୍ଠଙ୍କୁ ସାଧାରଣ ପ୍ରଶାସନ ବିଭାଗର OSD, ଭାସ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର, ଭୂପେନ୍ଦ୍ର ସିଂ ପୁନିଆଙ୍କୁ IDCOର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। 

Bhubaneswar IAS Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ