Advertisment

OAS ସ୍ତରରେ ବଡ଼ ଧରଣର ଅଦଳବଦଳ, କଳ୍ପତରୁ ହେଲେ CMC ଆତିରିକ୍ତ କମିଶନର

OAS ଅଧିକାରୀ କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବା ବେଳେ ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ଦାୟିତ୍ୱ ଦିଆଯାଇଛି ।

ଅଦ୍ୟତନ ହୋଇଛି
undefined

Lokaseva Bhawan

Advertisment

ରାଜ୍ୟରେ OAS ଅଧତ୍କାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ । ରାଜ୍ୟ ସରକାର ପକ୍ଷରୁ ଦିଆଗଲା ସୂଚନା । OAS ଅଧିକାରୀ କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବା ବେଳେ ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ଦାୟିତ୍ୱ ଦିଆଯାଇଛି ।

Advertisment

ସେହିଭଳି ପାରଳାଖେମୁଣ୍ଡି ସବ୍‌ କଲେକ୍ଟର ଥିବା ଦିଲୀପ କୁମାର ମହାରଣାଙ୍କୁ ସାଧାରଣ ପ୍ରଶାସନ ବିଭାଗ OSD କରାଯାଇଥିବା ବେଳେ ମାଲକାନଗିରି ଆଇଟିଡିଏ ପିଏ ଭାବେ କାର୍ଯ୍ୟରତ ଥିବା କ୍ଷୀରାବ୍ଦୀ ବେହେରାଙ୍କୁ ମାଲକାନଗିରି ଅତିରିକ୍ତ ପିଡି DRDA ଭାବେ ବଦଳି କରାଯାଇଛି ।

ସେପଟେ ମୟୂରଭଞ୍ଜ ବିଜିତଲାରେ ବିଡିଓ ଥିବା ତ୍ରିନାଥ ମାଝୀଙ୍କୁ ମାଲକାନଗିରି ITDAର ପିଏ ଭାବେ ବଦଳି କରାଯାଇଛି । ସେହିଭଳି ଗଞ୍ଜାମ ଜିଲ୍ଲା ଚିକିଟିରେ ବିଡିଓ ଥିବା ଫାଲ୍‌ଗୁନୀ ମାଝୀଙ୍କୁ ଗଜପତିର ITDA ପିଏ ଭାବେ ନିଯୁକ୍ତି ଦିଆଯାଇଛି।

Advertisment
Odisha Govt. OAS Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ