Odisha Doctors Threaten Strike From February 1
ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର। ଫେବୃଆରୀ ୧ରୁ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି। ପ୍ରେସ୍ମିଟ୍ ଜରିଆରେ ଓମ୍ସା ଏହି ଆନ୍ଦୋଳନ ଚେତାବନୀ ଦେଇଛି।କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ଅବସର ବୟସ ବୃଦ୍ଧି, ଆଡହକ୍ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଆଦି ଦାବି ପୂରଣ କରିବା ପାଇଁ ସେମାନେ ଦାବି କରିଛନ୍ତି।
ଯଦି ଏସମସ୍ତ ଦାବି ଦାବି ପୂରଣ ନହୁଏ ତା’ହେଲେ ଆସନ୍ତା ଫେବୃଆରୀ ୧ରୁ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ପରୀକ୍ଷାରେ ପାସ୍ ନକରି ଚିକିତ୍ସା ! ସିବିଆଇ ସ୍କାନରରେ ବିଦେଶରେ ପଢିଥିବା ଡାକ୍ତରୀ ଛାତ୍ରଛାତ୍ରୀ
ସେପଟେ ରାଜ୍ୟ ରେ ପ୍ରାୟ ଅଧା ଡାକ୍ତରଙ୍କ ନାହିଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା। ଓଡ଼ିଶାରେ ୫୧% ଡାକ୍ତରଙ୍କ କେବଳ ରହିଛି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା। ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ନକଲି ଡାକ୍ତର ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟରେ ଏହି ତଥ୍ୟ ଉପସ୍ଥାପନ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1673429340.jpg)