• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏଣିକି ସାବାଡ୍‌ ହେବେ ମଦୁଆ ଡ୍ରାଇଭର । ମଦୁଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ପାଇଁ ଗତକାଲି ଠାରୁ ପୋଲିସ ଓ ପରିବହନ ବିଭାଗର ମିଳିତ ଡ୍ରାଇଭ ଆରମ୍ଭ କରିଛି ।

ଗତକାଲି ରାଜ୍ୟରେ ଯାଞ୍ଚ କରି ମୋଟ ୩୪୪ ଜଣ ଡ୍ରାଇଭରଙ୍କୁ ଗିରଫ କରିବାସହ ୩୬୪ଟି ଗାଡିକୁ ଅଟକ ରଖାଯାଇଛି । ଏହାସହ ବିଭିନ୍ନ କାଗଜପତ୍ର ନଥିବା ସହ ନିୟମ ଉଲଂଘନ କରିଥିବା ୧୯୦ ଜଣଙ୍କର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି ।

ସୂଚନା ଅନୁସାରେ,ଗତକାଲି ରାତିରେ କମିଶନରେଟ୍ ପୋଲିସ ଭୁବନେଶ୍ୱର ସମେତ କଟକ ଚୌଦ୍ୱାର ଅଞ୍ଚଳରେ ଜୋରଦାର ଯାଞ୍ଚ କରାଯାଇଥିଲା । ପୋଲିସ ଗାଡିଚାଳକଙ୍କୁ ଅଟକାଇ ସେମାନେ ନିଶା ସେବନ କରିଛନ୍ତି କି, ତାହା ନାହିଁ ପ୍ରଶ୍ବାସ ବିଶ୍ଳେଷଣକାରୀ ଯନ୍ତ୍ର (ବ୍ରେଥ ଆନାଲାଇଜର) ଦ୍ୱାରା ଯାଞ୍ଚ କରାଯାଇଥିଲା ।

ସେହିପରି ନନ୍ଦନକାନନ ଛକ ନିକଟରେ ପୋଲିସ ୩ ଜଣ ନିଶାସକ୍ତ ଅଟୋ ଓ ପିକଅପ ଚାଳକକୁ ଧରିଥିବାବେଳେ ସେମାନଙ୍କୁ ଗିରଫ କରି ତାଙ୍କ ଗାଡିକୁ ସିଜ୍‌ କରିଛି । ଅନେକ ନିଶାସେବନକାରୀ ଗାଡ଼ି ଚାଳକଙ୍କଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଛି । ତେବେ ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ବୋଲି ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।