Advertisment

ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ପିଲାମାନେ ଭୟ କରନି, ଆମେ ସମସ୍ତେ ତୁମ ସାଥିରେ ଅଛୁ।

ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

Advertisment

ଭୁବନେଶ୍ୱର: ଦୀର୍ଘଦିନର ବ୍ୟବଧାନ ପରେ ଆଜି ସ୍କୁଲ ଖୋଲିଛି। ଏହି ଅବସରରେ ଆଜି ସ୍କୁଲ ପିଲାଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି- ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ। ପ୍ରାୟ ୨ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଛି। ସ୍କୁଲ ଖୋଲିବା ନିଷ୍ପତ୍ତି ତୁମ ମାନଙ୍କୁ ବହୁତ ଖୁସି ଦେଇଛି ଏବଂ ମୁଁ ବି ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

Advertisment

ସମସ୍ତଙ୍କ ସହଯୋଗରେ ଆମେ କରୋନାର ମୁକାବିଲା କରିପାରିଛୁ। ତେଣୁ ପିଲାମାନେ ଭୟ କରନି, ଆମେ ସମସ୍ତେ ତୁମ ସାଥିରେ ଅଛୁ। ସ୍କୁଲ ସମୟରେ ଓ ବାହାରେ ମାସ୍କ ପିନ୍ଧିବ। ତାସହ ସାବୁନରେ ହାତ ଧୋଇବ ବୋଲି ମୁଖ୍ୟମନ୍ତ୍ରୀ ପିଲାଙ୍କୁ ପରାମର୍ଶ ଦେଇଛନ୍ତି। 

ବର୍ତ୍ତମାନର ଅଭିଜ୍ଞତା ଭବିଷ୍ୟତର ଆହ୍ୱାନର ମୁକାବିଲା ପାଇଁ ପିଲାଙ୍କୁ ସାହସ ଓ ଶକ୍ତି ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପାଠପଢାରେ ଯାହା ବି କିଛି କ୍ଷତି ହୋଇଛି, ତାକୁ ମିଳିମିଶି ଭରଣା କରିବା ବୋଲି କହିଛନ୍ତି। ସ୍କୁଲ ପରିଚାଳନା ବୋର୍ଡକୁ ପିଲାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। 

Advertisment

ସେପଟେ ମାସକର ବ୍ୟବଧାନ ପରେ ଆଜିଠୁ ଆରମ୍ଭ ହୋଇଛି ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ କ୍ଲାସରୁମ୍‌ରେ ପାଠପଢ଼ା। ଅଷ୍ଟମ ପିଲାଙ୍କ କ୍ଲାସ ସକାଳ ୧୦ରୁ ଦିନ ଗୋଟାଏ ଏବଂ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ରଖାଯାଇଛି। କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ବିଶୋଧନ ବ୍ୟବସ୍ଥା ଯାଏଁ ସମ୍ପୂର୍ଣ୍ଣ କରିଥିଲେ କର୍ତ୍ତୃପକ୍ଷ। ପିଲାଙ୍କୁ ଥର୍ମାଲ ସ୍କ୍ରିନିଂ କରି କ୍ଲାସକୁ ଛଡ଼ାଯାଇଥିଲା।

ସେହିଭଳି ଆଜିଠୁ ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନଗୁଡିକର କ୍ଲାସ ବି ଆରମ୍ଭ ହୋଇଛି। ଏଥିସହ ହଷ୍ଟେଲ ବି ଆଜି ଖୋଲିଛି। ସ୍କୁଲ ଖୋଲିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ ପରିଦର୍ଶନ କରିଛନ୍ତି ମନ୍ତ୍ରୀ। ଆଜି ପୁରୀ ଜିଲ୍ଲା ଗୋପର ଏକ ସ୍କୁଲ ବୁଲିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ୮୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ପିଲାଙ୍କ ପାଠପଢ଼ା ପ୍ରତି ଆଗ୍ରହ ଦର୍ଶାଉଥିବା ମନ୍ତ୍ରୀ କହିଛନ୍ତି। 

Advertisment
Student CM Address Offline Class
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ