Advertisment

ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ଜୁରିର ଚୂଡ଼ାନ୍ତ ବୈଠକ : ୯ ବର୍ଗରେ ଶ୍ରେଷ୍ଠ ୪ ବ୍ୟକ୍ତିଙ୍କ ମଧ୍ୟରୁ ଗୋଟିଏ ଲେଖାଏଁ ନାଁ ଚୟନ

ଅନଲାଇନ୍ ଭୋଟିଂ ଜରିଆରେ ପ୍ରାର୍ଥୀ ବାଛିପାରିବେ ଓଟିଭି ଦର୍ଶକ

ଅଦ୍ୟତନ ହୋଇଛି
Odisha Citizens Award 2022

Special story

Advertisment

ଓଡ଼ିଶା ଟେଲିଭିଜନ ନେଟ୍ଓ୍ୱର୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ର ଦଶମ ସଂସ୍କରଣ ପାଇଁ ଶେଷ ହୋଇଛି ଚୂଡ଼ାନ୍ତ ଜୁରି ବୈଠକ । କଳା ଓ ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ମନୋରଂଜନ, ସମାଜ ସେବା, ବାଣିଜ୍ୟ, କ୍ରୀଡ଼ା ଓ ରାଜନୀତି ଏପରି ୯ଟି ବର୍ଗରେ ଆବେଦକ ଥିବା ଶ୍ରେଷ୍ଠ ୪ ଜଣଙ୍କ ମଧ୍ୟରୁ ଗୋଟିଏ ଲେଖାଏଁ ନାଁ ଚୟନ କରିଛନ୍ତି ଜୁରି ସଦସ୍ୟ ।

Advertisment

ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିମାନଙ୍କ ସଂପର୍କରେ ଆଜିର ଜୁରି ବୈଠକରେ ଆଲୋଚନା କରାଯାଇଛି । ଏହାସହ ପ୍ରତି ବିଭାଗରୁ ଜଣେ ଲେଖାଏଁ ବ୍ୟକ୍ତିତ୍ୱଙ୍କ ନାଁ ଚୂଡ଼ାନ୍ତ କରାଯାଇଛି । ପରେ ଅନଲାଇନ୍ ଭୋଟିଂ ଓ ଜୁରିଙ୍କ ମତାମତକୁ ନେଇ, ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ବିଜେତାଙ୍କ ନାଁ ଘୋଷଣା କରାଯିବ ।

ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ବିଶେଷ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ହେଉଛି ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡର ମୂଳ ଉଦ୍ଦେଶ୍ୟ ।

Advertisment
Odisha Citizens Award Odisha Citizens Award 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ