Advertisment

ଫେରାଇଦେଲେ ୧୦ ଲକ୍ଷ ଟଙ୍କାର ସ୍ମାର୍ଟଫୋନ୍ ଭର୍ତ୍ତି ପେଟି

୧୧ଟି କାର୍ଟୁନ ବା ପେଟି ଦଶପଲ୍ଲା ଆଗକୁ ବାଣୀଗୋଛା ଘାଟି ଉପରେ ପଡିଥିଲା।

ମୋବାଇଲ ଭର୍ତ୍ତି ପେଟି

ମୋବାଇଲ ଭର୍ତ୍ତି ପେଟି

Advertisment

ଭୁବନେଶ୍ୱର: ପେଶାରେ ଡ୍ରାଇଭର ବସ୍ ଚଲେଇଲେ ଦିନକୁ ପାଆନ୍ତି ୬ ଶହ ଟଙ୍କା। ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ରାସ୍ତା କଡ଼ରୁ ୧୦ ଲକ୍ଷ ଟଙ୍କାର ପେଟି ପେଟି ସ୍ମାର୍ଟ ଫୋନ ଏବଂ ମୋବାଇଲ ଆସୋସରିଜ ପାଇ ବି ଫେରାଇ ଦେଇ ମାନବିକତାର ପରିଚୟ ଦେଇଛନ୍ତି ଦୁଇ ବସ୍ ଡ୍ରାଇଭର। ଗତ ୨୧ ତାରିଖରେ ଏକ୍ସପ୍ରେସ କୋରିୟର ନାମକ ଏକ ସଂସ୍ଥା ବଲାଙ୍ଗିରର ଏକ ଡିଷ୍ଟ୍ରିବୁଟର ପାଖକୁ ବସ୍ ଯୋଗେ ଏହାକୁ ପଠାଇଥିଲେ।

Advertisment

ଏହି ୧୧ଟି କାର୍ଟୁନ ବା ପେଟି ଦଶପଲ୍ଲା ଆଗକୁ ବାଣୀଗୋଛା ଘାଟି ଉପରେ ପଡିଥିଲା। ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସର ଚାଳକ ମାନେ ଏହାକୁ ଉଠାଇ ଆଣିଥିଲେ। ଖୋଲି ଦେଖିଲା ବେଳକୁ ନୂଆ ନୂଆ ସିଲ୍ ମରା ହୋଇଥିବା ବ୍ରାଣ୍ଡେଡ଼ ମୋବାଇଲ।

ଚାଳକ ଏ ଘଟଣା ସମ୍ପର୍କରେ ବସ୍ ମାଲିକଙ୍କୁ କହିଥିଲେ। ବସ୍ ମାଲିକ ସେହି ୧୦ଲକ୍ଷ ଟଙ୍କାର ସ୍ମାର୍ଟ ଫୋନ ଏବଂ ବିଭିନ୍ନ ଜିନିଷ ସମ୍ପୃକ୍ତ କୋରିୟର ସଂସ୍ଥାର କର୍ମକର୍ତ୍ତାଙ୍କ ସହ କଥା ହୋଇ ଏହାକୁ ଫେରାଇ ଦେଇଛନ୍ତି। ଏହାକୁ ଦେଖି କୋରିଅର ସଂସ୍ଥାର ଏଜେନ୍ସି ଖୁସି ହେବା ସହ ଚାଳକଙ୍କ ମହନୀୟତାକୁ ପ୍ରଶଂସା କରିଛନ୍ତି। 

Advertisment
Smart Phone Odisha Bus Driver
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ