ଶୋଇଥିବା ବେଳେ କାମୁଡ଼ିଲା ସାପ, ୨ ଭାଇ ମୃତ

ରାତିରେ ଘର ଚଟାଣରେ ଶୋଇଥିଲା ବେଳେ ଚିତି ସାପ କାମୁଡ଼ିଲା । ମୃତ ୨ ଭାଇଙ୍କ ବୟସ ୧୪ ବର୍ଷ ଓ ୮ ବର୍ଷ ସୂଚନା । ତେବେ ସାପ କାମୁଡ଼ାରୁ ରକ୍ଷା ପାଇବା ପାଇଁ କ’ଣ କରିବେ, ଜାଣନ୍ତୁ...।

Snake bite

କୋଳଶୂନ୍ୟ କରିଦେଲା କାଳରାତ୍ରି । ପରିବାର ଉଜାଡ଼ିଦେଲା ବିଷାକ୍ତ ସାପ । ସାପ କାମୁଡ଼ାରେ ୨ ଭାଇ ମୃତ । ଦେବଗଡ଼ ପୌରାଞ୍ଚଳ ଜଙ୍ଗଲିକୁଦର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ରାତିରେ ଘର ଚଟାଣରେ ଶୋଇଥିବା ବେଳେ ଚିତି ସାପ କାମୁଡ଼ି ଦେଇଥିଲା । ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଭାଇଙ୍କ ମୃତ୍ୟୂ ଘଟିଥିବା ଜଣାପଡିଛି । ମୃତ ୨ ଭାଇଙ୍କ ବୟସ ୧୪ ବର୍ଷ ଓ ୮ ବର୍ଷ ହୋଇଥିବା ସୂଚନା ମିଳିଛି।

ଜଙ୍ଗଲିକୁଦ ସାହିର ସର୍ବେଶ୍ୱର ଦେହୁରୀଙ୍କ ୧୪ ବର୍ଷର ପୁଅ ଗୌରାଙ୍ଗ ଏବଂ ୮ ବର୍ଷର ପୁଅ ସୌଭାଗ୍ୟ । ଗତକାଲି ରାତିରେ ଘର ଭିତରେ ଚଟାଣରେ ଶୋଇଥିବା ବେଳେ ରାତି ପ୍ରାୟ ୪ଟା ସମୟରେ ଦୁଇ ଭାଇଙ୍କୁ ଏକ ବିଷାକ୍ତ ଚିତି ସାପ କାମୁଡ଼ି ଦେଇଥିଲା । ଏନେଇ ଗୌରାଙ୍ଗ ପରିବାର ଲୋକଙ୍କୁ ଜଣାଇଥିଲେ ।

ତୁରନ୍ତ ଉଭୟଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ସାନଭାଇ ସୌଭାଗ୍ୟର ମୃତ୍ୟୁ ହୋଇଥିଲା । କିଛି ସମୟ ପରେ ବଡ ଭାଇ ଗୌରାଙ୍ଗକୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଏକା ସାଙ୍ଗେ ଦୁଇ ପୁଅଙ୍କୁ ହରାଇ ପରିବାର ଲୋକ ଭାଙ୍ଗି ପଡିଥିବା ବେଳେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଗତ ୨୩ ତାରିଖରେ କେନ୍ଦୁଝର ନିଶ୍ଚିନ୍ତପୁରର ଏକ କୋଚିଂ ସେଣ୍ଟରରେ ଏପରି ଏକ ଘଟଣା ଘଟିଥିଲା । ଶୋଇଥିବା ବେଳେ ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା । ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲା ।

 ସାପ କାମୁଡ଼ାରୁ ରକ୍ଷା ପାଇବା ପାଇଁ କ’ଣ କରିବେ ?