Advertisment

ପାଣିପାଗ ସୂଚନା ଯନ୍ତ୍ର ତିଆରି କଲେ ୨ ବନ୍ଧୁ, ଉପକୃତ ହେଉଛନ୍ତି ଚାଷୀ

କଥାରେ ଅଛି ଦୃଢ ଇଛା ଶକ୍ତି ଥିଲେ ସବୁ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବେ । ୨ଜଣ ବନ୍ଧୁ ନିଜସ୍ୱ ଉଦ୍ୟମ ବଳରେ ପାଣିପାଗ ସୂଚନା ଯନ୍ତ୍ର ତିଆରି କରିଛନ୍ତି ଯାହାକି ପାଣିପାଗ ପୂର୍ବାନୁମାନର ସୂଚନା ଦେଉଛି । ଏହି ସୂଚନା ପାଇବା ଦ୍ୱାରା ଚାଷୀମାନେ ‍କ୍ଷତିରେ ପଡୁ ନାହାଁନ୍ତି । ଏହି ଯନ୍ତ୍ର ତିଆରି କରି ବିନିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ୨ଜଣ ବନ୍ଧୁ ।

ଅଦ୍ୟତନ ହୋଇଛି
Two Boys Develop Machine To Predict Weather

Two Boys Develop Machine To Predict Weather

Advertisment

ସୁବର୍ଣ୍ଣପୁର: କଥାରେ ଅଛି ଦୃଢ ଇଛା ଶକ୍ତି ଥିଲେ ସବୁ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବେ । ୨ଜଣ ବନ୍ଧୁ ନିଜସ୍ୱ ଉଦ୍ୟମ ବଳରେ ପାଣିପାଗ ସୂଚନା ଯନ୍ତ୍ର ତିଆରି କରିଛନ୍ତି ଯାହାକି ପାଣିପାଗର ପୂର୍ବାନୁମାନର ସୂଚନା ଦେଉଛି । ଏହି ସୂଚନା ପାଇବା ଦ୍ୱାରା ଚାଷୀମାନେ ‍କ୍ଷତିରେ ପଡୁ ନାହାଁନ୍ତି । ଏହି ଯନ୍ତ୍ର ତିଆରି କରି ବିନିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ୨ଜଣ ବନ୍ଧୁ ।

Advertisment

କେମିତି ରହିବ ପାଣିପାଗର ସ୍ଥିତି ,ଖରା ହେବ ନା ବର୍ଷା ଏହି ସବୁ ତଥ୍ୟ ଦେଉଛି ଏକ ମେସିନ୍ । ଏହିଭଳି ଏକ ମେସିନ ତିଆରି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗାଁ ସିଆଲିନାଲି ଗାଁର ଉଦ୍ଭିଦ ବିଜ୍ଞାନ ଛାତ୍ର ଅର୍ଜୁନ ମାଝୀ ଏବଂ କମ୍ପ୍ୟୁଟର ବିଜ୍ଞାନୀ ଛାତ୍ର ସିଦ୍ଧେଶ ସାହୁ । ଏହି ୨ ବନ୍ଧୁ ନିଜର ଜ୍ଞାନ କୌଶଳ ଲଗାଇ, ବିଶେଷ କରି ନିଜ ଜିଲ୍ଲାର ଚାଷୀଙ୍କୁ ଆଗୁଆ ସୂଚନା ଦେବାକୁ ଲାଗି ପଡି ଏହି ମେସିନ୍ ତିଆରି କରିଛନ୍ତି ।

Advertisment

ଗତ କିଛିମାସ ଧରି ଏହି ଦୁଇ ବନ୍ଧୁ ନିଜେ ତିଆରି କରିଥିବା ଏହି ମେସିନରୁ ପାଉଥିବା ପାଣିପାଗ ସଂପର୍କିତ ଆଗୁଆ ତଥ୍ୟକୁ ଏକ କାଗଜରେ ତଥ୍ୟ ଟାଇପ୍ କରି ଏହାର ପ୍ରିଣ୍ଟ ଆଉଟ୍ ନେଇ ଶିଆଲିନାଲି ଗାଁର ଏକ ଘର କାନ୍ଥରେ ଲଗାଇଥାନ୍ତି । ଯାହାକୁ ସେମାନେ କୁହନ୍ତି ୱେଦର ୱାଲ୍ ବା ପାଣିପାଗ କାନ୍ଥ । ତଥ୍ୟ ସମ୍ବଳିତ କାଗଜ ଲାଗିଲା ପରେ ଏଥିରୁ ସୂଚନା ପାଇବାକୁ ଚାଷୀଙ୍କ ଭିଡ଼ ଜମୁଛି ।

ବିଭିନ୍ନ ସମୟରେ ଭିନ୍ନଭିନ୍ନ ପରୀକ୍ଷା ନିରୀକ୍ଷା କରି ଯନ୍ତ୍ରର ସଠିକତା କିପରି ବଜାୟ ରହିବ ସେ ନେଇ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ଦୁଇବନ୍ଧୁ । ସାମାନ୍ୟ କିଛି ଉପକରଣ କରେଣ୍ଟ ଡାଟା ପାଇଁ ଚାରୋଟି ସେନ୍ସସର୍,ବର୍ତମାନ ଓ ପୁର୍ବାନୁମାର ଦୁଇଗୋଟି ଡିସ୍‌ପ୍ଲେ, ଓ ମୋବାଇଲ ଦ୍ୱାରା କମ୍ପ୍ୟୁଟରରେ କୋଡିଂ କରିଥାନ୍ତି ଦୁଇ ବନ୍ଧୁ ଅର୍ଜୁନ ଓ ସିଦ୍ଧେଶ୍ । ଗୋଟିଏ ଘଣ୍ଟା ଠାରୁ ଆରମ୍ଭକରି ୪୮ ଘଣ୍ଟା ଏବଂ ୭ ଦିନର ସଠିକ୍ ପାଣିପାଗର ସୁଚନା ଦେଉଛି ଏହି ଯନ୍ତ୍ର । ତେବେ ଏହି ଯନ୍ତ୍ର ତିଆରି କରି ଏହି ଦୁଇବନ୍ଧୁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ଏମାନଙ୍କୁ ଯଦି ସରକାରୀ ସହାୟତା ଯୋଗାଇ ଦିଆ ଯାଆନ୍ତା ତା ହେଲେ ଆହୁରି ନୂତନ କୌଶଳର ଯନ୍ତ୍ରମାନ ତିଆରି ପାଇଁ ପ୍ରେରଣା ମିଳିପାରନ୍ତା ।

Advertisment
Subarnapur Two Boys Develop Machine To Predict Weather
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ