Advertisment

ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ ଚିଠା ନିୟମ

ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଫିଟାଇବାକୁ ଗତ ଜୁଲାଇରେ ଅଧ୍ୟାଦେଶ ଆଣିଥିଲେ ରାଜ୍ୟ ସରକାର। ତେବେ ରୁଲ୍ ଆସି ନପାରିବାରୁ କାର୍ଯ୍ୟକାରୀ ହୋଇପାରୁନଥିଲା ଓଡ଼ିଶା ଆପାଟର୍ମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ।

Apartment Bill

Apartment Bill

Advertisment

ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଖୋଲିବା ଦିଗରେ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ଆଣିଲେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନାସ୍ୱତ୍ତ୍ୱ ଓ ପରିଚାଳନା ଚିଠା ନିୟମ-୨୦୨୩ । ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନାସ୍ୱତ୍ତ୍ୱ ଓ ପରିଚାଳନା ଆଇନ-୨୦୨୩ ଅଧୀନରେ ଆସିଛି ଏହି ନିୟମ । ଏନେଇ ବିଜ୍ଞପ୍ତି ଜାରି କରିଛି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ । ଚିଠା ନିୟମରେ ଆପାର୍ଟମେଣ୍ଟ କ୍ରେତାଙ୍କ ଆସୋସିଏସନ୍ ଗଠନ ନେଇ ବାଇ ଲ' ବି ଅଣାଯାଇଛି । ଏହାସହ ଏହି ନିୟମ ନେଇ ମତାମତ ଦେବାକୁ ସର୍ବସାଧାରଣଙ୍କୁ ୩୦ ଦିନର ସମୟ ଦେଇଛନ୍ତି ରାଜ୍ୟ ସରକାର।

Advertisment

ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଫିଟାଇବାକୁ ଗତ ଜୁଲାଇରେ ଅଧ୍ୟାଦେଶ ଆଣିଥିଲେ ରାଜ୍ୟ ସରକାର। ତେବେ ରୁଲ୍ ଆସି ନପାରିବାରୁ କାର୍ଯ୍ୟକାରୀ ହୋଇପାରୁନଥିଲା ଓଡ଼ିଶା ଆପାଟର୍ମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ। ଫଳରେ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ରହିଛି ଆପାର୍ଟମେଣ୍ଟ କିଣାବିକା। ଏସବୁ ଭିତରେ ଅକ୍ଟୋବର ୧୦ ସୁଦ୍ଧା ଆପାର୍ଟମେଣ୍ଟ ରୁଲ୍ ଆଣିବାକୁ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ଛାଟ ପରେ ଗତ ବିଧାନସଭା ଅଧିବେଶନରେ ବିଲ୍ ଆଗତ କରି ଏହାକୁ ପାରିତ କରାଯାଇଥିଲା। ଆଉ ଏବେ ଜାରି ହୋଇଛି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନାସ୍ୱତ୍ତ୍ୱ ଓ ପରିଚାଳନା ଚିଠା ନିୟମ-୨୦୨୩।

Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ