Advertisment

ବିଶ୍ୱବାସୀଙ୍କ ପାଇଁ ଶୁଭଙ୍କର ନୁହେଁ ୨୦୨୨: ପାଞ୍ଜିକାରେ କଣ ଲେଖା ହୋଇଛି, କହିଲେ ରଥଶର୍ମା

ବିଶ୍ୱବାସୀଙ୍କ ପାଇଁ ଶୁଭଙ୍କର ନୁହେଁ ବୋଲି ପାଞ୍ଜିକାରେ ପରିଷ୍କାର ଭାବେ ଉଲ୍ଲେଖ କରିଛି

Khasiratna Panjika

Khasiratna Panjika

Advertisment

ମାଡ଼ି ଆସୁଛି ବଡ଼ ବିପତ୍ତି। ଭଲ ନାହିଁ ୨୦୨୨ର ଭବିଷ୍ୟତ। ପ୍ରବଳ ବର୍ଷିବ, ନିଆଁ ଲାଗି ଛାରଖାର କରିବ। ୨୦୨୨ ବର୍ଷର ଭବିଷ୍ୟତ ଭଲ ନାହିଁ। ବିଶ୍ୱର ଭାଗ୍ୟ ଚଳିତ ବର୍ଷ ଅନେକ ଝଡ଼ଝଞ୍ଜା ରହିଛି। କେଉଁଠି ପ୍ରବଳ ବର୍ଷା ହେବ ତ ଆଉ କେଉଁଠି ନିଆଁ ଲାଗି ଛାରଖାର ହୋଇଯିବ ପୂରା ଅଂଚଳ। ଏ କଥା ଆମେ ନୁହେଁ ବରଂ ଓଡ଼ିଆ ନୂଆ ବର୍ଷରେ ମାଦଳା ପାଞ୍ଜିକା କହୁଛି।

Advertisment

ବସ୍ତାଠୁ ବାଲିଆପାଳ ଆଦି ସ୍ଥାନରେ ପ୍ରବଳ ଝଡ଼ବର୍ଷାର ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ବରଂ ଅନେକ ସ୍ଥାନରେ ଯୁଦ୍ଧ ଲାଗିବା ସହ କ୍ଷତି ହେବ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା କହିଛନ୍ତି। କେବଳ ଏତିକି ନୁହେଁ ବରଂ ବିଶ୍ୱର ଭାଗ୍ୟକୁ ନେଇ ଅନେକ କଥା କହିଛନ୍ତି ରଥଶର୍ମା। ତେବେ ଏ ବିପଦରୁ ରକ୍ଷା ପାଇବାକୁ ହେଲେ କେବଳ ଭଗବାନଙ୍କ ପାଖରେ ଶରଣ ପଶିବାକୁ ପଡ଼ିବ ବୋଲି ସେ କହିଛନ୍ତି। 

ସେ କହିଛନ୍ତି ଯେ ପାଞ୍ଜିକାର ଯେଉଁ ଗଣନା ରହିଛି, ଏହା ବିଶ୍ୱବାସୀଙ୍କ ପାଇଁ ଶୁଭଙ୍କର ନୁହେଁ ବୋଲି ପାଞ୍ଜିକାରେ ପରିଷ୍କାର ଭାବେ ଉଲ୍ଲେଖ କରିଛି। ଯାହା ଶାସ୍ତ୍ର ସିଦ୍ଧାନ୍ତ କରିଛି। ଏଥିରେ ଉତ୍କଳ ସମେତ ଭାରତ ଓ ବିଶ୍ୱର ଭବିଷ୍ୟତ ଲିପିବଦ୍ଧ ହୋଇଛି। ଏଥିସହ ବାଲେଶ୍ୱର ବସ୍ତା ଓ ବାଳିଆପାଳରେ ବୃଷ୍ଟିପାତ ହେବ। 

Advertisment

ସେ ଯାହା ବି ହେଉ କେବଳ ରଥଶର୍ମା ନୁହେଁ ପୂର୍ବରୁ ବହୁ ଜ୍ୟୋତିର୍ବିଦମାନେ ମଧ୍ୟ ଏନେଇ ଗଣନା କରିଛନ୍ତି। ୨୦୨୨ରେ ମହାଯୁଦ୍ଧ ହେବ ବୋଲି ପୂର୍ବରୁ ଗଣନା କରି କୁହାଯାଇଥିଲା। ଆଉ ତାହା ହିଁ ସତ ପ୍ରମାଣିତ ହେଲା। କାରଣ ୪୫ ଦିନ ହେଲାଣି ୟୁକ୍ରେନ-ଋଷିଆ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ପୂରା ବିଶ୍ୱ ଦେଖୁଛି। ତେବେ ବାକି ରହିଲା ଦେଖିବାକୁ ଆଗାମୀ ଦିନରେ କି କି ଦୁର୍ବିପାକ ଦେଖିବାକୁ ମିଳିଛି।

New Odia Panji
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ