Advertisment

ସଂସାର ଉଜାଡ଼ି ଦେଲା ସିକ୍କିମ୍ ବନ୍ୟା, ବିବାହକୁ ୭ ମାସ ପୂରିନି, ସ୍ତ୍ରୀ ମଥାରୁ ସିନ୍ଦୂର ନେଇଗଲା କ୍ରୁର ନିୟତି

ମୁର୍ଛା ଯାଉଛି ମାଆ, ବାଉଳି ହେଉଛନ୍ତି ବାପା । ଆଉ ପାଗଳି ପ୍ରାୟ ପତ୍ନୀ । ଅମାନିଆ ଲୁହରେ ଅହରହ ଭିଜୁଛି ସମ୍ପର୍କୀୟ, ସାହି ପଡ଼ିଶା ଓ ସାଙ୍ଗସାଥୀଙ୍କ ଆଖି । ମଙ୍ଗଳବାର ବିଳମ୍ବିତ ରାତିରେ ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିବା

undefined

Odia Jawan Death

Advertisment

ବିବାହକୁ ୭ ମାସ ପୁରିନି। ହେଲେ ପତ୍ନୀଙ୍କୁ ଏକା କରି ଅସମୟରେ ଛାଡ଼ି ଚାଲିଗଲେ ସାହସୀ ଯବାନ । ପୁଣି ଘରକୁ ଫେରି ଆସିବାର ନିର୍ଭର ପ୍ରତିଶ୍ରୁତି ଦେଇ ଠକିଦେଲେ । ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ସେନା ଯବାନଙ୍କ ମଧ୍ୟରେ ସହିଦ ଘୋଷଣା ହୋଇଛନ୍ତି ଢେଙ୍କାନାଳ ଭୁବନର ସେନା ହାବିଲଦାର ସରୋଜ କୁମାର ଦାସ । ଦୁଇ ଦିନ ଧରି ନିଖୋଜ ଥିବା ସରୋଜଙ୍କ ମୃତଦେହ ମିଳିବା ପରେ ଆଜି ତାଙ୍କ ପରିବାରକୁ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା । ଆଉ ଏ ଖବର ମିଳିବା ପରେ ସରୋଜଙ୍କ ପରିବାର ଉପରେ ଛିଡ଼ି ପଡ଼ିଛି ଆକାଶ । ହସଖୁସିର ସାଂସାର ଭିତରକୁ ମାଡ଼ି ଆସିଛି ଲୁହର ବନ୍ୟା ।

Advertisment

ମୁର୍ଛା ଯାଉଛି ମାଆ, ବାଉଳି ହେଉଛନ୍ତି ବାପା । ଆଉ ପାଗଳି ପ୍ରାୟ ପତ୍ନୀ । ଅମାନିଆ ଲୁହରେ ଅହରହ ଭିଜୁଛି ସମ୍ପର୍କୀୟ, ସାହି ପଡ଼ିଶା ଓ ସାଙ୍ଗସାଥୀଙ୍କ ଆଖି । ମଙ୍ଗଳବାର ବିଳମ୍ବିତ ରାତିରେ ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିବା ୨୩ ଯବାନଙ୍କ ମଧ୍ୟରେ ଥିଲେ ଢେଙ୍କାନାଳ କାମାକ୍ଷାନଗର କେନ୍ଦୁଢ଼ିପ ଗାଁର ସରୋଜ କୁମାର ଦାସ । ସ୍ଥଳସେନାରେ ହାବିଲଦାର ଥିବା ସରୋଜ ମଙ୍ଗଳବାର ଦିନ ୧୦ଟାରେ ବଡ଼ ଭାଇ ମନୋଜଙ୍କୁ କରିଥିଲେ ଶେଷ କଲ । କହିଥିଲେ ପ୍ରବଳ ବର୍ଷା ଭିତରେ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଛୁ ।

Advertisment

ହେଲେ ସେହିଦିନ ବିଳମ୍ବିତ ରାତିରେ ତିସ୍ତା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଭାସି ନିଖୋଜ ହୋଇ ଯାଇଥିଲେ ୨୩ ଜଣ ଯବାନ । ସେମାନଙ୍କ ଭିତରେ ଥିଲେ ହାବିଲଦାର ସରୋଜ। ଟିଭିରୁ ଏ ଖବର ଜାଣିବା ପରେ ପରିବାର ଲୋକଙ୍କ ଛାତିରେ ପଶିଥିଲା ଛନକା । ମନୋଜ ଯେଉଁଠି ଥାଆନ୍ତୁ ଭଲରେ ଥାଆନ୍ତୁ, କାମନା କରି ଗାଁ ମନ୍ଦିରରେ ପୂଜା ପାଠ ସଙ୍କୀର୍ତ୍ତନ ସାଙ୍ଗକୁ ସବୁ କିଛି ଆରମ୍ଭ ହୋଇଥିଲା। ହେଲେ ଆଜି ଦିନ ପ୍ରାୟ ଦୁଇଟା ବେଳେ ସେନା ପକ୍ଷରୁ ଆସିଥିବା କଲ୍ ପରେ ସମସ୍ତଙ୍କ ସବୁ ଆଶା ପାଣି ଫୋଟକା ପରି ମିଳେଇ ଯାଇଥିଲା।

କେନ୍ଦୁଢ଼ିପ ଗାଁର ରାମଚନ୍ଦ୍ର ଦାସଙ୍କ ସାନ ପୁଅ ସରୋଜ ଦାସ । ପିଲାଦିନୁ ସାହସୀ ଓ ପରୋପକାରୀ ପରିଚୟ ଦେଇଥିବା ସରୋଜ ୨୦୧୨ରେ ଭାରତୀୟ ସ୍ଥଳ ସେନାରେ ଯୋଗ ଦେଇଥିଲେ । ଏଇ ବର୍ଷ ଫେବ୍ରୁଆରୀ ୧୧ ତାରିଖରେ ବିବାହ ବନ୍ଧନର ଆବଦ୍ଧ ହୋଇଥିଲେ ସରୋଜ । ଗତ ରାକ୍ଷୀ ପୂର୍ଣ୍ଣମୀରେ ଶେଷ ଥର ପାଇଁ ଘରକୁ ଆସିଥିବା ସରୋଜ ଭଉଣୀ ହାତରୁ ରାକ୍ଷୀ ବାନ୍ଧିଥିଲେ। ବିବାହକୁ ମାତ୍ର ୭ ମାସ ହୋଇଥିବାରୁ ପୁଣି କିଛି ଦିନର ଅନ୍ତରରେ ଫେରି ଆସିବାକୁ ପତ୍ନୀଙ୍କୁ ପ୍ରତିଶ୍ରୁତି ଦେଇ ସେପ୍ଟେମ୍ବର ୪ ତାରିଖରେ ଫେରି ଯାଇଥିଲେ କାର୍ଯ୍ୟସ୍ଥଳ ସିକ୍କିମ୍ । ହେଲେ ଏଥର ଯେ, ତାଙ୍କ ଫେରି ଆସିବାର ପ୍ରତିଶ୍ରୁତି କେବଳ ନିୟତିର ପ୍ରବଞ୍ଚନା ଥିଲା, ସେ କଥାକୁ ଆଦୌ ବିଶ୍ୱାସ କରି ପାରୁ ନାହାନ୍ତି । ସରୋଜଙ୍କ ଆବର୍ତ୍ତମାନରେ ମିୟମ୍ରାଣ ତାଙ୍କ ପରିବାରର ପ୍ରତିଟି ସଦସ୍ୟ।

Advertisment

ବନ୍ୟା ବିଧ୍ୱସ୍ତ ତିସ୍ତା ନଦୀର ପଙ୍କିଳ ଶଯ୍ୟା ଭିତରୁ ସରୋଜଙ୍କ ମରଶରୀର ଉଦ୍ଧାର ପରେ ସେନା ପକ୍ଷରୁ ତାଙ୍କ ଗାଁ ଅଭିମୁଖେ ପଠାଇବାର ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ସରୋଜଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ହେବା ନେଇ ସୂଚନା ଦେଇଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ।

Odisha News Sikkim Odia Jawans Martyred
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ