• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉପାନ୍ତ ଅଞ୍ଚଳର ସୁନା ଝିଅ । ସ୍ଵର୍ଣ ପଦକ ଜିତି ନିଜ ଗାଁକୁ ଫେରିଛନ୍ତି ଉପାନ୍ତ ଅଞ୍ଚଳର ଆଦିବାସୀ ଝିଅ ମୀନା ସାନ୍ତା ।  ତେବେ ଫେରିବା ପରେ ମୀନାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଗାଁ ଲୋକେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ କରମାହାଣ୍ଡି ଗ୍ରାମରେ ।

ମରକୋଟ ବ୍ଲକ ସୁନାବେଢା ପଂଚାୟତ ଅନ୍ତର୍ଗତ କରମାହାଣ୍ଡି ଗ୍ରାମର କାଶୁ ସାନ୍ତାଙ୍କ ୧୫ ବର୍ଷୀୟା ଝିଅ ମୀନା ସାନ୍ତା । ସେ ଭୁବନେଶ୍ୱର ସ୍ଥିତ kalinga instuite of social science ରେ ଦଶମ ଶ୍ରେଣୀରେ ପାଠ ପଢିବା ସହିତ ବିଜୁ ପଟ୍ଟନାୟକ ୱେଟ୍ ଲିଫ୍ଟିଂ ହାଇ ପରଫଫୋମାନ୍ସ ସେଣ୍ଟରରେ ଟ୍ରେନିଂ ନେଉଥିଲେ । ଆଉ ତା’ପରେ ଚଳିତ ମାସ ୧୩ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର କଂଗ୍ରା ଠାରେ ହେବାକୁ ଥିବା ଖେଲୋ ଇଣ୍ଡିଆ ଜାତୀୟ ସ୍ତରୀୟ ପ୍ରୋତିଯୋଗିତାରେ ଭାଗ ନେଇଥିଲେ । ଆଉ ସେଠାରେ ୫୫ କେଜି ବର୍ଗୀୟ ୱେଟ୍ ଲିଫ୍ଟିଂ ଦଳରେ ଅଂଶ ଗ୍ରହଣ କରି ସେଥିରୁ ଆଠ ଜଣଙ୍କ ମଧ୍ୟରେ ମୀନା ସାନ୍ତା ସ୍ଵର୍ଣ୍ଣ ପଦକ ବିଜୟ ଲାଭ କରିଛନ୍ତି ।

ସ୍ଵର୍ଣ ପଦକ ଜିତି ଓଡିଶା ରାଜ୍ୟ ସହ ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି ମୀନା । ମୀନା ଜଣେ ଉପାନ୍ତ ଅଞ୍ଚଳର ଗରିବ ପରିବାରରୁ ଆସିଥିବାବେଳେ ସେ ଅଲମ୍ପିକ ଖେଳିବା ପାଇଁ ଆଶା ରଖିଥିବା କହିଛନ୍ତି । ସେପଟେ ସ୍ଵର୍ଣ ପଦକ ପାଇବା ଖବର ଶୁଣି ମୀନାଙ୍କ ମା, ବାପା ଏବଂ କରମାହାଣ୍ଡି ଗ୍ରାମବାସୀ ବହୁତ ଖୁସି ଥିବାବେଳେ ମୀନାଙ୍କ ନିମନ୍ତେ ଆଜି ସ୍ୱାଗତ ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ପ୍ରଶାସନ ସାହାଯ୍ୟ କଲେ ମୀନା ଆଗକୁ ଆହୁରି ବହୁତ ନାମ କରିବ ବୋଲି ମୀନାଙ୍କ ମା ଆଶା ରଖିଥିବା କହିଛନ୍ତି ।

କାର୍ତ୍ତିକ ମଲ୍ଲିକ, ଉମରକୋଟ