Advertisment

କେ-ପପ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ଜଜ୍‌ଙ୍କ ହୋସ୍ ଉଡ଼ାଇଲେ ଓଡ଼ିଆ ଝିଅ ଶ୍ରେୟା

ଫାଇନାଲରେ ରହିଛନ୍ତି ଭାରତର ଶ୍ରେୟା ଲେଙ୍କା ଓ ବ୍ରାଜିଲର ଗ୍ରାବିଏଲା ଡାଲସିନ।

ଅଦ୍ୟତନ ହୋଇଛି
Shreya Lenka

Shreya Lenka

Advertisment

ଝାରସୁଗୁଡା: ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। ଦକ୍ଷିଣ କୋରିଆର କେ-ପପ୍‌ ଜବରଦସ୍ତ ପ୍ରଦର୍ଶନ କରି ସେ ଏବେ ସୁନାମ ଅର୍ଜନ କରିଛନ୍ତି। ପ୍ରସିଦ୍ଧ ବ୍ଲାକ୍ ସ୍ୱାନ୍ ଗ୍ରୁପ ପାଇଁ ସାରା ବିଶ୍ୱରେ ହୋଇଥିବା ଅଡିଶନ୍‌ର ଫାଇନାଲ ରାଉଣ୍ଡରେ ଝାରସୁଗୁଡ଼ାର ଝିଅ ଶ୍ରେୟା ଲେଙ୍କା। ବିଶ୍ୱର ଦମଦାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏବେ ସେ ଫାଇନାଲ୍‌ରେ ପହଞ୍ଚିଛନ୍ତି।

Advertisment

କେପପ୍ ହେଉଛି ସାଉଥକୋରିଆର ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମ। କୋରିଆନ୍‌ରେ ଗୀତ ଗାଇବା ସହ ମଡର୍ଣ୍ଣ ବିଟ୍‌ରେ ଡ୍ୟାନ୍ସ କରିବାକୁ ପଡ଼ିଥାଏ। ଏଥିପାଇଁ ଶ୍ରେୟା ସ୍ୱତନ୍ତ୍ର ତାଲିମ ନେଉଛନ୍ତି। ଗତ ଡିସେମ୍ବରରୁ ଡିଆର୍‌ ମ୍ୟୁଜିକ୍‌ ଦ୍ୱାରା ସ୍ୱତନ୍ତ୍ର କେପପ୍‌ର ତାଲିମ୍ ତଥା କୋରିଆନ୍ ମ୍ୟୁଜିକ୍‌ରେ ଡ୍ୟାନ୍ସ, କୋରିଆନ୍ ଭାଷା ଭଳି ଅନେକ କିଛି ଶ୍ରେୟା ଶିଖୁଛନ୍ତି। ବ୍ଲାକ୍‌ ସ୍ୱାନ୍‌ର ସଦସ୍ୟା ଭାବେ କିଏ ମନୋନୀତ ହେବେ, ତାହା ୬ମାସର ଟ୍ରେନିଂ ପରେ ଡିଆର ମ୍ୟୁଜିକ୍‌ ନିଷ୍ପତ୍ତି ନେବ।

କରୋନା ବେଳେ ଅନଲାଇନ୍‌ ହୋଇଥିବା ପ୍ରଥମ ଅଡିଶନ୍‌ରେ ପ୍ରାୟ ୪ ହଜାର ପ୍ରତିଯୋଗୀଙ୍କ ମଧ୍ୟରେ ୨୩ ଜଣ ଚୟନ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଭାରତରୁ ପ୍ରତିଯୋଗୀ କରିଥିଲେ ଶ୍ରେୟା। ଦ୍ୱିତୀୟ ଅଡିସନରେ ୨୩ ଜଣକ ମଧ୍ୟରୁ ୪ ଜଣ ସିଲେକ୍ଟ ହୋଇଥିଲେ। ୪ ଜଣ ମଧ୍ୟରେ ଏସିଆରୁ ଅଛନ୍ତି ଶ୍ରେୟା।

Advertisment

ତେବେ କୋଭିଡ୍‌ କଟକଣା ପାଇଁ ଅନ୍ୟ ୨ ପ୍ରତିଯୋଗୀ ଅନୁପସ୍ଥିତ ଯୋଗୁଁ ଫାଇନାଲ ରାଉଣ୍ଡ ପାଇଁ ୨ ଜଣ ଚୟନ ହୋଇଛନ୍ତି। ଫାଇନାଲରେ ରହିଛନ୍ତି ଓଡ଼ିଶା ଝାରସୁଗୁଡ଼ାର ଝିଅ ଶ୍ରେୟା ଲେଙ୍କା ଓ ବ୍ରାଜିଲର ଗ୍ରାବିଏଲା ଡାଲସିନ। ତେବେ ଏହି ୨ଜଣଙ୍କ ମଧ୍ୟରୁ କିଏ ଜିତିବ, ସେଥିପାଇଁ ଏବେ ଉତ୍ସୁକତା ଲାଗିରହିଛି। କୋରିଆ ମ୍ୟୁଜିକ ଲେବଲ ''ଡିଆର'' ଦ୍ୱାରା ଶ୍ରେୟା ହେଉଛନ୍ତି ଏକମାତ୍ର ଏସୀୟ ଫାଇନାଲିଷ୍ଟ। 

ଗତ ଡିସେମ୍ବର ଠାରୁ ଦକ୍ଷିଣ କୋରିଆରେ ରହି ତାଲିମ ନେବା ଆରମ୍ଭ କରିଛନ୍ତି। ୬ ମାସ ତାଲିମ ଅବଧି ରହିଛି। ତେବେ ଉଭୟେ ଫାଇନାଲରେ ପରସ୍ପରକୁ ଭେଟିବେ। ସେମାନଙ୍କ ମଧ୍ୟରୁ ବିଜେତା ଯିଏ ହେବେ ସେ ବ୍ଲାକ ସ୍ୱାନରେ ସଦସ୍ୟା ରୂପେ ମନୋନୀତ ହେବେ। ଝାରସୁଗୁଡ଼ାର ଯୁକ୍ତ ଦୁଇ ଛାତ୍ରୀ ହେଉଛନ୍ତି ଶ୍ରେୟା। ଛୋଟ ବେଳୁ ହିଁ ଡ୍ୟାନ୍ସ ଓ ମ୍ୟୁଜିକ୍ ପ୍ରତି ରୁଚି ରଖି ସେ ଅନେକ ଜାତୀୟ ସ୍ତରର ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ଏହି ସଫଳତା ପାଇଁ ମା, ବାପା ଓ ଗୁରୁମାନଙ୍କ ଅଦମ୍ୟ ପ୍ରେରଣା ରହିଥିଲା ବୋଲି ଶ୍ରେୟାଙ୍କ ମା କହିଛନ୍ତି ।

Advertisment
K-Pop Odia Girl Audition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ