Advertisment

ବିବାଦରେ ଝିଲିକଙ୍କ ରସଗୋଲା ଭିଡିଓ ! ଫ୍ୟାନ୍‌ କହିଲେ, ଜୟ ଜଗନ୍ନାଥ, ରସଗୋଲା ଆମର

ପୁଣି ଉଠିଛି ରସଗୋଲା ବିବାଦ। ଏଥର ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ତର୍କବିତର୍କ ଦେଖିବାକୁ ମିଳିଛି। ଝିଲିକ୍ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଭିଡିଓଟି ଛାଡ଼ିବା ପରେ ତାଙ୍କ ରସଗୋଲା ପ୍ରେମୀ ଫ୍ୟାନ୍‌ମାନେ ତାଙ୍କୁ ପ୍ରବଳ ସମାଲୋଚନା କରିଛନ୍ତି।

author-image
Prangyan Parimita
Special Story

Special Story

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରସଗୋଲା ଭିଡିଓ ଛାଡ଼ି ଟ୍ରୋଲ୍ ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ଭିଡିଓରେ ସେ ଓଲିଉଡ ନିର୍ଦ୍ଦେଶକ ସଂଜୟ ନାୟକଙ୍କ ସହ ବସିଥିବା ଦେଖିବାକୁ ମିଳୁଛନ୍ତି । ସେ ଏକ ରସଗୋଲା ଡବା ଆଣି ଖୋଲିଥିବା ଦେଖିବାକୁ ମିଳୁଛି, ଯେଉଁଥିରେ ଲେଖା ଯାଇଛି ବେଙ୍ଗଲ ସୁଇଟସ । ତା ସହିତ ଏହି ଭିଡିଓର ବ୍ୟାକଗ୍ରାଉଣ୍ଡରେ ରସଗୋଲା ସଂପର୍କୀତ ଓ ବେଙ୍ଗଲୀ ଗୀତ ମଧ୍ୟ ବାଜୁଛି।

Advertisment

ତେବେ ଝିଲିକ୍ ତାଙ୍କ ପୋଷ୍ଟ ଡେସକ୍ରିପସନରେ ଲେଖିଛନ୍ତି, ଆମି କୋଲକାତାର ରୋସୋଗୋଲ୍ଲା ଛିଲମ୍, ଏବେ ଓଡିଶାର ରସଗୋଲା ହେଲି। ଅର୍ଥାତ ଆଗରୁ ମୁଁ କଲିକତାର ରୋସୋଗୋଲ୍ଲା ଥିଲି ଏବେ ଓଡ଼ିଶାର ରସଗୋଲା ହେଇଗଲି। ଯଦିଓ ଝିଲିକ୍ ଏହା ଲେଖି ନିଜକୁ ଦୋଷମୁକ୍ତ କରିଛନ୍ତି, କିନ୍ତୁ ତାଙ୍କ ରସଗୋଲା ପ୍ରିୟ ଫ୍ୟାନମାନେ ତାଙ୍କୁ ପ୍ରବଳ ଟ୍ରୋଲ୍ କରିଛନ୍ତି।

ଅଧିକାଂଶ ଲେଖିଛନ୍ତି, ଜୟ ଜଗନ୍ନାଥ, ରସଗୋଲା ଆମର, ବାସ୍ କଥା ସରିଲା । ଆଉ ଜଣେ ୟୁଜର କମେଣ୍ଟ ଦେଇଛନ୍ତି, ରସଗୋଲା ଆମର, ଜଗନ୍ନାଥ ଯୋଉଠି ରସଗୋଲା ସେଇଠି। ସୂର୍ଯ୍ୟ ନାରାୟଣ ବୋଲି ଝିଲିକଙ୍କର ଜଣେ ଫ୍ୟାନ୍ ଲେଖିଛନ୍ତି, ରସଗୋଲା ଓଡ଼ିଶାର ଥିଲା, ଓଡ଼ିଶାର ଅଛି, ଆଉ ଓଡ଼ିଶାର ରହିବ । ସେହିପରି ଆଉ ଜଣେ ଲେଖିଛିନ୍ତି, ମାଡାମ୍ ରସଗୋଲା କେବଳ ଓଡ଼ିଶାର ।

Advertisment

ତେବେ ଓଡ଼ିଆ ସିନେ ନିର୍ଦ୍ଦେଶକ ସଂଜୟ ନାୟକ ଖୁବ୍ ଆନନ୍ଦରେ ବେଙ୍ଗଲ ରସଗୋଲା ଖାଉଥିବା ଦେଖିବାକୁ ମିଳିଛନ୍ତି । କିଛିଦିନ ତଳେ ରସଗୋଲାର ଜିଆଇ ଟ୍ୟାଗ ବା ଭୌଗୋଳିକ ପଞ୍ଜିକରଣକୁ ନେଇ ଓଡ଼ିଶା ଓ ବଙ୍ଗଳା ଭିତରେ ପ୍ରବଳ ଟଣାଓଟରା ହୋଇଥିଲା । ପଶ୍ଚିମବଙ୍ଗ ପ୍ରଥମେ ବାଙ୍ଗଲାର ରୋସଗୁଲ୍ଲା ନାମରେ ଜିଆଟି ଟ୍ୟାଗ୍ ହାସଲ କରିବା ପରେ ଓଡ଼ିଶା ସରକାର ଏହାକୁ ନେଇ ନିନ୍ଦିତ ହୋଇଥିଲେ । ଯଦିଓ ପରେ ଓଡ଼ିଶାର ରସଗୋଲା ମଧ୍ୟ ଜିଆଇ ଟ୍ୟାଗ୍ ହାସଲ କରିଥିଲା।

ସୂଚନାଯୋଗ୍ୟ, ଝିଲିକ୍ ବେଙ୍ଗଲି ଝିଅ ହେଲେ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଭଲ ପରିଚୟ ସୃଷ୍ଟି କରିଛନ୍ତି । ସେ ମଧ୍ୟ ଓଡ଼ିଆ ଘରର ବୋହୂ ହୋଇସାରିଛନ୍ତି। ଜଣାଶୁଣା ରାଜନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ବିଧାୟକ ପୁଅ ଡ୍ୟାନି ଘଡେଇଙ୍କୁ ସେ ବିବାହ କରିଛନ୍ତି ।

Special Story
Advertisment
Advertisment