Advertisment

ଭଦ୍ରକରେ ଅଭଦ୍ର ନୃତ୍ୟକୁ ନେଇ ଝମେଲା: ତାତିଲେ ମହିଳା, ଫିଙ୍ଗିଲେ ଚପଲ

ମହିଳା ତଳେ ଠିଆ ହୋଇ ଯାତ୍ରା ପେଣ୍ଡାଲକୁ ମାରିଲେ ଯୋତା।

ଅଦ୍ୟତନ ହୋଇଛି
Nude Dance

Nude Dance

Advertisment

ଭଦ୍ରକରେ ଚାଲୁଥିଲା ଯାତ୍ରା। ଯାତ୍ରାରେ ଖଚାଖଚ୍‌ ଭିଡ଼। ହେଲେ ଭିଡ଼ ଭିତରେ ଘଟିଲା ଅଘଟଣ। ଜଣେ ମହିଳା ତଳେ ଠିଆ ହୋଇ ଯାତ୍ରା ପେଣ୍ଡାଲକୁ ମାରିଲେ ଯୋତା। ତାହା ବି ପୁଣି ଯାତ୍ରା ଆଇଟମ୍‌ ଗାର୍ଲ ରାଣୀ ପ୍ରିୟଦର୍ଶିନୀଙ୍କ ଉପରେ। ଆଉ ତା ପରେ ତଳେ ଥିବା ମହିଳା ଜଣକ ପେଣ୍ଡାଲ ଉପରକୁ ଉଠି ଗର୍ଜିଲେ। ଯାତ୍ରା କିଛି ସମୟ ପାଇଁ ବନ୍ଦ ହେଲା। ହେଲେ ଏହା ମୂଳ କାରଣ ହେଉଛି ଯାତ୍ରାରେ ନଗ୍ନତା।

Advertisment

ଭଦ୍ରକରେ ଯାତ୍ରା ପରିବେଷଣ ସହ ମେଲୋଡି ଡ୍ୟାନ୍ସ ଚାଲୁଥାଏ। ହଠାତ୍‌ ଜଣେ ମହିଳା ଡ୍ୟାନ୍ସ ଆରମ୍ଭ କଲେ ତାହା ବି ପୁଣି ଅଧା ନଙ୍ଗଳା ନାଚ। ସେଠାରେ ଥିବା ଅନେକ ଏଭଳି ଡ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରିବାର ସାଙ୍ଗରେ ଯାଇଥିବା ଲୋକ ବି ଆଖି ବୁଜିଦେଇଥିଲେ। ଠିକ୍‌ ଏତିକି ବେଳେ ଯାତ୍ରା ଦେଖିବାକୁ ଯାଇଥିବା ଜଣେ ମହିଳା ରୋକ୍‌ଠୋକ୍ ଜବାବ ଦେଇଥିଲେ। ତାହାବି ପୁଣି ଜୋତାରେ। ଜଣେ ମହିଳା ତଳେ ଠିଆ ହୋଇ ଯାତ୍ରା ପେଣ୍ଡାଲକୁ ମାରିଲେ ଯୋତା। ଆଉ ତା ପରେ ପେଣ୍ଡାଲ ଉପରକୁ ଉଠି ଗର୍ଜିଲେ। 

ସେହି ସମୟର ଭିଡିଓ ଦେଖନ୍ତୁ.... 

ଯେଉଁ ଯାତ୍ରାକୁ ଦିନେ ପରିବାରକୁ ନେଇ ଦେଖିବାକୁ ଯାଉଥିଲେ, ତାହା ଆଜି ସମ୍ଭବ ନୁହେଁ। ଦିନକୁ ଦିନ ଯାତ୍ରାରେ ନଗ୍ନତା ବଢିବାରେ ଲାଗିଛି। ହେଲେ ଘଟଣା ଉପରେ ମଜା ନେଉଥିବାର ଦୃଶ୍ୟ ଆସିଛି କିନ୍ତୁ ଆଜି ମହିଳାଙ୍କ ସାହାସଙ୍କୁ ବି ମାନିବାକୁ ପଡ଼ିବ। ସିଧାସଳଖ ଉଠିଯାଇ ଗର୍ଜିଲେ, ତାହାବି ପୁଣି ଆୟୋଜକଙ୍କୁ ରୋକ୍‌ଠୋକ୍ ଜବାବ ଦେଲେ। 

Advertisment

ଏନେଇ ଋତୁପର୍ଣ୍ଣା ମହାନ୍ତି କହିଛନ୍ତି ଯେ- ସମ୍ପୃକ୍ତ ମହିଳାଙ୍କୁ ସାଧୁବାଦ୍ ଦେବା ଆବଶ୍ୟକ। ସେ ସତ୍‌ସହାସ କରି ତାର ପ୍ରତିବାଦ କରିଛନ୍ତି। 

Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ