CM KISHAN YOJANA
ଚାଷୀଙ୍କୁ ନୂଆଁଖାଇ ଭେଟି ଦେବେ ରାଜ୍ୟ ସରକାର । ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା । ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ହଜାର ଟଙ୍କା ଲେଖାଏଁ ପଠେଇବେ ରାଜ୍ୟ ସରକାର । ରାଜ୍ୟର ପ୍ରାୟ ୫୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ଆସନ୍ତାକାଲି ନୂଆଁଖାଇ ପଡୁଥିବା ବେଳେ ଏହାର ପୂର୍ବ ଦିନ ଅର୍ଥାତ୍ ଆଜି ଚାଷୀଙ୍କ ଖାତାକୁ ଯିବ ରବି ୨୦୨୫-୨୬ର ସିଏମ୍ କିଷାନ ସହାୟତା ରାଶି ।
ଗତ ବର୍ଷ ନୂଆଁଖାଇରେ ମଧ୍ୟ ଚାଷୀଙ୍କୁ ମିଳିଥିଲା ସିଏମ୍ କିଷାନ ଟଙ୍କା । ନୂଆଁଖାଇ ଅବସରରେ ସମ୍ବଲପୁର ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଅଡିଟୋରିୟମରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଥିଲେ । ଏହା ପୂର୍ବରୁ ବିଜେଡି ସରକାର ଅମଳରେ ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିଲା । ଯୋଗ୍ୟତା ଥାଇ ମଧ୍ୟ ପିଏମ୍ କିଷାନ ଯୋଜନାରୁ ରାଜ୍ୟରେ ବାଦ୍ ପଡ଼ିଥିବା ସମସ୍ତ ଚାଷୀଙ୍କୁ ସିଏମ୍ କିଷାନ ଯୋଜନାରେ ସାମିଲ କରାଯିବ ବୋଲି କୃଷି ମନ୍ତ୍ରୀ କେଭି ସିଂହଦେଓ ବିଧାନସଭାରେ ସୂଚନା ଦେଇଥିଲେ ।
ସେପଟେ ଆସନ୍ତାକାଲି ନୂଆଁଖାଇ। ଆଜି ବସିଛି ନୂଆଁଖାଇ ବଜାର । ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇକୁ ନେଇ ବେଶ ଚଳଚଞ୍ଚଳ ସମ୍ବଲପୁରର ବଜାର । ଲୋକେ ନୂଆ ଖାଇବା ପାଇଁ ନୂଆ ଧାନ, ପନିପରିବା ଓ ପୂଜା ସାମଗ୍ରୀ କିଣୁଛନ୍ତି । ବର୍ଷର ଅନ୍ୟ ଦିନ ମାନଙ୍କରେ ଯେଉଁ ସାମଗ୍ରୀ ମିଳେ ନାହିଁ ସେସବୁ ନୂଆଁଖାଇ ବଜାରରେ ମିଳିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756272645.jpg)