Advertisment

କାଲି ଗଣମାଧ୍ୟମ ସାମ୍ନାରେ କଣ ତଥ୍ୟ ରଖିବେ ଶ୍ରୀୟା

ଠାକୁରଙ୍କ ଭୋଗ ଖାଇଲେ ପାପ ବୋଲି ହ୍ୟୁମାନଙ୍କ ମା ଏବଂ ଘର ଲୋକ କୁହନ୍ତି ବୋଲି ଶ୍ରୀୟା ଅଭିଯୋଗ ଆଣିଛନ୍ତି।

Singer Humane Sagar's wife

Singer Humane Sagar's wife

Advertisment

ମୋତେ ସିନ୍ଦୁର ପିନ୍ଧିବା ମନା...  ବିନ୍ଦି ଆଉ ଅଳତା ଲଗାଇବା ମନା... ଠାକୁର ଭୋଗ ଖାଇଲେ କୁଆଡ଼େ ପାପ ହୁଏ। ୟେ ନା କୌଣସି ଗୀତର ପଦ ନା କୌଣସି ଚଳଚ୍ଚିତ୍ର କିମ୍ବା ଧାରାବାହିକର ସଂଳାପ। ଏ ହେଉଛି ସିଙ୍ଗର ସେଲିବ୍ରିଟି ହ୍ୟୁମାନ ସାଗରଙ୍କ ଦାମ୍ପତ୍ୟ କଳି ପଛରେ ପତ୍ନୀଙ୍କ ସାଂଘାତିକ ଅଭିଯୋଗ।ପ୍ରତ୍ୟେକ ଧର୍ମକୁ ସମ୍ମାନ ଦେଉଥିବା ଏବଂ ଘରେ ମହାପ୍ରଭୁ ଜଗନ୍ନାଥଙ୍କ ସମେତ ହିନ୍ଦୁ ଦେବଦେବୀଙ୍କୁ ପୂଜା କରାଯାଏ ବୋଲି କହୁଥିବା ହ୍ୟୁମାନ ଏବଂ ତାଙ୍କ ମାଙ୍କ ବୟାନ ପରେ ଆଜି ଏଭଳି ପାଲଟା ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ମିଶ୍ର।

Advertisment

ଓଟିଭିକୁ ବୟାନ ଦେଇ ଶ୍ରୀୟା କହିଛନ୍ତି, ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା। ଏପରିକି ସିନ୍ଦୂର ଲଗାଇବାକୁ ଦିଅନ୍ତିନି କି ବିନ୍ଦି ଲଗାଇବାକୁ ଦିଅନ୍ତିନି। ଅଳତା ଟିକେ ଲଗାଇଲେ ଗାଳି ଶୁଣିବାକୁ ପଡେ। ଠାକୁରଙ୍କ ଭୋଗ ଖାଇଲେ ପାପ ବୋଲି ହ୍ୟୁମାନଙ୍କ ମା ଏବଂ ଘର ଲୋକ କୁହନ୍ତି ବୋଲି ଶ୍ରୀୟା ଅଭିଯୋଗ ଆଣିଛନ୍ତି।

ଶ୍ରୀୟା ଆହୁରି ଗୁମର ଖୋଲି କହିଛନ୍ତି- ଗତ ୫ ବର୍ଷ ହେଲା ଝିଅ ଜନ୍ମ ହେବା ପରଠାରୁ ତାଙ୍କୁ ମେଣ୍ଟାଲି, ଫିଜିକାଲି ଟର୍ଚର କରାଯାଉଥିଲା। ଗତ ୬ ମାସ ହେଲା ଅଧିକ ନିର୍ଯାତନା ଦିଆଯାଉଥିଲାା ସେହି ନିର୍ଯାତନା ଅତ୍ୟଧିକ ହେବାରୁ ବାଧ୍ୟ ହୋଇ ଥାନାକୁ ଗଲି ବୋଲି କହିଛନ୍ତି ଶ୍ରୀୟା। କେବଳ ଏତିକି ନୁହେଁ, ମଦ ପିଇବାକୁ ମନା କଲେ ହ୍ୟୁମାନ ପିଟନ୍ତି ବୋଲି ଶ୍ରୀୟା କହିଛନ୍ତି। ଜଣେ ଥାର୍ଡ ପର୍ସନ ପାଇଁ ମୋତେ ଘରୁ ତଡ଼ିଦିଆଯାଇଛି। ମୋ ବାପା, ମାଙ୍କୁ ଗାଳିଗୁଲଜ କରି ଗତ ୬ ମାସ ତଳୁ ଘରୁ ବାହାର କରିଦେଲେ।

Advertisment

ମିଡିଆ ଆଗରେ କମ୍ପ୍ରମାଇଜ୍ କଥା କହିଦେଲେ ହେବନି, ସେତିକି ହାତ ବି ବଢ଼ିବା ଦରକାର। ମୁଁ ସେଠାରେ ସୁରକ୍ଷିତ ମନେ କରୁନି, ଝିଅକୁ ବି ପିଟାପିଟି କରିଛନ୍ତି। ସ୍ତ୍ରୀର ମାନ୍ୟତା ଦେଇ ଫେରାଇ ନେଲେ, ମୁଁ ନିଶ୍ଚିତ ତାଙ୍କ ପାଖକୁ ଯିବି ବୋଲି କହିଛନ୍ତି ଶ୍ରୀୟା।

ଧର୍ମାନ୍ତରୀକରଣ ପାଇଁ ଚାପ ପକାଉଥିବା ଅଭିଯୋଗରେ ଛନ୍ଦି ହୋଇ ବିବାଦୀୟ ହୋଇପଡ଼ିଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ତାଙ୍କ ମା ଶେଫାଳୀ ଗତକାଲି କଟକ ସିଡିଏ ସ୍ଥିତ ଘରର ଦୃଶ୍ୟ ଦେଖାଇଥିଲେ। ଯେଉଁଠି ଜଗନ୍ନାଥଙ୍କଠୁ ଆରମ୍ଭ କରି ଅନେକ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ସହ ଫଟୋ ଚିତ୍ର ଦେଖିବାକୁ ମିଳିଥିଲା। ଯାହାକୁ ଶ୍ରୀୟା ନିଜେ ଆଣିବା ସହ ନିଜେ ଏବଂ ତାଙ୍କ ବାପା, ମା ମିଶି ପୂଜାପାଠ କରନ୍ତି ବୋଲି କହିଥିଲେ ହ୍ୟୁମାନଙ୍କ ମା। 

Advertisment

ତେବେ ଦାମ୍ପତ୍ୟ ଜୀବନ ଭିତରେ କାହିଁକି ଏବେ ପାଚେରୀ ସାଜିଛି ଧର୍ମ ବିବାଦ? ଶ୍ରୀୟାଙ୍କ ପରିବାର ଲୋକେ ମାମଲାର ଆପୋଷ ସମାଧାନ ପାଇଁ ମହିଳା ଥାନାକୁ ଯେଉଁ ୨ ଦିନ ସମୟ ମାଗିଥିଲେ, ତାର ଅବଧି ଆଜି ସରିଛି। ଦାମ୍ପତ୍ୟ କଳିର ସମାଧାନ ସପକ୍ଷରେ ମତ ରଖୁଥିବା ଉଭୟ ପକ୍ଷ ଆସନ୍ତାକାଲି ଥାନାରେ ମୁହାଁମୁହିଁ ହେବେ ନା ବିବାଦ ତୁଟାଇବେ? ଏଭଳି ପ୍ରଶ୍ନ ଭିତରେ ହ୍ୟୁମାନଙ୍କ ପତ୍ନୀ କହିଛନ୍ତି, ଆସନ୍ତାକାଲି ଗଣମାଧ୍ୟମ ସାମ୍ନାରେ ଆହୁରି ତଥ୍ୟ ରଖିବି। 

(କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ)

Human Sagar Family Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ