Advertisment

ବର୍ଷେ ଯାଏ ବଡ଼ ଧରଣର ସମୂହ ଧାର୍ମିକ ଶୋଭାଯାତ୍ରା ମନା, ଜାଣନ୍ତୁ କେଉଁଠି...

ସମ୍ବଲପୁରରେ ସମୂହ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା। ଜିଲ୍ଲାରେ ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷା ଉଦ୍ଦେଶ୍ୟରେ ବର୍ଷେ ପାଇଁ କୌଣସି ବଡ ଧରଣର ସମୂହ ଧାର୍ମିକ ଶୋଭାଯାତ୍ରା ନକରିବାକୁ ନିଷ୍ପତ୍ତି ନିଆଯାଇଛି

ଅଦ୍ୟତନ ହୋଇଛି
Religious Processions Banned In Sambalpur

No religious procession in sambalpur for one year

Advertisment

ସମ୍ବଲପୁରରେ ସମୂହ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା। ଜିଲ୍ଲାରେ ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷା ଉଦ୍ଦେଶ୍ୟରେ ବର୍ଷେ ପାଇଁ କୌଣସି ବଡ ଧରଣର ସମୂହ ଧାର୍ମିକ ଶୋଭାଯାତ୍ରା ନକରିବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

ମହରମ୍ ପାଳନ ନେଇ ଗତକାଲି ଶାନ୍ତି କମିଟି ବୈଠକ ବସିଥିଲା। ଏଥିରେ ପୂର୍ବବର୍ଷ ଭଳି ମିଳିତ ଧାର୍ମିକ ଶୋଭାଯାତ୍ରା ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି। ପରମ୍ପରା ମୁତାବକ ଧାର୍ମିକ ରୀତିନୀତିରେ ପର୍ବ ପାଳନ କରାଯିବ। ମହରମ ପାଳନ ପୂର୍ବରୁ ଆୟୋଜକ ସ୍ଥାନୀୟ ଥାନାର ଅନୁମତି ନେବାକୁ ପଡ଼ିବ ବୋଲି ଏସ୍‌ପି ମୁକେଶ ଭାମୁ କହିଛନ୍ତି।

ସୂଚନାଥାଉ କି, ସମ୍ବଲପୁର ରେ ହନୁମାନ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଶୋଭାଯାତ୍ରା ବେଳେ ହିଂସା ଘଟିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିବାରୁ ଜିଲ୍ଲାରେ ୧୪୪ ଧାରି ଜାରି ହୋଇଥିଲା।  ଏପରିକି ସେହି ସମୟରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯିବା ସହ ପୋଲିସ ଫ୍ଲାଗ୍‌ମାର୍ଚ୍ଚ କରିଥିଲା।

Advertisment

ଘଟଣାରେ ଏବେବି କିଛି ଲୋକ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏଭଳି ସ୍ଥିତିରେ ଆଗକୁ ସମୂହ ଧାର୍ମିକ ଶୋଭଯାତ୍ରା ଉପରେ ପ୍ରଶାସନ କଟକଣା ଲଗାଇଛି। 

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ