Advertisment

ତପସ୍ୱିନୀଙ୍କୁ ତାଙ୍କ ଶାଶୂଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନାହିଁ: ସୁମିତଙ୍କ ଓକିଲ

ଘରର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ବ୍ରହ୍ମପୁର କୋର୍ଟଙ୍କ ରାୟ ଆସିବା ପରେ ବି ଗତ ଦୁଇ ଦିନ ଧରି ସୁମିତଙ୍କ ଘର ଗ୍ୟାରେଜ୍ ରୁମ୍‌ରେ ତପସ୍ୱିନୀ ଅଛନ୍ତି। ା

ଅଦ୍ୟତନ ହୋଇଛି
Lawyer of Sumeet sahoo

Lawyer of Sumeet sahoo

Advertisment

ବ୍ରହ୍ମପୁର: ତପସ୍ୱିନୀଙ୍କ ପାଇଁ ପୁଣି ଶାଶୂଘରେ ତାଲା। କୋର୍ଟଙ୍କ ରାୟ କପି ଆସିବା ପରେ ପୁଣି ନୂଆ ମୋଡ଼ ନେଇଛି ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା। ତପସ୍ୱିନୀଙ୍କୁ ତାଙ୍କ ଶାଶୂଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ। କେବଳ ମାସିକ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଛି କିନ୍ତୁ ଶାଶୂଘରେ ରହିବାକୁ ନିର୍ଦ୍ଦେଶ ନଥିବା ତାଙ୍କ ଓକିଲ କହିଛନ୍ତି। ଏହାର ଅର୍ଥ ନବୁଝିକି ଓ ଭୁଲ ଅର୍ଥ ବାହାର କରି ସେମାନେ ଏଭଳି ପଦକ୍ଷେପ ନେବାକୁ ବସିଥିଲେ।

Advertisment

ଏଥିରେ ଜିଲ୍ଲା ଜଜ୍‌ଙ୍କ ଅର୍ଡରକୁ ଉଲ୍ଲଘଂନ କରାଯାଉଛି। ତେବେ ଆଇନ୍‌କୁ ତର୍ଜମା ନକରି କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ମୁଁ ପ୍ରଶାସନକୁ ଅନୁରୋଧ କରୁଛି। ଏହି ଅର୍ଡର ଆଜି ହିଁ ହସ୍ତଗତ ହୋଇଛି। ସୁମିତଙ୍କ ପରିବାର ଏନେଇ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନକୁ ଜଣାଇଛନ୍ତି। ତପସ୍ୱିନୀ ଆଗରୁ ୪୯୮ କେସ୍, DV କେସ୍ କରିଛନ୍ତି। ସୁମିତଙ୍କ ପକ୍ଷରୁ ଡିଭୋର୍ସ କେସ୍ ଫାଇଲ ହୋଇଛି। ଏଭଳି ସ୍ଥିତିରେ ସେମାନେ ଏକାଠି ରହିବା ଠିକ୍ ନୁହେଁ। 

ଏହା ପରେ ଘରର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ବ୍ରହ୍ମପୁର କୋର୍ଟଙ୍କ ରାୟ ଆସିବା ପରେ ବି ଗତ ଦୁଇ ଦିନ ଧରି ସୁମିତଙ୍କ ଘର ଗ୍ୟାରେଜ୍ ରୁମ୍‌ରେ ତପସ୍ୱିନୀ ଅଛନ୍ତି। ା 

Advertisment
Berhmapur Martial Dispute Sumeet Tapaswini
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ