Advertisment

ଦାରିଦ୍ର୍ୟ ତାଲିକାର ୯ମ ସ୍ଥାନରେ ଓଡ଼ିଶା, ୩ ଜିଲ୍ଲାରେ ସ୍ଥିତି ଅତି ଦୟନୀୟ !

ବାସ୍ତବ କ୍ଷେତ୍ରରେ ରାଜ୍ୟରୁ ଦାରିଦ୍ର୍ୟ କେତେ ହଟିଛି, ନୀତି ଆୟୋଗ ରିପୋର୍ଟରୁ ତାହା ଜଳ ଜଳ ଦେଖାଯାଉଛି। ନୀତି ଆୟୋଗର ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ରାଜନୀତି। ରାଜ୍ୟର ଏ ଦୁଃସ୍ଥିତି ପାଇଁ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।

Niti Aayog Report

Niti Aayog Report

Advertisment

ଭୁବନେଶ୍ୱର: ଓଡ଼ିଶାର ପ୍ରତି ତିନି ଜଣରେ ଜଣେ ଗରିବ ଅର୍ଥାତ୍ ରାଜ୍ୟର ୨୯.୩୫% ଲୋକ ଗରିବ। ନୀତି ଆୟୋଗର ସଦ୍ୟତମ ମଲ୍ଟି ଡାଇମେନ୍ସନାଲ ପୋଭର୍ଟି ରିପୋର୍ଟ ବା ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟ ଦେଖାଇଛି ଓଡ଼ିଶାର ଏଭଳି ବିକଟ ଚିତ୍ର। ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁସାରେ ୩ ପଛୁଆ ଜିଲ୍ଲା- ନରବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ସ୍ଥିତି ଆହୁରି ଖରାପ। ନବରଙ୍ଗପୁରର ୫୯.୩୨% ଲୋକ ଗରିବ ହୋଇଥିବା ବେଳେ ମାଲକାନଗିରିର ୫୮.୭୧% ଓ କୋରାପୁଟର ୫୧.୧୪% ଲୋକଙ୍କ ଆର୍ଥିକ ଅବସ୍ଥା ଅତି ଦୟନୀୟ। ପ୍ରଥମ ଥର ଲାଗି ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ଦାରିଦ୍ର୍ୟ ରିପୋର୍ଟରେ କେବଳ କ୍ଷୁଧା ବା ଅନାହାରକୁ ମାନଦଣ୍ଡ ହିସାବରେ ନିଆଯାଇନି, ଗରିବର ସଂଜ୍ଞା ନିର୍ଦ୍ଧାରଣ ଲାଗି ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ବିଜୁଳି ବ୍ୟବହାର, ସ୍ବଚ୍ଛ ଇନ୍ଧନ ବ୍ୟବହାରକୁ ବି ବିଚାରକୁ ନିଆଯାଇଛି।

Advertisment

ନୂଆ ମାନଦଣ୍ଡ ଅନୁସାରେ ଏବେ ଦେଶର ପ୍ରତି ୪ ଜଣରେ ଜଣେ ଅର୍ଥାତ୍ ୨୫.୦୧ ପ୍ରତିଶତ ଗରିବ ଅଛନ୍ତି। ବିହାର ଦେଶର ସବୁଠୁ ଗରିବ ରାଜ୍ୟ ହୋଇଥିବା ବେଳେ ଏଠାରେ ୫୧.୯୧ ପ୍ରତିଶତ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ। କେରଳରେ ଗରିବଙ୍କ ସଂଖ୍ୟା ସବୁଠୁ କମ୍। ଏଠାରେ ଗରିବଙ୍କ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ମାତ୍ର ୦.୭୧ ପ୍ରତିଶତ। ଓଡ଼ିଶାର ୧୬ଟି ଜିଲ୍ଲାର ଦାରିଦ୍ର୍ୟ ହାର ଜାତୀୟ ହାରଠାରୁ ଉପରେ ରହିଛି। ଏମିତିକି ଖଣିଜ ପଦାର୍ଥ ସମୃଦ୍ଧ କେନ୍ଦୁଝର ଜିଲ୍ଲାର ୪୧.୭୮ ପ୍ରତିଶତ ଲୋକ ଗରିବ।

ନୀତି ଆୟୋଗର ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ରାଜନୀତି। ରାଜ୍ୟର ଏ ଦୁଃସ୍ଥିତି ପାଇଁ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ୨୨ ବର୍ଷର ଶାସନ ସତ୍ତ୍ୱେ ନବୀନ ସରକାରର ଦୂରଦୃଷ୍ଟି ଅଭାବ ଏବଂ ଦୀର୍ଘ ମିଆଦୀ ଯୋଜନାର ବିଫଳତା ଯୋଗୁ ରାଜ୍ୟର ଏ ସ୍ଥିତି ବୋଲି କହିଛି ବିଜେପି। କଂଗ୍ରେସ କହିଛି, ବିଜେଡି ସରକାରର ସବୁ ଯୋଜନା ଦଳୀୟ ଭିତ୍ତିରେ ହେଉଛି।

Advertisment

ତୃଣମୂଳସ୍ତରର ଲୋକଙ୍କ ପାଖରେ ପହଞ୍ଚିପାରୁନି। ନୀତି ଆୟୋଗ ରିପୋର୍ଟ ତାର ଉଦାହରଣ ବୋଲି ଦଳ କହିଛି। ତେବେ ଦାରିଦ୍ର୍ୟ ଦୂରୀକରଣ ଲାଗି ସରକାର ଉଦ୍ୟମ ଜାରି ରଖିଥିବା ବିଜେଡି ସଫେଇ ଦେଇଛି। ଦାରିଦ୍ର୍ୟ ହ୍ରାସ ଲାଗି ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି। ତେବେ ବାସ୍ତବ କ୍ଷେତ୍ରରେ ରାଜ୍ୟରୁ ଦାରିଦ୍ର୍ୟ କେତେ ହଟିଛି ନୀତି ଆୟୋଗ ରିପୋର୍ଟରୁ ତାହା ଜଳ ଜଳ ଦେଖାଯାଉଛି।

Bhubaneswar Odisha Government NITI Ayog
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ