• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନୀ ପ୍ରତିଶ୍ରୁତି ରଖିଲେ ନୂଆ ସରପଞ୍ଚ । ଲୋକଙ୍କ ଦୁଃଖ ବୁଝି ସେ ଏବେ ଗାଁ ଗାଁ ବୁଲୁଛନ୍ତି । ଅନ୍ୟ ଲୋକ ପ୍ରତିନିଧିଙ୍କ ପରି ନିର୍ବାଚନ ପରେ ଜନତାଙ୍କୁ ଭୁଲିଯାଇ ନାହାନ୍ତି । ଭୋଟ ଦେଲେ ଲୋକଙ୍କ ସେବା କରିବି ବୋଲି କହିଥିଲେ । ଆଉ ଲୋକମାନେ ମଧ୍ୟ୍ୟ ବିଶ୍ୱାସ କରି ଭୋଟ ଦେଇ ତାଙ୍କୁ ବିଜୟୀ କରିଛନ୍ତି । ତେବେ ନିର୍ବାଚନ ଜିତିବା ପରେ ନିଜ ପ୍ରତିଶୃତି ପାଳନ କରୁଛନ୍ତି ସରପଞ୍ଚ । ବେଲପଡା ବ୍ଲକ ଧୂମାଭଟା ପଂଚାୟତର ଅଏଲାପାଳି ଗାଁରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ନୂତନ ଭାବେ ନିର୍ବାଚିତ ହୋଇଛନ୍ତି ଯୁବ ସରପଞ୍ଚ ବନମାଳୀ ନାଏକ । ନିଜ ପଂଚାୟତରେ ଥିବା ଗାଁ ମାନଙ୍କୁ ନିଜେ ଭଡାଖର୍ଚ୍ଚ ଦେଇ ଗାଡ଼ି ଧରି ବୁଲୁଛନ୍ତି । ପଂଚାୟତ ହେଡ଼କ୍ଵାଟର ଠାରୁ ଟ୍ରାକ୍ଟର ମାଧ୍ୟ୍ୟମରେ ଚାଉଳ ନେଇ ହିତାଧିକାରୀଙ୍କୁ ବାଣ୍ଟୁଛନ୍ତି । ଆଜି ପ୍ରଥମେ ପଂଚାୟତ ଠାରେ ସବୁଜ ପତକା ଦେଖାଇ ଏହାର ଶୁଭାରମ୍ଭ କରି ଅଏଲାପାଳିକୁ ପ୍ରଥମେ ବଣ୍ଟନ କରିଛନ୍ତି ।

ବଡ଼ କଥା ହେଲେ ନିଜ ପଂଚାୟତର ଗାଁକୁ ଗାଁ ତଥା ଘରକୁ ଘର ବୁଲି ଡାକ ଛାଡ଼ୁଛନ୍ତି ବନମାଳୀ । ମା ଘରେ କିଏ ଅଛ, ମୁ ସରପଞ୍ଚ କହୁଛି । ମୁଁ ଆପଣଙ୍କ ଗାଁ କୁ ଚାଉଳ ଆଣିଛି । ଆପଣ ମାନେ ଗାଁ ମଣ୍ଡପ ନିକଟକୁ ଆସନ୍ତୁ ନିଜ ପି. ଡ଼ି. ଏସ ଚାଉଳ ନେବେ । ଏମିତି କହି ଘର ଘର ଡାକୁଛନ୍ତି ସରପଞ୍ଚ । ତେବେ ଏପରି ଦୃଶ୍ୟ ଦେଖିବା ପରେ ହିତାଧିକାରୀ ବହୁତ ଖୁସି ଥିବାବେଳେ ଲୋକେ କହୁଛନ୍ତି ଆମେ ଏମିତି ସରପଞ୍ଚ କେବେ ଦେଖିନଥିଲୁ ।

ପରବର୍ତ୍ତୀ ସମୟରେ ପଂଚାୟତର ସମସ୍ତ ଗାଁ ରେ ଏମିତି ବଣ୍ଟନ କରାଯିବା ନେଇ ସରପଞ୍ଚ କହିଛନ୍ତି । ଅନ୍ୟପଟେ ପୂର୍ବରୁ ହିତାଧିକାରୀ ମାନେ ପଂଚାୟତ କାର୍ଯ୍ୟାଳୟକୁ ଚାଉଳ ନେଇ ଆସୁଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ଏବେ ଗୋଡ଼ ତଳେ ଚାଉଳ ମିଳିଥିବାରୁ ବହୁତ ଖୁସି ଅଛନ୍ତି ।

ପାଟଣାଗଡ, କରୁଣାକର ବୁଡ଼େକ