ଶପଥ ନେଲେ ନବ ନିର୍ବାଚିତ ବିଧାୟକ ରୁଦ୍ର ମହାରଥୀ

ପିପିଲି ବିଧାୟକ ଭାବେ ନବ ନିର୍ବାଚିତ ରୁଦ୍ର ପ୍ରତାପ ମହାରଥୀ, ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Rudra maharathy

News Summary

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ପ୍ରତାପ ମହାରଥୀ ।

ବିଧାନସଭାରେ ପଦ ଓ ଗୋପନୀୟତାର ଶପଥପାଠ॥

ଶପଥପାଠ କରାଇଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଭୁବନେଶ୍ୱର: ପିପିଲି ବିଧାୟକ ଭାବେ ନବ ନିର୍ବାଚିତ ରୁଦ୍ର ପ୍ରତାପ ମହାରଥୀ, ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏଥର ଉପନିର୍ବାଚନରେ ବିଜେଡିର ରୁଦ୍ର ପ୍ରତାପ ମହାରଥୀ ବାଜି ମାରିଛନ୍ତି । ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧକ ଭୋଟରେ ପରାସ୍ତ କରି ପିପିଲି ଆସନ ହାତେଇଛନ୍ତି । ରୁଦ୍ର ମହାରଥୀ ୯୬ ହଜାର ୯୭୨ଟି ଭୋଟ୍ ପାଇଥିଲେ । ଆଉ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଶ୍ରିତ ପଟ୍ଟନାୟକ ୭୬ ହଜାର୫୬ ଭୋଟ ପାଇଥିଲେ । 

ସୂଚନାଯୋଗ୍ୟ, ସ୍ୱଗର୍ତ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ପିପିଲି ଆସନକୁ ଦଖଲ କରିଛନ୍ତି ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ସ୍ୱଗର୍ତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୨୦,୯୧୬ ଭୋଟରେ ପରାସ୍ତ କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନ ମହାପାତ୍ର ଅମାନତ ହରାଇଛନ୍ତି ।

ଚଳିତ ଥର ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮.୨୫ % ଭୋଟର ନିଜର ମତ ସାବ୍ୟସ୍ତ କରିଥିଲେ । ୧୯୯୫ ମସିହା ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ମତଦାନ । ୧୯୯୫ ମସିହାରେ ଏଠାରେ ୮୨.୩% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ଏଥର ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଥିଲା । ସେଥିରୁ ୨୦୧ଟି ସମ୍ବେଦନଶୀଳ ବୁଥ୍‌ରେ କୌଣସି ପ୍ରକାର ଗଡ଼ବଡ଼କୁ ଏଡ଼ାଇବାକୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।