Advertisment

ତପସ୍ୱିନୀଙ୍କ ଏଣ୍ଟ୍ରି, ଶ୍ୱଶୁରଙ୍କ ଏକ୍‌ଜିଟ୍‌: ରାତି ଅଧରେ ଘର ଛାଡ଼ିଲେ ଶ୍ୱଶୁର

ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ମଧ୍ୟ ରାତ୍ରରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Sumit-Tapaswini Marital Discord

Sumit-Tapaswini Marital Discord

Advertisment

ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ଗତକାଲି ମଧ୍ୟ ରାତ୍ରରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି। ନିଜକୁ ସୁରକ୍ଷିତ ମଣୁ ନାହିଁ ବୋଲି ଭିଡିଓ ବାର୍ତ୍ତା ଜରିଆରେ ସୋସିଆଲ ମିଡିଆରେ ସେ ଛାଡ଼ିଛନ୍ତି।

Advertisment

ତପସ୍ୱିନୀଙ୍କ ଶ୍ୱଶୁରଙ୍କ କହିଛନ୍ତି, ‘ମୋର ଅନିଚ୍ଛା ସତ୍ତ୍ୱେ ପ୍ରଶାସନିକ ଅଧିକାରୀ ବୋହୂ ତପସ୍ୱିନୀଙ୍କୁ ଘରେ ପୁରାଇଲେ। ଅତୀତରେ ବୋହୂ ମିଥ୍ୟା ମାମଲା କରି ହଇରାଣ କରିଥିଲେ। ତେଣୁ ଭୟଭୀତ ଲାଗୁଛି। IICଙ୍କୁ ମଧ୍ୟ ଘର ତଦାରଖ କରି ମୋତେ ସୁରକ୍ଷିତ ସ୍ଥାନ ଦେବାକୁ କହିଛି। ତେଣୁ ରାତିରେ ଘର ଛାଡୁଛି, ପରେ ଘରକୁ ଫେରିବି।’

ସୂଚନାଥାଉ କି, ଗତକାଲି ଶ୍ୱଶୁର ଘର ଭିତରକୁ ପ୍ରବେଶ କରିଥିଲେ ବୋହୂ ତପସ୍ୱିନୀ। ଶ୍ୱଶୁର ପ୍ରମୋଦ ସାହୁ ତାଲା ଖୋଲିବା ପରେ ଭିତରକୁ ଯାଇଥିଲେ ବୋହୂ ତପସ୍ୱିନୀ।  ତହସିଲଦାର, ପୋଲିସ ଓ ପ୍ରୋଟେକ୍ସନ୍ ଅଫିସରଙ୍କ ଉପସ୍ଥିତିରେ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ ତପସ୍ୱିନୀ। 

Advertisment

ସୂଚନାଥାଉ କି, କୋର୍ଟଙ୍କ ରାୟ କପି ଆସିବା ପରେ ନୂଆ ମୋଡ଼ ନେଇଥିଲା ଡାକ୍ତର ସୁମିତ-ତପସ୍ୱିନୀଙ୍କ ପାରିବାରିକ ବିବାଦ ମାମଲା। ତପସ୍ୱିନୀଙ୍କୁ ତାଙ୍କ ଶାଶୁ ଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ। କେବଳ ମାସିକ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଶାଶୁ ଘରେ ରହିବାକୁ ନିର୍ଦ୍ଦେଶ ନଥିବା ସୁମିତଙ୍କ ଓକିଲ କହିଛନ୍ତି। ଏହାର ଅର୍ଥ ନବୁଝିକି ଓ ଭୁଲ ଅର୍ଥ ବାହାର କରି ସେମାନେ ଏଭଳି ପଦକ୍ଷେପ ନେବାକୁ ବସିଥିଲେ।

Tapaswini Dash Berhampur Marital Discord Case Dr Sumit Sahu Tapaswini-Sumit Dispute Sumit Tapaswini Sumit-Tapaswini Marital Discord
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ