Advertisment

ଆଜି ଠାରୁ ନୂଆ ନିୟମ ! ଖୋଲିଲା ଶ୍ରୀମନ୍ଦିର, କୋହଳ ହେଲା କଟକଣା

ଆଜି ଫେବୃଆରୀର ପ୍ରଥମ କାର୍ଯ୍ୟ ଦିବସ । ଆଜି ଠାରୁ ନୂଆ ନିୟମ ମାନିବାକୁ ଆପଣ ବାଧ୍ୟ । ନଚେତ୍ ଫେବୃଆରୀ ମାସର ନୂଆ ନିୟମ ଆପଣଙ୍କ ଉପରେ ପ୍ରଭାବ ପକାଇପାରେ। ସେଥି ପାଇଁ ଆଜିଠୁ ଜାଣନ୍ତୁ ଏସବୁ ନିୟମ . . .

author-image
Prangyan Parimita
ଅଦ୍ୟତନ ହୋଇଛି
special report

special report

ଫେବୃଆରୀ ୧ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି  ଭକ୍ତ । କୋଭିଡ କଟକଣା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଥିଲା ଶ୍ରୀମନ୍ଦିର । ତେବେ ଆଜିଠାରୁ ଚାତକ ଆଖିରେ ଚାହିଁ ରହିଥିବା ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇ ପାରିଛନ୍ତି । କେବଳ ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀ ପ୍ରବେଶ କରିବାକୁ ଅନୁମତି ଥିବା ବେଳେ ଅନ୍ୟ ସବୁ ଶ୍ରଦ୍ଧାଳୁ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।

Advertisment

ସେହିପରି ଆଜି ଠାରୁ କୋଭିଡ କଟକଣାକୁ କୋହଳ କରିଛନ୍ତି ତାମିଲନାଡୁ ସରକାର । ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଫେବୃଆରୀ ୧ରୁ ସ୍କୁଲ କଲେଜ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ନାଇଟ୍ କର୍ଫ୍ୟୁ ହଟାଇବା ପରେ ଏବେ ସ୍କୁଲ, କଲେଜ ଖୋଲିଛନ୍ତି ତାମିଲନାଡୁ ସରକାର ।

ଏପଟେ ହରିୟାଣା ସରକାର ଫେବୃଆରୀ ପହିଲାରୁ ଅର୍ଥାତ୍ ଆଜି ଠାରୁ ଦଶମ ଶ୍ରେଣୀ ଏବଂ ଏହାର ଉପର ଶ୍ରେଣୀ ଖୋଲିଛନ୍ତି। ଗୋଟିଏ ଡୋଜ୍ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ କିମ୍ବା କଲେଜରେ ପ୍ରବେଶ କରିବାକୁ ଅନୁମତି ମିଳିଛି । ୫୦ ପ୍ରତିଶତ କ୍ଷମତା ସହ ସମସ୍ତ ସିନେମା ହଲ୍‌, ଥିଏଟର ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ଆବଶ୍ୟକ ସାମାଜିକ ଦୂରତା, ସଫା ସୁତୁରା ଓ କରୋନା ସହ ଜଡ଼ିତ ସମସ୍ତ ଗାଇଡଲାଇନକୁ ପାଳନ କରିବାକୁ ପଡ଼ିବ ବୋଲି କୁହାଯାଇଛି।

Advertisment

ସେହିପରି ଆଜି ଠାରୁ ଉଚ୍ଚ ନ୍ୟାୟାଳୟଙ୍କ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଉଚ୍ଚ ନ୍ୟାୟାଳୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ୟାନେଲ ଲୟରଙ୍କ ସମେତ ସମସ୍ତ ଆଇନଜୀବୀ ଦାଖଲ କରୁଥିବା ପ୍ରତି ଓକିଲାତିନାମାରେ ୫୦ ଟଙ୍କା ମୂଲ୍ୟର ଷ୍ଟାମ୍ପ ଲାଗିବ। ଏଥି ସହିତ ବରିଷ୍ଠ ଆଇନଜୀବୀ, ଆଡଭୋକେଟ ଜେନେରାଲ ଓ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲଙ୍କ ପକ୍ଷରୁ ଦାଖଲ ହେବାକୁ ଥିବା ଆପିୟରାନ୍ସ ମେମୋରେ ଶହେ ଟଙ୍କା ମୂଲ୍ୟର ଷ୍ଟାମ୍ପ ଲାଗିବ । ପୂର୍ବ ନିୟମରେ ଏପରି ପରିବର୍ତ୍ତନ କରାଯାଇଥିବା ନେଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏବେ ଜାଣନ୍ତୁ ଟଙ୍କା କାରବାର ସଂପର୍କୀତ ନିୟମ। ଆଜି ଅର୍ଥାତ ୧ ଫେବୃଆରୀରୁ ବ୍ୟାଙ୍କ ଅଫ୍‌ ବରୋଦା ଚେକ୍‌ କ୍ଲିୟରାନ୍ସ ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି । ଚେକ୍‌ ପେମେଣ୍ଟ ପାଇଁ କନଫର୍‌ମେସନ୍‌ ଅନିବାର୍ଯ୍ୟ କରାଯାଇଛି । ଏମିତିକି କନ୍‌ଫର୍‌ମେସନ୍‌ ନ ମିଳିଲେ ଚେକ୍‌କୁ ଫେରାଇ ଦିଆଯାଇ ପାରିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଏସ୍‌ବିଆଇ ଗ୍ରାହକଙ୍କୁ କିଛିଟା ଝଟକା ଲାଗିପାରେ। ୧ ଫେବୃଆରୀରୁ ଆଇଏମ୍‌ପିଏସ ଟ୍ରାଞ୍ଜାକ୍ସନରେ ଏକ ନୂଆ ସ୍ଲାବ୍‌ ଜୋଡ଼ି ହୋଇଛି । ଏଣିକି ୨ରୁ ୫ ଲକ୍ଷ ଟଙ୍କା ଆଇଏମ୍‌ପିଏସ କଲେ ୨୦ ଟଙ୍କା ଶୁଳ୍କ ସହ ଜିଏସ୍‌ଟି ଦେବାକୁ ପଡ଼ିବ।

ସେହିପରି ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଆଜି ଠାରୁ କିଛି ନିୟମ ବଦଳାଇଛି । ଆଜି ଠାରୁ କିସ୍ତି ବା ଡେବିଟ୍‌ ଆକାଉଣ୍ଟରେ ଟଙ୍କା ନ ରହିଲେ ୨୫୦ ଟଙ୍କା ଫାଇନ ଦେବାକୁ ହେବ । ବର୍ତ୍ତମାନ କେବଳ ୧୦୦ ଟଙ୍କା ଦେବାକୁ ପଡୁଛି। ଏଥି ସହିତ ଡିମାଣ୍ଡ ଡ୍ରାଫ୍ଟ ପାଇଁ ୧୦୦ ଟଙ୍କା ଚାର୍ଜ ବଦଳରେ ୧୫୦ ଟଙ୍କା ଦେବାକୁ ହେବ।

Special Story
Advertisment
Advertisment