Advertisment

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ଆସିଲା ନୂଆ ନିୟମ

ଗାଡିର ନମ୍ବର ପ୍ଲେଟ୍‌ ନଲଗାଇଲେ ୫ରୁ ୧୦ ହଜାର ପର୍ଯ୍ୟନ୍ତ ଫାଇନ୍ !

ଅଦ୍ୟତନ ହୋଇଛି
HSRP New Rule

New rule for high security number plate

Advertisment

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ଆସିଲା ନୂଆ ନିୟମ। ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ପକ୍ଷରୁ ନୂଆ ନିୟମ। ବୁକିଂ କରିଥିଲେ ଆଉ ଦେବାକୁ ପଡ଼ିବନି ଫାଇନ୍‌। ବୁକିଂ ସ୍ଲିପ ଦେଖାଇ ଯାଇପାରିବେ। ନମ୍ବର ପ୍ଲେଟ୍‌ ଲଗାଇନଥିଲେ ବୁକିଂ କରିଥିବା ସ୍ଲିପ୍ ଦେଖାଇବାକୁ ପଡ଼ିବ। 

Advertisment
  • ୧,୨, ୩ ଓ ୪ ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ୩୦ ସେପ୍ଟେମ୍ବରକୁ ବୃଦ୍ଧି (ସେପ୍ଟେମ୍ବର ୩୦ ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ)
  • ନମ୍ବର ଶେଷ ଅଙ୍କ ୫/୬ ଥିଲେ ଡେଡ୍ ଲାଇନ୍ ଅକ୍ଟୋବର ୩୧ 
  • ୭/୮ରେ ସରୁଥିଲେ ନଭେମ୍ବର ୩୦; ୯/୦ ପାଇଁ ଡିସେମ୍ବର ୩୧

ଆଗରୁ କଣ ଥିଲା ନିୟମ:

ସରକାର ଜାରି କରିଥିବା ନିୟମ ଅନୁସାରେ, ଯେଉଁ ଗାଡିର ନମ୍ବର ପ୍ଲେଟ୍ ୧, ୨, ୩ କିମ୍ବା ୪ରେ ଶେଷ ହେଉଛି, ସେହି ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ରହିଛି ସେପ୍ଟେମ୍ବର ୩୦ ତାରିଖ । ଏହାସହ ୫ ଓ ୬ ନମ୍ବରରେ ଶେଷ ହେଉଥିବା ଗାଡି ପାଇଁ ବି ଅକ୍ଟୋବର ୩୧ ରହିଛି ଶେଷ ତାରିଖ। ଏହାସହ ଯେଉଁ ଗାଡିର ନମ୍ବର ୭ ଓ ୮ରେ ଶେଷ ହେଉଛି ସେଇ ଗାଡି ଚାଳକମାନେ ନଭେମ୍ବର ୩୦ ସୁଦ୍ଧା ନିଜ ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ । ନହେଲେ ଫାଇନ୍‌ ଦେବେ । ସେହିପରି ୯ ଓ ୦ରେ ଶେଷ ହେଉଥିବା ଗାଡି ନମ୍ବର ଡିସେମ୍ବର ୩୧ ସୁଦ୍ଧା ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ।

Advertisment

ସରକାର ଧାର୍ଯ୍ୟ କରିଥିବା ନିୟମ ଅନୁସାରେ, ଯେଉଁ ଗାଡି ଚାଳକ ନିୟମ ଅନୁସାରେ ସେମାନଙ୍କ ଗାଡିର ନମ୍ବର ପ୍ଲେଟ୍‌ ଲଗାଇବେ ନାହିଁ, ସେମାନଙ୍କୁ ଇ-ଚାଲାଣ ସହିତ ୫ରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । 

HSRP Mandatory
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ