ଅଦ୍ୟତନ ହୋଇଛି
new portal for Odisha Working Journalist Welfare Scheme
Advertisment
ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଲୋକାର୍ପିତ ହୋଇଛି ନୂଆ ପୋର୍ଟାଲ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋର୍ଟାଲର ଭର୍ଚୁଆଲରେ ଉଦଘାଟନ କରିଛନ୍ତି। https://owjws.odisha.gov.in/ ୱେବସାଇଟକୁ ଯାଇ ସାମ୍ବାଦିକ ମାନେ ନିଜ ପରିଚୟ ପତ୍ର, କାର୍ଯ୍ୟ ସମ୍ପର୍କିତ ସମସ୍ତ ସୂଚନା ଦେଇ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପାଇଁ ଆବେଦନ କରିପାରିବେ। ପୂର୍ବରୁ ଅଫଲାଇନରେ ଏହି ପ୍ରକ୍ରିୟା ହେଉଥିବା ବେଳେ ଚଳିତ ବର୍ଷରୁ ଏହାକୁ ଅନଲାଇନ ମାଧ୍ୟମରେ କରାଯାଉଛି।
Advertisment
କେମିତି କରିବେ ଆବେଦନ:
- https://owjws.odisha.gov.in/ ୱେବସାଇଟକୁ ଯାଇ ''Apply For Gopabandhu Sambadika Swasthya Bima Yojana''ରେ କ୍ଲିକ୍ କରନ୍ତୁ।
- ପ୍ରଥମ ସୋପାନରେ ଆବେଦନକାରୀ ତାଙ୍କର ବିବରଣୀ ଫିଲଅପ୍ କରନ୍ତୁ।
- ଦ୍ୱିତୀୟ ସୋପାନରେ ଶିକ୍ଷା ବିବରଣୀ ଫିଲଅପ୍ କରନ୍ତୁ।
- ତୃତୀୟ ସୋପାନରେ ପରିବାରର ନିର୍ଭରଶୀଳ ସଦସ୍ୟଙ୍କ ବିବରଣୀ ପ୍ରଦାନ କରନ୍ତୁ।
- ଚତୁର୍ଥ ସୋପାନରେ କାର୍ଯ୍ୟକ୍ଷେତ୍ର ବିବରଣୀ ପ୍ରଦାନ କରନ୍ତୁ।
- ଏହାପରେ SAVE ଓ ସବମିଟ କରନ୍ତୁ। ଆପଣଙ୍କ ନିକଟକୁ Application Sucessful ନେଇ ମେସେଜ ଆସିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688725574.jpg)