Advertisment

ମନ ଇଚ୍ଛା ଗାଡ଼ି ଚଢି ବୁଲି ପାରିବେନି ସରକାରୀ ବାବୁ

ସରକାରୀ ଗାଡ଼ିର ଅପବ୍ୟବହାର ହେଉଛି କି ? ସରକାରୀ ବାବୁମାନେ ଚଢୁଥିବା ଗାଡି ବାବଦକୁ ଖର୍ଚ୍ଚରେ ହେଉଛି କି ହେରଫେର? ଭଡା ଗାଡି ବାବଦକୁ ଖର୍ଚ୍ଚ ପାଇଁ ଅର୍ଥ ବିଭାଗର ନୂଆ ଗାଇଡଲାଇନ ପରେ ଉଠିଛି ଏମିତି ପ୍ରଶ୍ନ।

ଅଦ୍ୟତନ ହୋଇଛି
ଗାଡ଼ି କଟକଣା

ଗାଡ଼ି କଟକଣା

Advertisment

ମନ ଇଚ୍ଛା ଗାଡ଼ି ଚଢି ବୁଲି ପାରିବେନି ସରକାରୀ ବାବୁ। ଭଡ଼ା ଗାଡ଼ି ବାବଦ ଲଗାମକୁ ଆଉ ଟିକେ କଡ଼ା କରିଛି ଅର୍ଥ ବିଭାଗ। ପୁନଃ ନିର୍ଦ୍ଧାରଣ ହୋଇଛି ସରକାରୀ ଭଡ଼ା ଗାଡି ବାବଦକୁ ଖର୍ଚ୍ଚ। କେଉଁ ସ୍ତରର ଅଧିକାରୀଙ୍କୁ ଭଡ଼ା ଗାଡି ବାବଦକୁ ସର୍ବାଧିକ କେତେ ଟଙ୍କା ଦିଆଯିବ ସ୍ଥିର କରିଛନ୍ତି ସରକାର। ପୁନଃ ନିର୍ଦ୍ଧାରିତ ଭଡ଼ା ପର୍ଯ୍ୟାପ୍ତ, ଆଉ ଆବଶ୍ୟକ ହେଲେ ସରକାରଙ୍କ ଠାରୁ ଅନୁମତି ଆଣି ବି ଖର୍ଚ୍ଚ କରିହେବ ବୋଲି କହିଛନ୍ତି ସରକାରୀ ଅଧିକାରୀ। 

Advertisment

ସରକାରୀ ଗାଡ଼ିର ଅପବ୍ୟବହାର ହେଉଛି କି ? ସରକାରୀ ବାବୁମାନେ ଚଢୁଥିବା ଗାଡି ବାବଦକୁ ଖର୍ଚ୍ଚରେ ହେଉଛି କି ହେରଫେର? ଭଡା ଗାଡି ବାବଦକୁ ଖର୍ଚ୍ଚ ପାଇଁ ଅର୍ଥ ବିଭାଗର ନୂଆ ଗାଇଡଲାଇନ ପରେ ଉଠିଛି ଏମିତି ପ୍ରଶ୍ନ। ରାଜ୍ୟରେ କେବଳ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଓ ଜଜମାନଙ୍କ ପାଇଁ ସରକାରୀ ଗାଡ଼ି ଦିଆଯାଉଥିବା ବେଳେ ଅନ୍ୟ ସମସ୍ତ ସ୍ତରର ଅଧିକାରୀଙ୍କ ପାଇଁ ଭଡ଼ା ଗାଡି ବ୍ୟବହାର କରାଯାଉଛି। ଗାଡ଼ି ବ୍ୟବହାର ପାଇଁ ଭଡ଼ା ଏବଂ ମାଇଲେଜର ପୁନଃ ନିର୍ଦ୍ଧାରଣ କରିଛି ଅର୍ଥ ବିଭାଗ।

ତେଲ ଖର୍ଚ୍ଚ ବାଦ କେବଳ ମାସିକ ଭଡା ବାବଦକୁ କିଏ କେତେ ଟଙ୍କା ଖର୍ଚ୍ଚ କରିପାରିବ, ନଜର ପକାନ୍ତୁ ଏହି ତାଲିକା ଉପରେ। ଜିଲ୍ଲାପାଳ, ଏସପି ଏବଂ ସେହି ରାଙ୍କର ଅଧିକାରୀ ୩୭ ହଜାର ଭଡା ଦେଇ ଗାଡି ଚଢି ପାରିବେ। ପ୍ରମୁଖ ସଚିବ ଏବଂ ସଚିବ ରାଙ୍କର ଅଧିକାରୀଙ୍କ ପାଇଁ ୩୦ ହଜାର ଟଙ୍କା ସୀମା ନିର୍ଦ୍ଧାରଣ ହୋଇଛି। ସର୍ବୋଚ୍ଚ ସ୍ତରର ଅଧିକାରୀ ଏବଂ ମନ୍ତ୍ରୀଙ୍କ ପାଇଁ ୪୨ ହଜାର ଟଙ୍କା ରଖାଯାଇଛି।

Advertisment

ସେହିପରି ବିଡିଓ କିମ୍ବା ତହସିଲଦାର ୩୧ ହଜାର ଟଙ୍କା ଯାଏଁ ଗାଡ଼ି ବାବଦକୁ ଭଡା ଦେଇପାରିବେ। ଜିଲ୍ଲା ବା ରେଞ୍ଜ୍ ସ୍ତର, ବିଭାଗୀୟ ନିର୍ଦ୍ଦେଶାଳୟ, ସଚିବାଳୟର ଅଧିକାରୀ ୨୦ ହଜାର ଟଙ୍କା ଭଡା ଦେଇପାରିବେ। ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କୁ ଗାଡି ଭଡା ବାବଦକୁ ସର୍ବାଧିକ ୨୬ ହଜାର ଟଙ୍କା ଦେବେ ସରକାର। ସେହିପରି ସରକାରୀ କଲେଜ, ବିଶ୍ବବିଦ୍ୟାଳୟ, ପ୍ରଶିକ୍ଷଣ କେନ୍ଦ୍ର ପାଇଁ ମିନି ବସ ବାବଦକୁ ସରକାର ଦେବେ ୮୫ ହଜାର ଟଙ୍କା।

ପ୍ରଶ୍ନ ଉଠୁଛି କାହିଁକି ଗାଡ଼ି ବାବଦକୁ ଭଡ଼ାର ପୁନଃ ନିର୍ଦ୍ଧାରଣ କଲେ ସରକାର ?  କିଛି  ଅନିୟମିତତାର ଅଭିଯୋଗ ପାଇଲେ କି ? ଭଡ଼ା ପରିବର୍ତ୍ତନ ପରେ ବଢିବ କି ସରକାରୀ ଅଧିକାରୀଙ୍କ ଫିଲ୍ଡ ଭିଜିଟ୍ ? ଅନେକ ସମୟରେ ସରକାରୀ ଅଧିକାରୀମାନେ ଭଡା ବାବଦକୁ ଦିଆଯାଉଥିବା ଅର୍ଥର ହେରଫେର କରୁଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ। ଏମିତି କି ଅନେକ ଅଧିକାରୀ, ସରକାରୀ ଗାଡିକୁ ନିଜ ବ୍ୟକ୍ତିଗତ କାମରେ ମଧ୍ୟ ବ୍ୟବହାର କରୁଥିବା ନଜିର ଥିବା କହିଛନ୍ତି। ପୂର୍ବତନ ପ୍ରଶାସକଙ୍କ ମତରେ ପୂର୍ବରୁ ମଧ୍ୟ ସରକାରୀ ନିୟମରେ ଏମିତି ଗାଇଡଲାଇନ୍ ଥାଇ ହେରଫେର ହୁଏ। ଏବେ ହୁଏତ କିଛି ମାତ୍ରାରେ କମିପାରେ ହେଲେ ସଂପୂର୍ଣ୍ଣ ବନ୍ଦ ହେବା ଅସମ୍ଭବ।

Advertisment
Odisha Government
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ