Advertisment

କାମ ଦେଉନି CMC ର ୨୪ ଘଣ୍ଟିଆ କଲ୍ ସେଣ୍ଟର୍

ଫୋନ କଲରେ ହେବ ସମସ୍ୟାର ସମାଧାନ । ତୁରନ୍ତ ଲୋକଙ୍କ ପାଖକୁ ଯାଇ ସମସ୍ୟାର ସମାଧାନ କରିବେ ସିଏମସି ଅଧିକାରୀ। ଆଉ ଏଥିପାଇଁ ସିଏମସି ପକ୍ଷରୁ ଖୋଲାଯାଇଛି ୨୪ ଘଣ୍ଟିଆ କଲ୍ ସେଣ୍ଟର। ହେଲେ କଲ୍ କରି କରି ଲୋକେ ନିରାଶ ହେଉଛନ୍ତି ପଛେ ସିଏମସି କର୍ମଚାରୀଙ୍କ ଦେଖା ଦର୍ଶନ ମିଳୁନି...

ଅଦ୍ୟତନ ହୋଇଛି
Negligence in CMC's 24-hour call center

Negligence in CMC's 24-hour call center

Advertisment

ସମସ୍ୟା ପାଇଁ ଆଉ ବାରମ୍ବାର ସିଏମସି କାର୍ଯ୍ୟାଳୟ ଦୌଡିବାକୁ ପଡିବନି । ଯେ କୌଣସି ସମସ୍ୟାର ସମାଧାନ ଫୋନ୍ କଲ ମାଧ୍ୟମରେ ହେବ। ଆଉ ଏଥିପାଇଁ ସିଏମସି ପକ୍ଷରୁ ଖୋଲାଯାଇଛି ୨୪ ଘଣ୍ଟିଆ କଲ ସେଣ୍ଟର।  କଟକ ବିକାଶ ଭବନ ପରିସରରେ ରହିଛି କଲ ସେଣ୍ଟର ଅଫିସ। ହେଲେ ବାସ୍ତବରେ କିପରି ଲୋକଙ୍କ ସମସ୍ୟାର ସମାଧାନ ହେଉଛି ଜାଣନ୍ତୁ ।

Advertisment

କଟକର ୩୬ ନମ୍ବର ୱାର୍ଡ଼ର ଜ୍ୟୋତି ଦାସ । ପ୍ରଥମେ ଜାନୁଆରୀ ୩୧ ତାରିଖ ଆଉ ତା ପରେ ଫେବୃଆରୀ ୨ ତାରିଖରେ ସିଏମସି କଲ ସେଣ୍ଟରକୁ ଫୋନ୍ କରି ନିଜଘର ପାଖ ଡ୍ରେନ୍ ସମସ୍ୟା ଜଣାଇଥିଲେ । ଡ୍ରେନ ସମ୍ପୂର୍ଣ୍ଣ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି, ସଫା ହେଉନି। ଫଳରେ ନର୍ଦ୍ଦମା ପାଣି ରାସ୍ତାରେ ଭାସୁଛି। ଆଉ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ପାଇଥିଲେ। ହେଲେ ଅଭିଯୋଗ କରିବାର ୫ ମାସ ପରେ ମଧ୍ୟ ସମସ୍ୟାର ସମାଧାନ ହୋଇନି। ସେହିପରି ସିଏମସି ଦୁଇ ନମ୍ବର ୱାର୍ଡ଼ରେ ବୁଲା ଗାଇ ଗୋରୁଙ୍କ ସମସ୍ୟା ନେଇ ସିଏମସି କଲ ସେଣ୍ଟରକୁ ଗତ ମାର୍ଚ୍ଚ ମାସରେ ଅଭିଯୋଗ କରିଥିଲେ ଶଙ୍କର ବେହେରା । ହେଲେ ଅଭିଯୋଗର ଦୀର୍ଘ ମାସ ପରେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ସେ କହିଛନ୍ତି ।

ସହରବାସୀଙ୍କ ମୌଳିକ ସମସ୍ୟା ତୁରନ୍ତ ସମାଧାନ ପାଇଁ ସିଏମସି ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ କଲ ସେଣ୍ଟର ଖୋଲାଯାଇଛି। ଆଉ ଏଥିପାଇଁ ସ୍ବତନ୍ତ୍ର ବିଭାଗ ଖୋଲାଯାଇ ଏକାଧିକ କର୍ମଚାରୀଙ୍କୁ ମଧ୍ୟ ରଖାଯାଇଛି। ହେଲେ ମେୟରଙ୍କ କହିବା କଥା,ଲୋକଙ୍କ ସମସ୍ୟା ଯଦି କଲ ସେଣ୍ଟର ମାଧ୍ୟମରେ ନ ହେଉଛି ତେବେ ଆମକୁ ଜଣାନ୍ତୁ। ମୋ ୱାର୍ଡ କାର୍ଯ୍ୟକ୍ରମ ମାଧ୍ୟମରେ ସିଏମସି ଅଧିକାରୀଙ୍କ ସହ ସେ ବିଭିନ୍ନ ୱାର୍ଡ଼କୁ ଯାଉଛନ୍ତି । ସମସ୍ୟା ଥିଲେ ତୁରନ୍ତ ସମାଧାନ କରାଯିବ।
ତେବେ ପ୍ରଶ୍ନ ଉଠିଛି, ଯଦି ଲୋକମାନେ ସିଧାସଳଖ ମେୟର କିମ୍ବା ଅଫିସରେ ଅଭିଯୋଗ କରିବେ ତେବେ କଲ ସେଣ୍ଟର କାମ କଣ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କାହିଁକି ଖୋଲାଯାଇଛି କଲ୍ ସେଣ୍ଟର । 

Advertisment
Cuttack CMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ