Advertisment

ରାଜ୍ୟରେ ଜୀବନ ନେଇଛି ଦୁର୍ଘଟଣା; ଗତ ୫ ବର୍ଷରେ ୨୫,୯୩୪ ଜଣଙ୍କ ମୃତ୍ୟୁ

ରାଜ୍ୟରେ ୧୧ ହଜାର ୬୬୩ଟି ଦୁର୍ଘଟଣା ହୋଇଥିବାବେଳେ ୧୦ ହଜାର ୧୦୩ଜଣ ଆହତ ହୋଇଛନ୍ତି । ଖାଲି ଏତିକି ଯେ ତାହାନୁହେଁ, ଗତ ୫ ବର୍ଷରେ ରାଜ୍ୟରେ ୫୪ ହଜାର, ୭୯୦ ସଡକ ଦୁର୍ଘଟଣା ହୋଇଛି ବୋଲି ଗୃହରେ ବିବୃତି ରଖିଛନ୍ତି ମନ୍ତ୍ରୀ ।

ଅଦ୍ୟତନ ହୋଇଛି
Odisha Road Accident Death toll

Odisha Assembly

Advertisment

ରାଜ୍ୟରେ ବଢ଼ୁଛି ସଡ଼କ ଦୁର୍ଘଟଣା । ସଡକ ଦୁର୍ଘଟଣାରେ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି ଓଡ଼ିଶା । ଏପରି ଏକ ତଥ୍ୟ ଆଜି ବିଧାନସଭାରେ ଉପସ୍ଥାପନା କରାଯାଇଛି । ରାଜ୍ୟରେ ସଡ଼କ ଦୁର୍ଘଟଣା ମାମଲା ବଢିଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୨୦୨୨ରେ ଦୁର୍ଘଟଣାରେ ୫ ହଜାର ୪୬୭ଜଣଙ୍କ ଜୀବନ ଯାଇଛି ।

Advertisment

ସେହିପରି ରାଜ୍ୟରେ ୧୧ ହଜାର ୬୬୩ଟି ଦୁର୍ଘଟଣା ହୋଇଥିବାବେଳେ ୧୦ ହଜାର ୧୦୩ଜଣ ଆହତ ହୋଇଛନ୍ତି । ଖାଲି ଏତିକି ଯେ ତାହାନୁହେଁ, ଗତ ୫ ବର୍ଷରେ ରାଜ୍ୟରେ ୫୪ ହଜାର, ୭୯୦ ସଡକ ଦୁର୍ଘଟଣା ହୋଇଛି ବୋଲି ଗୃହରେ ବିବୃତି ରଖିଛନ୍ତି ମନ୍ତ୍ରୀ ।

ଗତ ୫ ବର୍ଷରେ ୨୫ ହଜାର ୯୩୪ ଜଣଙ୍କ ଜୀବନ ଯାଇଛି । ୫୧ ହଜାର ୮୭୩ ଜଣ ଆହତ ହୋଇଛନ୍ତି । ରାଜ୍ୟ ସରକାର ସଡକ ସଚେତନତା ବାବଦରେ ୫ ବର୍ଷରେ ୭୯ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ମନ୍ତ୍ରୀ ଏବାବଦରେ ଲିଖିତ ଉତ୍ତର ରଖିଛନ୍ତି ।

Advertisment
Road Accident Odisha Assembly Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ