Satyanarayan Prahan
ନୂଆଦିଲ୍ଲୀ: ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ବଡ଼ ଦାୟିତ୍ୱ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ସତ୍ୟନାରାୟଣ ପ୍ରଧାନ । ରାକେଶ ଆସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ । ସତ୍ୟନାରାୟଣ ଏବେ NDRF ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି । ୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡର ଓର୍ଡ଼ିଆ ଆଇପିଏସ୍ ହେଉଛନ୍ତି ସତ୍ୟ ନାରାୟଣ ପ୍ରଧାନ ।
NCBର ଡିଜି ଦାୟିତ୍ୱ ଗ୍ରହଣ ପରେ OTV ଆଗରେ ସତ୍ୟ ନାରାୟଣ ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦେଶରେ NCBର ସଂପ୍ରସାରଣ କରାଯିବ । କର୍ମଚାରୀଙ୍କ ସଂଖ୍ୟା ବଢ଼ାଯିବ । ସ୍ପେଶାଲ ଫୋକସ୍ରେ ରହିବ ଓଡ଼ିଶା ଓ ଉତ୍ତର ପୂର୍ବାଞ୍ଚଳ । ଡ୍ରଗ୍ସର ଉତ୍ପତ୍ତି ସ୍ଥଳକୁ ଖୋଜି ବାହାର କରାଯିବ ।
ମିଶନ ମୋଡ୍ରେ କାମ କରାଯିବ ବୋଲି କହିଛନ୍ତି ସତ୍ୟ ନାରାୟଣ ପ୍ରଧାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627564471.jpg)