Advertisment

ବିପଦରେ ସାହା ହେଉଛି ଯେଉଁ ବିଭାଗ, ଭଙ୍ଗା ଘରେ କାମ କରୁଛନ୍ତି ସେଇ ବିଭାଗର କର୍ମଚାରୀ

ସରକାରଙ୍କ ପକ୍ଷରୁ ୨୦୨୨ ମସିହା ଜାନୁୟାରୀ ୨୪ ତାରିଖରେ ଅଗ୍ନିଶମ କେନ୍ଦ୍ରର ମରାମତି ପାଇଁ ୪ ଲକ୍ଷ ଟଙ୍କା ଏବଂ ସରକାରୀ ବାସଗୃହ ମରାମତି ପାଇଁ ୧୪ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମାନମନି ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ । ବର୍ତ୍ତମାନ ଟଙ୍କା ଫେରିବାକୁ ବସିଲାଣି । ଯାହାକୁ ନେଇ କର୍ମଚାରୀ ମାନେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଅଦ୍ୟତନ ହୋଇଛି
Nayagarh's Daspalla Fire Station In Dilapidated Condition, On The Verge Of Collapse

fire station in dilapidated condition

Advertisment

ଏମରଜେନ୍ସି ସଂସ୍ଥାର କର୍ମଚାରୀ ନିଜେ ଏମରଜେନ୍ସିରେ । ୧୯୯୬ ରେ ନିର୍ମାଣ ହୋଇଥିବା ଦଶପଲ୍ଲା ଅଗ୍ନିଶମ କେନ୍ଦ୍ର। ଏହାରି ଭିତରେ ୨୭ ବର୍ଷ ହେଲାଣି କିନ୍ତୁ କାହାର ଯେମିତି ଏଇ ଘର ଉପରେ ନଜର ନାହିଁ। ଯୁଆଡେ ଦେଖିବେ ସିଆଡେ ଫାଟ, ସିଆଡେ ଗଛ ଉଠିଲାଣି। ଆଉ ଏହାରି ଭିତରେ ଚାଲିଛି ଅଗ୍ନିଶମ ଅଫିସ୍‌।

Advertisment

କେତେବେଳେ ଛାତରୁ କଂକ୍ରିଟ୍ ଖସୁଛି ତ କବାଟକୁ ଅଧାରୁ ଅଧିକ ଖାଇଗଲେଣି ଉଈ। ବର୍ଷା ଦିନ କଥା ନକହିବା ଭଲ । ବର୍ଷା ଦିନରେ ଅଫିସ ଭିତରେ ଛତା ଧରି କାର୍ଯ୍ୟ କରନ୍ତି କର୍ମଚାରୀ ।  ଅନ୍ୟପଟେ ଅଗ୍ନିଶମ କର୍ମଚାରୀଙ୍କୁ ମିଳିଥିବା ସରକାରୀ ଘର ଗୁଡ଼ିକ ଅବସ୍ଥା ବି ଭାରି ଖରାପ। ରୋଷେଇ ଘରଠାରୁ ଆରମ୍ଭ କରି ଶୋଇବା ଘର ପର୍ଯ୍ୟନ୍ତ ଯୁଆଡେ ଦେଖିବେ ଛାତରୁ ଚେକା ଚେକା କଂକ୍ରିଟ ଖସିବାରେ ଲାଗିଛି । କେତେବେଳେ ରୋଷେଇ କଲାବେଳେ ମଧ୍ୟ ଖାଦ୍ୟ ପଦାର୍ଥରେ କଂକ୍ରିଟ ପଡିଯାଉଛି, ଜରୁରୀକାଳୀନ ସେବାରେ କାର୍ଯ୍ୟରତ କର୍ମଚାରୀ ଏବଂ ତାଙ୍କ ପରିବାର ସରକାରୀ ଘରେ ସୁରକ୍ଷିତ ନଥିବାବେଳେ କର୍ଯ୍ୟଳୟରେ ମଧ୍ୟ ଅସୁରକ୍ଷିତ ।

ଅଧିକ ପଢ଼ନ୍ତୁ: ଦିନେ ଲୋକଙ୍କୁ ବୁଲିବୁଲି କରୁଥିଲେ ସାହାଯ୍ୟ...ଏବେ ଭେଣ୍ଟିଲେଟରରେ....

Advertisment

ସରକାରଙ୍କ ପକ୍ଷରୁ ୨୦୨୨ ମସିହା ଜାନୁୟାରୀ ୨୪ ତାରିଖରେ ଅଗ୍ନିଶମ କେନ୍ଦ୍ରର ମରାମତି ପାଇଁ ୪ ଲକ୍ଷ ଟଙ୍କା ଏବଂ ସରକାରୀ ବାସଗୃହ ମରାମତି ପାଇଁ ୧୪ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମାନମନି ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ । ବର୍ତ୍ତମାନ ଟଙ୍କା ଫେରିବାକୁ ବସିଲାଣି । ଯାହାକୁ ନେଇ କର୍ମଚାରୀ ମାନେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଅନ୍ୟପଟେ ପୂର୍ତ୍ତ ବିଭାଗର ସବ୍ ଡିଭିଜନାଲ ଅଫିସର କହିଛନ୍ତି ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ଯୋଗୁ ମରାମତି କାର୍ଯ୍ୟ ହୋଇପାରୁନି । ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ।  ଦେଖିବାର କଥା ଅଗ୍ନିଶମ କେନ୍ଦ୍ର କାର୍ଯ୍ୟାଳୟ ଏବଂ ସରକାରୀ ବାସଗୃହର ମରାମତି କେବେ ହେଉଛି । 

Advertisment

(ଦଶପଲ୍ଲାରୁ ସଞ୍ଜୀବ ସାହୁ)

Dilapidated Condition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ