Advertisment

ଅସୁସ୍ଥ ଦନ୍ତାର ହେବ ଚିକିତ୍ସା, ଘଟଣାସ୍ଥଳରେ ପହଞ୍ଚିଲା ନନ୍ଦନକାନନର ଟିମ୍

କିଛି ଦିନ ହେଲା ହାତୀଟି ଅସୁସ୍ଥ ହୋଇ କାଞ୍ଚନପୁର ଓ ହରିହରପୁର ଜଙ୍ଗଲରେ ବୁଲୁଥିଲା । ହାତୀ ଅସୁସ୍ଥ ଥିବା ଜାଣିପାରି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ।

Elephant Treatment

Elephant Treatment

Advertisment

ନୟାଗଡ଼ ରଣପୁର ବନାଞ୍ଚଳ ରେଞ୍ଜ୍ ଅଞ୍ଚଳର ଅସୁସ୍ଥ ଦନ୍ତାର ଚିକିତ୍ସା ପାଇଁ ପହଞ୍ଚିଲା ନନ୍ଦନକାନନର ଟିମ୍ । ମୟୂରଝଲିଆ ଜଙ୍ଗଲରେ ବିଶେଷଜ୍ଞ ଟିମ୍ ପହଞ୍ଚିଛନ୍ତି । ନନ୍ଦନକାନନର ଏକ ବିଶେଷଜ୍ଞ ଟିମ୍ ସହ ଖୋର୍ଦ୍ଧା ଏସିଏଫ, ରଣପୁର ରେଞ୍ଜର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି । ଏହାପରେ ଅସୁସ୍ଥ ଦନ୍ତାର ଚିକିତ୍ସା କରାଯିବ।

Advertisment

ସୂଚନା ଅନୁସାରେ କିଛି ଦିନ ହେଲା ହାତୀଟି ଅସୁସ୍ଥ ହୋଇ କାଞ୍ଚନପୁର ଓ ହରିହରପୁର ଜଙ୍ଗଲରେ ବୁଲୁଥିଲା । ହାତୀ ଅସୁସ୍ଥ ଥିବା ଜାଣିପାରି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ଅସୁସ୍ଥ ଦନ୍ତାହାତୀର ଆଗ ବାମଗୋଡ଼ର ସଂକ୍ରମଣ ପାଇଁ ସେ ଠିକ ଭାବେ ଚାଲି ପାରୁ ନ ଥିବା ସୂଚନା ମିଳିଛି । ଏହି ସମସ୍ୟା ପାଇଁ ସେ ନିଜେ ଖାଦ୍ୟ ସଂଗ୍ରହ କରିବାରେ ଅସମର୍ଥ ହୋଇପଡ଼ିଛି।

Odisha Elephant Nayagarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ