Advertisment

ନନ୍ଦନକାନନ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ

ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ ।

ଅଦ୍ୟତନ ହୋଇଛି
Nandankanan deputy director orders probe into the matter, asks range security officer to submit a re

Nandankanan deputy director orders probe into the matter, asks range security officer to submit a re

Advertisment

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ । ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜୀତ କୁମାର ସୂଚନା ଦେଇଛନ୍ତି ।

Advertisment

ଆକ୍ରମଣ ଘଟଣାରେ ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ରିପୋର୍ଟ ମଗାଯାଇଛି । ସ୍ଥାନୀୟ ସୁରକ୍ଷାକର୍ମୀ ଓ ସିସିଟିଭି ଆଧାରରେ ରିପୋର୍ଟ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଦେବା ପରେ ଥାନାରେ ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗର ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲାଇସେନ୍ସଧାରୀ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପନିର୍ଦ୍ଦେଶକ କହିଛନ୍ତି ।

ଏହାସହ ପର୍ଯ୍ୟଟକଙ୍କୁ ଆଇନକୁ ହାତକୁ ନନେବା ସହ କୌଣସି ଅସୁବିଧା ହେଲେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଉପନିର୍ଦ୍ଦେଶକ ।

Advertisment

ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସଫାରୀ କାଉଣ୍ଟରରେ ଯୁକ୍ତିତର୍କକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଏହାକୁ କେନ୍ଦ୍ର କରି ଛତିଶଗଡ଼ରୁ ନନ୍ଦନକାନନକୁ ଆସିଥିବା ପ୍ରାୟ ୨୬ ଜଣ ପର୍ଯ୍ୟଟକଙ୍କୁ ନନ୍ଦନକାନନ ସଫାରୀ କର୍ମଚାରୀ ଗୋଡ଼ାଇ ଗୋଡ଼ାଇ ପିଟି ଲହୁ ଲୁହାଣ କରିଥିଲେ । ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ପର୍ଯ୍ୟଟକମାନେ ଏହି ଅଭିଯୋଗ ନେଇ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ ।

Bhubaneswar Nandankanan Zoo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ