ରହସ୍ୟମୟ ଦ୍ୱୀପ, ଉଭାନ ହୋଇଯାଏ ଜାହାଜ

ଆଇଲ୍ୟାଣ୍ଡର ନାଁ ଶୁଣିବା ମାତ୍ରେ ‌ଆମେ ସମସ୍ତେ ଖୁବ୍‌ ଖୁସି ହୋଇଯାଉ । ମନରେ ବୁଲିବା, ଛୁଟି କଟାଇବା ଓ ଭାକେସନର ଭରପୁରା ମଜା ନେବାର କଳ୍ପନା ମନରେ ଆରମ୍ଭ ହୋଇଯାଏ । କିନ୍ତୁ ଆମ ଦୁନିଆରେ ଏଭଳି ଅନେକ ଆଇଲ୍ୟାଣ୍ଡ ରହିଛି ଯାହା ନିକଟରେ ଅନେକ କିଛି ଗବେଷଣା ଇତ୍ୟାଦି ହାର ମାନିଛି । ଆଉ ସେଭଳି , ଅନେକ ସ୍ଥାନ ରହିଛି ଯେଉଁ ସ୍ଥାନକୁ ଆମେ ଯିବାକୁ ବି ଚାହିଁବା ନାହିଁ । ସେହିଭଳି ଏକ ଖାସ୍‌ ଦ୍ୱୀପ ହେଉଛି 'ପାଲମିରା ଆଇଲ୍ୟାଣ୍ଡ' । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହି ଆଇଲ୍ୟାଣ୍ଡର ରହସ୍ୟ ।

palmyra island

News Summary

ରହସ୍ୟମୟ ସ୍ଥାନ 'ପାଲମିରା ଆଇଲ୍ୟାଣ୍ଡ'

ଆଇଲ୍ୟାଣ୍ଡରେ ଦେଖାଯାଏ ମଣିଷର ଛାଇ 

ଆମ ଦୁନିଆରେ ଏଭଳି ଅନେକ ସ୍ଥାନ ଅଛି ଯାହା ଭୟକୁ ନୂଆ ନାମ ଦିଏ କହିଲେ କିଛି ଭୁଲ୍‌ ହେବନାହିଁ । ଅନେକ ସ୍ଥାନର ରହସ୍ୟ ଆଜି ବି ଅଭେଦ ହୋଇ ରହିଛି । ସେହିଭଳି ଏକ ରହସ୍ୟମୟ ସ୍ଥାନ 'ପାଲମିରା ଆଇଲ୍ୟାଣ୍ଡ' । ଆମେରିକାରେ ଅବସ୍ଥିତ ଏହି ଦ୍ୱୀପର ଆକାର ବେଶ୍‌ ବିଚିତ୍ର । କୁହାଯାଏ ଏହା ସାମାନ୍ୟ ଦ୍ୱୀପ ପରି ନୁହେଁ  ।ଏହି ଦ୍ୱୀପରେ ଜଣେ ହେଲେ ବି ବ୍ୟକ୍ତି ବସବାସ କରନ୍ତି ନାହିଁ । କାରଣ ଏହା ଏକ ଅଭିଶପ୍ତ ଦ୍ୱୀପ ବୋଲି ମାନ୍ୟତା ରହିଛି ।

କୁହାଯାଏ ଯଦି ଭୁଲବଶତଃ କେହି ଏହି ଦ୍ୱୀପକୁ ଚାଲିଯାଆନ୍ତି, ତେବେ ତାଙ୍କର ଫେରିବା ପ୍ରାୟତଃ ଅସମ୍ଭବ । ଆଉ ଯେଉଁମାନେ ଜୀବନ ବଞ୍ଚାଇ ସେଠାରୁ ଫେରି ଆସିପାରିଛନ୍ତି, ସେମାନେ କୁହନ୍ତି ଯେ, ଏହି ଦ୍ୱୀପରେ ସେମାନେ ଆତ୍ମା ଭଳି ଶକ୍ତି ଅନୁଭବ କରିଛନ୍ତି । ସେମାନଙ୍କ ମତରେ କେହି ନ ରହୁଥିଲେ ମଧ୍ୟ ସେଠାରେ ଅନେକ ଭୟଙ୍କର ଓ ଆଶ୍ଚର୍ଯ୍ୟ କରି ଦେବା ଭଳି ଶବ୍ଦ ଶୁଣିବାକୁ ମିଳେ । ଲୋକମାନଙ୍କର ବିଶ୍ୱାସ ରହିଛି ଯେ, ଏହି ଦ୍ୱୀପରେ କିଛି ଖଜଣା ରହିଛି, ଯାହା ଉପରେ ଏହି ଆତ୍ମା ଗୁଡିକର କବଜା ରହିଛି ।

ଆଜି ପର୍ଯ୍ୟନ୍ତ ଅନେକ ଲୋକ ଏହି ଆଇଲ୍ୟାଣ୍ଡକୁ ଯାଇ ଗବେଷଣା କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ କୁହାଯାଏ ଆଇଲ୍ୟାଣ୍ଡକୁ ଯାଇଥିବା ଅନେକ ଲୋକ ବର୍ତ୍ତତ୍ମାନ ସୁଦ୍ଧା ମଧ୍ୟ ଫେରିପାରିନାହାନ୍ତି । ଆଉ ସେମାନଙ୍କର କୌଣସି ସନ୍ଧାନ ମଧ୍ୟ ମିଳିପାରିନାହିଁ । ଏହି ଆଇଲ୍ୟାଣ୍ଡ ନିକଟରେ କୌଣସି ଜାହାଜ ଅଟକିନଥାଏ । କାରଣ ଏଭଳି ଅନେକ ଘଟଣା ଘଟିଛି, ଯେତେବେଳେ ଏଠାରୁ ସମ୍ପୂର୍ଣ୍ଣ ଜାହାଜ ହି ଉଭାନ ହୋଇଯାଇଛି ।

Palmyra Island

ଏହି ସ୍ଥାନଟି ଏତେ ମାତ୍ରାରେ ଭୟଙ୍କର ଯେ, ଯେତେବେଳେ କୌଣସି ହେଲିକ୍ପଟର ଏହି ସ୍ଥାନ ଦେଇ ଯାଇଥାଏ, ସେତେବେଳେ ଲାଗେ ଯେପରି ଏଠାରେ ଅନେକ ଲୋକ ରହିଥାଆନ୍ତି । କିନ୍ତୁ ବାସ୍ତବରେ ସ୍ଥାନଟି ସମ୍ପୂର୍ଣ୍ଣ ଜନଶୂନ୍ୟ । କାରଣ ଏହି ‌ଆଇଲ୍ୟାଣ୍ଡରେ ଅଜବ ଧରଣର ଆଲୋକ ସ୍ପଷ୍ଟ ଭାବେ ଦେଖିବାକୁ ମିଳେ । ତେବେ ଲୋକକଥା ରହିଛି ଯେ, ଏହି ଆଇଲ୍ୟାଣ୍ଡରେ ଜଣେ ବ୍ୟକ୍ତିର ଛାଇ ମଧ୍ୟ ଦୃଶ୍ୟମାନ ହୁଏ । ଯିଏ କି ଏଠାରେ ଗଚ୍ଛିତ ଖଜଣାର ସୁରକ୍ଷାରେ ରହିଥାଏ । ହେଲେ ସେ କିଏ, ସେ କଥା ବି ଆଜି ବି ରହସ୍ୟ ।

ତେବେ ଏହି ଆଇଲ୍ୟାଣ୍ଡଟି ସୁନ୍ଦର ଦେଖାଗଲେ ମଧ୍ୟ ଭୟଙ୍କର ମଧ୍ୟ ଲାଗେ । ଏହି ଆଇଲ୍ୟାଣ୍ଡରେ ଟ୍ରପିକାଲ୍‌ ଫରେଷ୍ଟ ଥିବା କାରଣରୁ ଏହା ସବୁବେଳେ ସବୁଜିମାରେ ଭରପୁର ଥାଏ । ତଥାପି ମଣିଷମାନଙ୍କ ରହିବା ଉପଯୋଗୀ ହୋଇପାରିନାହିଁ ଏହି ଦ୍ୱୀପ । କାରଣ ଏହି ଦ୍ୱୀପର ରହସ୍ୟ ସବୁବେଳେ ଭୟଭୀତ କରିଆସୁଛି । ତେବେ ଏହାର ସତ୍ୟତା କଣ ତାକୁ ନେଇ ଗବେଷଣା ଚାଲିଛି ସତ, ହେଲେ ଏଙଇ ଦ୍ୱୀପ ଆଜିବି ରହସ୍ୟ ଘେରରେ ରହିଛି…