Advertisment

ହୋର୍ଡିଂ ଉପରେ ମୁକ୍ତିକାନ୍ତ: ବାପା କହିଲେ- ‘ପୁଅ ତୁ ପଳାଇ ଆସେ, ଗରିବଙ୍କ କଥା କେହି ଶୁଣିବେନି’

ହୋର୍ଡିଂ ଉପରେ ଚଢ଼ି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଅଭିନବ ପ୍ରତିବାଦ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ରାଉରକେଲାରୁ ପାଦରେ ଚାଲିଚାଲି ଭୁବନେଶ୍ୱର ଆସିଥିଲେ।

ଅଦ୍ୟତନ ହୋଇଛି
Muktikant Biswal Climbs Atop Of Advertisement Hoarding In Bhubaneswar

Muktikant Biswal Climbs Atop Of Advertisement Hoarding In Bhubaneswar

Advertisment

ସୁଉଚ୍ଚ ହୋର୍ଡିଂ ଉପରେ ଚଢ଼ି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଅଭିନବ ପ୍ରତିବାଦ କରିଛନ୍ତି। ଆଜି ଭୁବନେଶ୍ୱର ର ଶିଶୁ ଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଯୁବ ସମାଜସେବୀ ମୁକ୍ତିକାନ୍ତ ଅଭିନବ ପ୍ରତିବାଦ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ରାଉରକେଲା ରୁ ପାଦରେ ଚାଲିଚାଲି ଭୁବନେଶ୍ୱର ଆସିଥିଲେ। ତେବେ ୭ ଦିନ ହେଲା ଅପେକ୍ଷା କରିଥିଲେ ବି ସାକ୍ଷାତ ନ ହେବାରୁ ମୁକ୍ତିକାନ୍ତ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି। 

Advertisment

ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ୍‌ ଷ୍ଟେଟମେଣ୍ଟ୍‌ ଦାବି କରିଛନ୍ତି।  ହୋର୍ଡିଂ ଉପରେ ଥିବା ମୁକ୍ତିକାନ୍ତଙ୍କ ଦାବି ନେଇ ତାଙ୍କର ସହଯୋଗୀଙ୍କ ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସାକ୍ଷାତ ନେଇ ଅଫିସିଆଲ୍‌ ଷ୍ଟେଟମେଣ୍ଟ୍‌ ଦେଲେ ସେ ଓହ୍ଲାଇବେ ବୋଲି କହିଛନ୍ତି। ମୁକ୍ତିକାନ୍ତ ଉପରେ ଥାଇ ଫୋନ୍‌ରେ ଏହା ଜଣାଇଥିବା  ତାଙ୍କର ସହଯୋଗୀ ସୂଚନା ଦେଇଛନ୍ତି।

ମୁକ୍ତିକାନ୍ତଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଛନ୍ତି। ଏପଟେ ଘରକୁ ପଳାଇ ଆସିବାକୁ ମୁକ୍ତିକାନ୍ତଙ୍କୁ ତାଙ୍କ ପରିବାର ଲୋକେ ନିବେଦନ କରିଛନ୍ତି। ମୁକ୍ତିକାନ୍ତଙ୍କ ବାପା କହିଛନ୍ତି, ପୁଅ ତୁ ପଳାଇ ଆସେ, ଗରିବଙ୍କ କଥା କେହି ଶୁଣିବେନି। ଜୀବନ ରକ୍ଷା କରି ପଳାଇ ଆସେ।  ସେମାନେ ବଡ଼ବଡ଼ିଆଙ୍କ କଥା ଶୁଣିବେ।  ମା’ ମଧ୍ୟ ମୁକ୍ତିକାନ୍ତଙ୍କୁ ପଳାଇ ଆସିବା ପାଇଁ ନିବେଦନ କରିଛନ୍ତି। 

Advertisment
Muktikant Biswal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ