• Astrospeak
  • Live TV
  • Read In English

ମଦ୍ୟପଙ୍କୁ ବସଉଠ୍‌ କରାଇଲେ ସାଂସଦ ପ୍ରତାପ ଷଡଙ୍ଗୀ

ନୀଳଗିରିରେ ନିର୍ମାଣ ନୂତନ ରେଲ୍‌ୱେ ଷ୍ଟେସନ ନିକଟରେ ଚୋରା ମଦ କାରବାର ବେପାରୀଙ୍କ ଆଡ଼ାସ୍ଥଳ ପାଲଟିଥିବା ବେଳେ ପ୍ରତାପ ଷଡଙ୍ଗୀ ଖବରପାଇ ହଠାତ୍‌ ସେଠାରେ ପହଞ୍ଚିଥିଲେ।

MP Pratap Sarangi awards sit-up punishment to illegal liquor sellers on road in Nilagiri
MP Pratap Sarangi

ମଦ୍ୟପଙ୍କୁ କାନ ଧରାଇ ବସଉଠ୍‌ କରାଇଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନିର୍ମାଣ ନୂତନ ରେଲ୍‌ୱେ ଷ୍ଟେସନ ନିକଟରେ ଚୋରା ମଦ କାରବାର ବେପାରୀଙ୍କ ଆଡ଼ାସ୍ଥଳ ପାଲଟିଥିବା ବେଳେ ପ୍ରତାପ ଷଡଙ୍ଗୀ ଖବରପାଇ ହଠାତ୍‌ ସେଠାରେ ପହଞ୍ଚିଥିଲେ।

ସାଂସଦଙ୍କୁ ଦେଖି ସେଠାରେ ମଦ୍ୟ ପାନ କରୁଥିବା ଲୋକେ ଓ ବେପାରୀ ଛତ୍ରଭଙ୍ଗ ଦେଇଥିଲେ। ଏହି ସମୟରେ କିଛିଜଣ ରହିଯାଇଥିଲେ। ପ୍ରତାପ ଷଡଙ୍ଗୀ ସେମାନଙ୍କୁ ଅଟକାଇ କାନ ଧରି ବସଉଠ୍‌ କରାଇଥିଲେ।