Advertisment

ମାଙ୍କଡ କରୁଛି ଛୁରୀକୁ ଧାର; ନେବ କି ପ୍ରତିଶୋଧ

ମାଙ୍କଡ ବି କରିପାରେ ମଣିଷଙ୍କ ଭଳି କାମ। ସୋସିଆଲ୍ ମିଡିଆରେ ଏବେ ମାଙ୍କଡର ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଏହା ପ୍ରମାଣିତ ହେଉଛି ଯେ ମଣିଷ ହିଁ ମାଙ୍କଡର ବଂଶଧର।

author-image
Pramod Behera
Monkey sharpening big knife

Monkey sharpening big knife

ଆଜିକାଲି ସୋସିଆଲ ମିଡିଆରେ ମାଙ୍କଡମାନଙ୍କର ମଜାଳିଆ ଭିଡିଓ ବେଶ ଭାଇରାଲ୍‌ ହେଉଛି। ଲୋକମାନେ ମାଙ୍କଡ଼ ଭିଡିଓକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ବର୍ତ୍ତମାନ ମାଙ୍କଡ଼ର ଆଉ ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ମଧ୍ୟ ଦେଖିବା ନେଇ ଖୁବ ହୃଦୟସ୍ପର୍ଶୀ ଓ ମଜାଳିଆ ହୋଇଛି।

Advertisment

ଏହି ଭିଡିଓରେ, ମାଙ୍କଡ଼ଟି ମଣିଷ ପରି ହାତରେ ଏକ ବଡ ଛୁରୀ ଧରି ଏହାର ଧାରକୁ ତୀକ୍ଷ୍ଣ କରୁଥିବା ଦେଖାଯାଉଛି। ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ମଜାଳିଆ ଢଙ୍ଗରେ ପଚାରୁଛନ୍ତି ଯେ ମାଙ୍କଡ଼ କାହାଠାରୁ ପ୍ରତିଶୋଧ ନେବାକୁ ଯାଉଛି ଭାଇ।

ଭାଇରାଲ୍ ହେଉଥିବା ଥିବା ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ଟ୍ୱିଟରରେ ଶେୟାର କରିଛନ୍ତି। ଭିଡିଓ ସହିତ ସେ ଏକ ମଜାଦାର କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ ଆମେ ପ୍ରସ୍ତୁତ। ୩୦ ସେକେଣ୍ଡର ଭିଡିଓରେ ଏହି ଆପଣ ଏକ ମାଙ୍କଡ଼କୁ ଦେଖିପାରିବେ ଯିଏ ହାତରେ ଏକ ବଡ ଛୁରୀ ନେଇ ଆସୁଛି ଆଉ ଏଥିରେ କିଛି ପାଣି ମାରି ତାହାକୁ ଏକ ପଥର ଉପରେ ଘଷି ଏହାର ଧାରକୁ ତୀକ୍ଷ୍ଣ କରୁଛି। କିଛି ସମୟ ପଥରରେ ଘଷିବା ପରେ ଠିକ୍ ମଣିଷ ପରି ମାଙ୍କଡ଼ଟି ମଧ୍ୟ ଛୁରୀଟି ଧାର ହେଲାକି ନାହିଁ ଜାଣିବା ପାଇଁ ବାରମ୍ବାର ଦେଖୁଛି। ବୋଧହୁଏ ସେ ଅନୁମାନ କରୁଛି ଛୁରୀଟି ଆବଶ୍ୟକ ମୁତାବକ ଧାର ହୋଇନି। ଆହୁରି ଧାର ହେବା ଦରକାର। ତେଣୁ ସେ ଛୁରୀ ଉପରେ ଆଉ ଥରେ ପାଣି ପକଉଛି ଓ ପୁଣି ପଥର ଉପରେ ଘଷିବାକୁ ଲାଗୁଛି। ଏମିତି ଥରକୁ ଦୁଇ ଥର କରିବାର ମଧ୍ୟ ଭିଡିଓରେ ଦେଖାଯାଏ।

Advertisment

ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ଭିଡିଓଟିକୁ ମଧ୍ୟ ବହୁତ ପସନ୍ଦ କରାଯାଉଛି। ଏହି ଭିଡିଓଟି ଦେଖିବା ପରେ ଆପଣ ମଧ୍ୟ ନିଶ୍ଚିତ ହୋଇଯିବେ ଯେ ମାଙ୍କଡମାନେ ବି ମଣିଷକୁ ଅନୁକରଣ କରନ୍ତି। ତେବେ ମାଙ୍କଡର ଏହି ଭିଡିଓ ଦେଖିଲେ ଏହା ପ୍ରମାଣିତ କରୁଛି ଯେ ମଣିଷ ପୂର୍ବରୁ ମାଙ୍କଡ ଥିଲା।

ଲୋକମାନେ ଏହି ଭିଡିଓକୁ ଦେଖି ମଜାଳିଆ ପ୍ରତିକ୍ରିୟା ମଧ୍ୟ କରୁଥିବା ଦେଖାଯାଏ। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହା ପରେ ସେ କ’ଣ କରିବ? ଅନ୍ୟ ଜଣେ ଲେଖିଛନ୍ତି- ଯୁଦ୍ଧ ପାଇଁ ପ୍ରସ୍ତୁତି ହେଉଛି।

Viral Video
Advertisment
Advertisment