Advertisment

ତହସିଲଦାର ହେବ ତ ଏମିତି ! ଦୁର୍ଗମ ଅଞ୍ଚଳକୁ ଯାଇ ଯୋଗାଉଛନ୍ତି ସେବା

ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ରହିଛି ଅନେକ ଦୁର୍ଗମ ଅଞ୍ଚଳ। ଯେଉଁଠି ଜନସାଧାରଣଙ୍କୁ ମିଳି ପାରୁନି ମୌଳିକ ସୁବିଧା ସୁଯୋଗ। ଏଠାକାର ଲୋକଙ୍କ ପାଇଁ ତହସିଲ କାର୍ଯ୍ୟ ଏକ ପ୍ରମୁଖ ସମସ୍ୟା ।

mohana tahasildar

mohana tahasildar

Advertisment

ମୋହନା ତହସିଲଦାରଙ୍କ ଅଭିନବ ପ୍ରୟାସ। ମୋ ଆଦର୍ଶ ରାଜସ୍ଵ ଗ୍ରାମ ଗଠନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ତହସିଲଦାର। ଦୁର୍ଗମ ଅଞ୍ଚଳର ଜନ ସାଧାରଣଙ୍କ ନିକଟରେ ସିଧାସଳଖ ପ୍ରଶାସନ ପହଞ୍ଚି ବିଭିନ୍ନ ସମସ୍ୟାର ସମଧାନ ପାଇଁ ମୋ ଆଦର୍ଶ ରାଜସ୍ଵ ଗ୍ରାମ ଅଭିଯାନ ଆରମ୍ଭ କରି ଏବେ ବେଶ ଚର୍ଚ୍ଚାରେ ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲାଇ।

Advertisment

ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ରହିଛି ଅନେକ ଦୁର୍ଗମ ଅଞ୍ଚଳ। ଯେଉଁଠି ଜନସାଧାରଣଙ୍କୁ ମିଳି ପାରୁନି ମୌଳିକ ସୁବିଧା ସୁଯୋଗ। ଏଠାକାର ଲୋକଙ୍କ ପାଇଁ ତହସିଲ କାର୍ଯ୍ୟ ଏକ ପ୍ରମୁଖ ସମସ୍ୟା । ଏବେ ବି ବହୁ ଦୁର୍ଗମ ଗ୍ରାମବାସୀ ଭୂମିହୀନ ଥିବା ବେଳେ ସେମାନଙ୍କ ନିକଟରେ ଜାତିଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ନାହିଁ। ଫଳରେ ସେମାନେ ସରକାରୀ ସୁବିଧା ପାଇବାରୁ ବଞ୍ଚିବ ହେଉଛନ୍ତି । ଏ ପରିକି ସେମାନଙ୍କ ପିଲାମାନେ ମଧ୍ୟ ପାଠ ପଢାରୁ ବଞ୍ଚିତ ହେଉଛନ୍ତି ।

ତହସିଲରେ ହେଉଥିବା ସମସ୍ତ କାର୍ଯ୍ୟ କେମିତି ସିଧାସଳଖ ଦୁର୍ଗମ ଅଞ୍ଚଳବାସୀଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ୨ ମାସ ପୂର୍ବରୁ ସ୍ଥାନୀୟ ତହସିଲଦାର ହିମାଂଶୁ ଭୂଷଣ ପଲାଇ ପ୍ରୟାସ ଆରମ୍ଭ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ୮ଟି ପଞ୍ଚାୟତର ୮ ଗୋଟି ଗାଁକୁ ମୋ ଆଦର୍ଶ ରାଜସ୍ଵ ଗ୍ରାମ ଭାବରେ ଗଠନ କରିଥିଲେ ତହସିଲଦାର। ପରେ ନିଜେ ରାଜସ୍ଵ କର୍ମଚାରୀମାନଙ୍କୁ ନେଇ ଘଞ୍ଚ ଜଙ୍ଗଲ ରାସ୍ତାରେ ମାଇଲ ମାଇଲ ଦୁର ଅତିକ୍ରମ କରି ଲୋକଙ୍କ ପାଖରେ ପହଞ୍ଚି ଗ୍ରାମବାସୀଙ୍କ ଠାରୁ ଆବଶ୍ୟକୀୟ ପ୍ରମାଣ ପାତ୍ର ଯାଞ୍ଚ କରିବା ସହ ମାଗଣାରେ ଅନଲାଇନରେ ଆବେଦନ କରି ଲୋକଙ୍କ ପଟ୍ଟା ସଂଶୋଧନ, ଜମି ଭାଗ ବଣ୍ଟନ, ଆୟ ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର ଓ ଭୂମିହୀନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ଜମିର ଖଜଣା ବାନ୍ଧିଥିଲେ ।

Advertisment

ତହସିଲ କାର୍ଯ୍ୟାଳୟ ଠାରୁ ମୋହନା ବ୍ଲକର ବହୁ ଦୁର୍ଗମ ଗାଁ କୁ ଯିବାକୁ ହେଲେ ପ୍ରାୟ ୬୦/ ୭୦ କିମି ଅତିକ୍ରମ କରିବାକୁ ପଡେ। ଏବେ ପ୍ରଶାସନ ପକ୍ଷରୁ ମୋ ଆଦର୍ଶ ରାଜସ୍ୱ ଗ୍ରାମ ଅଭିଯାନ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚି ସୁବିଧା ଯୋଗାଇ ଦେଇଥିବାରୁ ଗ୍ରାମବାସୀ ତହସିଲଦାରଙ୍କୁ ବେଶ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ୩ ମାସକୁ ଥରେ ଏହି ଭଳି ଗାଁ ଗୁଡ଼ିକୁ ମୋ ରାଜସ୍ଵ ଆଦର୍ଶ ଗ୍ରାମରେ ସାମିଲ କରି ଲୋକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ମୋହନା ତହସିଲଦାର ହିମାଂଶୁ ଭୁଷଣ ପଲାଇ କହିଛନ୍ତି ।

Gajapati Mohana Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ