Advertisment

ରାଜଧାନୀର ଗାନ୍ଧାରୀ: ସ୍ୱାମୀଙ୍କ ପାଇଁ ଅଳିଆ ଗଦାରେ କଟୁଛି ଜୀବନ

ଏ ଗାନ୍ଧାରୀ ନା ଆଖିରେ କଳା ପଟି ବାନ୍ଧିଛନ୍ତି ନା ଶତ ପୁତ୍ରର ବର ପାଇଛନ୍ତି। ଏ ଗାନ୍ଧାରୀ ସ୍ୱାମୀଙ୍କ ପାଇଁ ବଞ୍ଚି ଥାଉ ଥାଉ ନର୍କକୁ ଆଦରି ନେଇଛନ୍ତି।

ରାଜଧାନୀର ଗାନ୍ଧାରୀ: ସ୍ୱାମୀଙ୍କ ପାଇଁ ଅଳିଆ ଗଦାରେ କଟୁଛି ଜୀବନ

dgm

Advertisment

ଭୁବନେଶ୍ୱର: ରାଜଧାନୀର ଗାନ୍ଧାରୀ। ସ୍ୱାମୀଙ୍କ ପାଇଁ ଅଳିଆ ଗଦାରେ କଟୁଛି ଜୀବନ। ସବୁ ଥାଇ ବି ଯେମିତି କିଛି ନାହିଁ। ନାବାର୍ଡ଼ ଡିଜିଏମରୁ ଆବର୍ଜନା ମଣିଷପାଲଟିଥିବା ସ୍ବାମୀ ରାମଚନ୍ଦ୍ରଙ୍କ ପାଇଁ ଏକ ପ୍ରକାର ଅନ୍ଧ ପାଲଟି ଯାଇଛନ୍ତି ସେ। ବିଦେଶରେ ପିଲା ଛୁଆ ଡାକିଲେ ଯାଉନାହାନ୍ତି କି ଏସବୁ ର୍ନିଯାତନା ଓ କଷଣ ବିରୋଧରେ କେବେ ମୁହଁ ଖୋଲି ଅଭିଯୋଗ ବି କରି ନାହାନ୍ତି। ଆସନ୍ତୁ ଜାଣିବା ଏମିତି ଏକ ଗାନ୍ଧାରୀଙ୍କ କାହାଣୀ।

Advertisment

ଏ ଗାନ୍ଧାରୀ ନା ଆଖିରେ କଳା ପଟି ବାନ୍ଧିଛନ୍ତି ନା ଶତ ପୁତ୍ରର ବର ପାଇଛନ୍ତି। ଏ ଗାନ୍ଧାରୀ ସ୍ୱାମୀଙ୍କ ପାଇଁ ବଞ୍ଚି ଥାଉ ଥାଉ ନର୍କକୁ ଆଦରି ନେଇଛନ୍ତି। ଭୁବନେଶ୍ୱର ନୀଳାଦ୍ରୀବିହାର, ଫେଜ୍- ସେଭେନ୍, HIG- ତେପନ  ଭିଭିଆଇପି କଲୋନୀ ମଧ୍ୟରେ ଏହି ଘର ହେଉଛି ନାବାର୍ଡ ଡିଜିଏମ ଭାବେ ଅବସର ନେଇଥିବା ସ୍ୱାମୀ ରାମଚନ୍ଦ୍ର ଦାସଙ୍କର। ଆଉ ଏ ଗାନ୍ଧାରୀ ହେଉଛନ୍ତି ରାମଚନ୍ଦ୍ରଙ୍କ ପତ୍ନୀ ଶାନ୍ତିଲତା ଦାସ।

କୁଢ କୁଢ ଅବର୍ଜନା ପଡ଼ିଥିବା ଏ ଚିତ୍ର ତାଙ୍କ ଘରର ଅବସର ପରେ ସ୍ୱାମୀ ରାମଚନ୍ଦ୍ରଙ୍କ କାମ ହେଉଛି ବାହାରେ, ରାସ୍ତାରେ, ଡଷ୍ଟବିନରୁ ଅଳିଆ ଆଣି ଘରେ ପୁରେଇବା। ଭଙ୍ଗା, ଅଦରାକାରୀ କାଚ, ଲୁହା, ପ୍ଲାଷ୍ଟିକଠୁ ଆରମ୍ଭ କରି ମଦ ବୋତଲ ଏମିତିକି ଅବ୍ୟବହୃତ ପାଇଖାନା ପ୍ୟାନ୍ ବା କମୋଡ ବି ଘର ଭିତରେ। ତା ପୁଣି ବେଡ଼୍ ରୁମରେ। ତଳ ଆଉ ଉପର ମହଲା ଚିକ୍ ଚିକିଆ ମାର୍ବଲ ଘରକୁ କରିଛନ୍ତି ଅଳିଆ ଖାନା। 

Advertisment

ଏହାର କାରଣବି ସ୍ପଷ୍ଟ ବୁଝି ପାରୁଥିବେ, ସ୍ୱାମୀ ରାମଚନ୍ଦ୍ରଙ୍କ ମାନସିକ ବିକୃତି। ଆଉ ଏମିତି ଘରେ ୫ ବର୍ଷରୁ ଅଧିକ ବିତେଇଲେଣି ଶାନ୍ତିଲତା।  ଗେଟ୍ ବାହରକୁ ବି କେବେ ଛାଡ଼ନ୍ତିନି ସ୍ବାମୀ। କାହା ସହ କଥା ହେଲେ ଝଗଡ଼ା ଆଉ ଧମକ କିନ୍ତୁ କେବେ ବି ମୁହଁ ଖୋଲି ସ୍ୱାମୀ ଆଗରେ କି ପିଲାଛୁଆ କି ପଡ଼ୋଶୀଙ୍କ ଆଗରେ ଶାନ୍ତିଲତା ଅଭିଯୋଗ କରିନାହାନ୍ତି। 

ଖାଲି ଅଳିଆ ଅବର୍ଜନା ନୁହଁ, ୩୦ରୁ ଅଧିକ ଦେଶୀ କୁକୁରଙ୍କୁ ରଖି ବି ତାଙ୍କର ସେବା କରନ୍ତି ରାମଚନ୍ଦ୍ର। ପଶୁ ଡାକ୍ତର ଭାବେ ଚାକିରୀରେ ଯୋଗ ଦେଇଥିବାରୁ ରାମଚନ୍ଦ୍ରଙ୍କ ପଶୁ ପ୍ରେମ ବି ଢେର। ବଡ କଥା ହେଲା ପ୍ରତ୍ୟେକ ଦିନ ଏହି କୁକୁର ମାନଙ୍କ ପାଇଁ ୫କେଜି ଚିକେନ ବି ରୋଷେଇ କରନ୍ତି ଶାନ୍ତିଲତା। ଏହାକୁ ବି କେବେ ବିରୋଧ କରି ନାହାନ୍ତି ସେ। ପିଲାଛୁଆ ସବୁ ବିଦେଶରେ, ଗୋଟେ ଝିଅ ଅଷ୍ଟ୍ରେଲିଆରେ ଆଉ ଗୋଟେ ଝିଅ ଓ ପୁଅ ବେଙ୍ଗାଳୁରୁରେ। ସେମାନେ ବାରଣ କରିଥିଲେ ମଧ୍ୟ ବାପା କେବେ ମାନି ନାହାନ୍ତି କି ସେମାନେ ଅଧିକ ଜୋର୍ ଦେଇ ନାହାନ୍ତି।

Advertisment

ପିତାମାତାଙ୍କ ପ୍ରତି ପିଲାଛୁଆଙ୍କ ଅବହେଳା ପାଇଁ ରାମଚନ୍ଦ୍ର ଓ ପତ୍ନୀଙ୍କ ଏମିତି ସ୍ଥିତି ବୋଲି ଅଭିଯୋଗ କରିଛନ୍ତି ପଡ଼ୋଶୀ। ଶାନ୍ତିଲତାଙ୍କୁ ଏହି ନର୍କରୁ ବାହାର୍ କରି ରାମଚନ୍ଦ୍ରଙ୍କ ଚିକିତ୍ସା ପାଇଁ ପଡ଼ୋଶୀ ମାନେ ବହୁବାର ପିଲା ମାନଙ୍କୁ ଜଣାଇଥିଲେ ବି ଆଗ୍ରହ ଦେଖାଉନଥିବା ଅଭିଯୋଗ କରିଛନ୍ତି।

Odisha News Bhubaneswar Australia Parents
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ