Advertisment

SHG ଗ୍ରୁପ୍‌ର ଖୋଲିଲା ଗୁମର: ଲୋନ୍ ନେଉଛନ୍ତି, ସୁଝୁନାହାନ୍ତି..

ମିଶନ୍ ଶକ୍ତି ସଂପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ନେଇ ଅକଳରେ ସରକାର । ସ୍ୱୟଂ ସହୟିକା ଗୋଷ୍ଠୀ ଲୋନ୍ ବିନିଯୋଗର ପର୍ଦ୍ଦାଫାଶ ଲୋନ୍ ନେଉଛନ୍ତି,କିନ୍ତୁ ସୁଝୁନାହାନ୍ତି । ସଠିକ ଭାବେ ବିନିଯୋଗ ହେଉନି ଋଣ ବାବଦ ମିଳୁଥିବା ଅର୍ଥ ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Mission Shakti

କିଏ ଧାନ ଚାଷ ପାଇଁ ନେଇଥିବା ଋଣକୁ ଝିଅ ବାହାଘରରେ ଲଗେଇ ଦେଇଛନ୍ତି,ତ କେଉଁଠି ବିବାଦରୁ ବୁଡ଼ି ଗଲାଣି ଛତୁ ଚାଷ ଲାଗି ଦିଆଯାଇଥିବା ଲୋନ୍। ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଦିଆଯାଉଥିବା ଋଣର ବାସ୍ତବ ସ୍ଥିତି କିଛି ଅଲଗା । ଏକଥା ଆମେ କହୁନୁ । ବିଧାନସଭାରେ ଶାସକ ଦଳ ବିଧାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟିର ରିପୋର୍ଟରୁ ଖୋଲିଛି ମିଶନ୍ ଶକ୍ତି ଋଣ ବ୍ୟବସ୍ଥାର ଏମିତି କିଛି ଗୁମର। ଯାହାକୁ ନେଇ ଦୁର୍ନୀତିର ଗନ୍ଧବାରି ବର୍ଷିଛନ୍ତି ବିରୋଧୀ।

Advertisment

ମିଶନ୍ ଶକ୍ତି ସଂପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ନେଇ ଅକଳରେ ସରକାର । ସ୍ୱୟଂ ସହୟିକା ଗୋଷ୍ଠୀ ଲୋନ୍ ବିନିଯୋଗର ପର୍ଦ୍ଦାଫାଶ ଲୋନ୍ ନେଉଛନ୍ତି,କିନ୍ତୁ ସୁଝୁନାହାନ୍ତି । ସଠିକ ଭାବେ ବିନିଯୋଗ ହେଉନି ଋଣ ବାବଦ ମିଳୁଥିବା ଅର୍ଥ । ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ଥିବା ଖୋଦ୍ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ସତ । SHG ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାର କାହିଁରେ କେତେ ଯୋଜନା କରିଛନ୍ତି । ଏବେ ୧୫ଟି ବିଭାଗରେ କାମ ଦିଆଯାଉଥିଲା ବେଳେ ଆଗକୁ ସବୁ ବିଭାଗକୁ ଏଥିରେ ସାମିଲ ଲାଗି ଯୋଜନା ହୋଇଛି।

ଏପରିକି ଏବେକାର ବ୍ୟବସ୍ଥା ଅନୁଯାୟୀ ବିନା ସୁଧରେ ଗ୍ରୁପକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି। ଏଥିସହ SHGମାନଙ୍କୁ ୧୦ ହଜାର କୋଟି ଟଙ୍କା ଋଣ ଯୋଗାଇ ଦେବାକୁ ୨୨୦ କୋଟି ଟଙ୍କାର ସୁଧ ଫେରସ୍ତର ବ୍ୟବସ୍ଥା ବି ହୋଇଛି। ହେଲେ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁଯାୟୀ,SHG ମାନେ ଲୋନ୍ ନେଲେ ବି ସୁଝୁ ନାହାନ୍ତି। ଯେଉଁ ଉଦ୍ଦେଶ୍ୟରେ ନେଉଛନ୍ତି ସେଇ ଉଦ୍ଦେଶ୍ୟରେ ବିନିଯୋଗ ହେଉନାହିଁ। ତେଣୁ ସେମାନଙ୍କୁ ଟ୍ରେନିଂ ଦେବା ସହ ସେମାନଙ୍କ ଉତ୍ପାଦ ବିକ୍ରି ପାଇଁ ମାର୍କେଟିଂ ସିଷ୍ଟମକୁ ସୁଦୃଢ଼ କରିବାକୁ ସୁପାରିଶ କରାଯାଇଛି। ଯାହାକୁ ନେଇ ପୁରା ବ୍ୟବସ୍ଥାରେ ଦୁର୍ନୀତିର ଗନ୍ଧ ବାରି ବର୍ଷିଛନ୍ତି ବିରୋଧୀ।

Advertisment

ସେପଟେ ଗ୍ରଉଣ୍ଡରେ ବାସ୍ତବ ସ୍ଥିତି ମଧ୍ୟ ଠିକ୍ ସେହିଭଳି । ଏଇ ଯେମିତି ମୟୂରଭଂଜ ଜିଲ୍ଲା ଉଦଳା ଏନ୍‌ଏସିର ଲକ୍ଷ୍ଣୀ ନାରାୟଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କଥା। ଛତୁ ଚାଷ ପାଇଁ ଏଇ ଗୋଷ୍ଠୀ ୧ ଲକ୍ଷ ଟଙ୍କାର ଋଣ ନେଇଥିଲେ। ହେଲେ ଟଙ୍କା ସୁଝିବା କଥା ଦୂରେ ଥାଉ ନିଜ ନିଜ ଭିତରେ ବିବାଦରୁ ଛତୁ ଚାଷ ବି ହୋଇ ପାରିଲାନି। ବାଲେଶ୍ୱର ଜିଲ୍ଲା ନୂଆସାହି ମଦନ ମୋହନ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ଚାଷ ପାଇଁ ନେଇଥିବା ଋଣକୁ ଜଣେ ସଦସ୍ୟା ତାଙ୍କ ଭାଗ ଋଣକୁ ଝିଅ ବାହାଘରରେ ଖର୍ଚ୍ଚ କରି ଦେଇଥିବା କହିଛନ୍ତି।

ବିଜେଡି ସରକାରର ସବୁଠୁ ବଡ଼ ଟ୍ରମ୍ପ୍ କାର୍ଡ ହେଉଛି ସ୍ୱୟଂ ସହୟିକ ମହିଳା । ଭୋଟ ବ୍ୟାଙ୍କ ଭାବେ ସେମାନଙ୍କୁ ବିଜେଡି ବ୍ୟବହାର କରୁଥିବାର ଅଭିଯୋଗ ବି ବହୁ ପୁରୁଣା। ହେଲେ ସେମାନଙ୍କୁ ସଶକ୍ତିକରଣ ନାଁରେ ଦିଆଯାଉଥିବା ଲୋନର ବିନିଯୋଗ କିଭଳି ହେଉଛି ତାର ତଦାରଖ ନହେବାକୁ ନେଇ ନାନା ପ୍ରଶ୍ନ ଉଠିଛି। ଯାହାକୁ ବିଧାନସଭାରେ ଉଠାଇବାକୁ ସଜବାଜ ହେଉଛନ୍ତି ବିରୋଧୀ।

(ରିପୋର୍ଟ- ଉଦଳାରୁ ମାନସ ପାଣି,ସୋରରୁ ନିରଜଂନ ବେହେରା ଓ ଭୁବନେଶ୍ୱରରୁ ସୋମ୍ୟରଂଜନ ସାହୁ ଓ ହରିହର ଚାନ୍ଦ)

BJD SHG Movement In Odisha Mission Shakti
Advertisment
Advertisment