Advertisment

ନିଖୋଜର ୨ ଦିନ ପରେ ମିଳିଲା ଗଣଦୁଷ୍କର୍ମ ପୀଡ଼ିତାଙ୍କ ପତ୍ତା

ପୀଡିତାଙ୍କ ବାପାଙ୍କ ସୂଚନା ଅନୁସାରେ, ଶନିବାର ଡ୍ୟୁଟି ଯାଇଥିବା ବେଳେ ଲୋକଙ୍କ ଟାହିଟାପରା ପରେ ଝିଅ ମର୍ମାହତ ହୋଇଥିଲା। ଆଜି ସକାଳୁ ଅଜଣା ନମ୍ବରରୁ ପୀଡିତା ଫୋନ୍ କରି ନିଜ ବାପାଙ୍କୁ ଜଣାଇଥିଲେ।

author-image
Rajalaxmi Sahoo
Missing Girl Allegedly Gang Raped Who Abducted Found After Two Days

Missing Girl Allegedly Gang Raped Who Abducted Found After Two Days

ପାରାଦୀପରେ ନିଖୋଜ ଗଣଦୁଷ୍କର୍ମ ପୀଡ଼ିତା ଗଡ଼କୁଜଙ୍ଗରୁ ଠାବ ହୋଇଛନ୍ତି। ନିଖୋଜ ହେବାର ୨ ଦିନ ପରେ ପୀଡିତାଙ୍କୁ ଠାବ ହୋଇଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି।ନିଖୋଜ ନେଇ ଜଟାଧାରୀମୁହାଣ ସାମୁଦ୍ରିକ ଥାନାରେ ପୀଡ଼ିତାଙ୍କ ପରିବାର ଲୋକେ ଏତଲା ଦେଇଥିଲେ। ଗତ ଶନିବାରଠାରୁ ପତ୍ତା ନମିଳିବା ସହ ଝିଅକୁ କେହି ଅପରହଣ କରିଥାଇ ପାରେ ବୋଲି ପୀଡିତାଙ୍କ ବାପା ଅଭିଯୋଗ କରିଥିଲେ।

Advertisment

ପୀଡିତାଙ୍କ ବାପାଙ୍କ ସୂଚନା ଅନୁସାରେ, ଶନିବାର ଡ୍ୟୁଟି ଯାଇଥିବା ବେଳେ ଲୋକଙ୍କ ଟାହିଟାପରା ପରେ ଝିଅ ମର୍ମାହତ ହୋଇଥିଲା। ତେଣୁ ଆତ୍ମହତ୍ୟା କରିବାକୁ କୁଜଙ୍ଗ ଚଟୁଆ ନିକଟ ରେଳଧାରଣା ପାଖକୁ ଯାଇଥିଲେ। ସେଠାରୁ ୨ ଜଣ ଯୁବକ ତାଙ୍କୁ ନେଇ ଗଡକୁଜଙ୍ଗ ଗାଁର ଜଣେ ବୃଦ୍ଧା ମହିଳାଙ୍କ ଘରେ ଆଶ୍ରୟ ଦେଇଥିଲେ।  ଆଜି ସକାଳୁ ଅଜଣା ନମ୍ବରରୁ ପୀଡିତା ଫୋନ୍ କରି ନିଜ ବାପାଙ୍କୁ ଜଣାଇଥିଲେ।

ଏହାପରେ ପୀଡିତାଙ୍କ ବାପା ଏବଂ ସମ୍ପର୍କୀୟ ତାଙ୍କୁ ଠାବ କରିଛନ୍ତି। ସୂଚନାଥାଉ କି, ଗତ ମାସ ୨୬ ତାରିଖରେ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଅଭିଯୋଗ ଆଧାରରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। 

Advertisment

(ରିପୋର୍ଟ-ରମାକାନ୍ତ ନାୟକ, ପାରାଦୀପ)

Girl Gang Raped
Advertisment
Advertisment