/odishatv-khabar/media/post_attachments/uploadimage/library/16_9/16_9_0/Rourkela_1656994631.jpg)
Rourkela
ଅଭିନବ ଢ଼ଙ୍ଗରେ ଲୁଟ୍ । ବ୍ୟାଙ୍କରେ ଟଙ୍କା ଜମା ପାଇଁ ଯାଇଥିଲେ ଲେହେ ଲୁଟ୍ର ଶିକାର ହେଲେ ଯୁବକ । ଲାଇନରେ ଥିବା ବେଳେ ତାଙ୍କ ବ୍ୟାଗରୁ ଲୁଟିନେଲେ ଲକ୍ଷେ ଟଙ୍କା । ରାଉରକେଲା ବିଶ୍ରା ଛକ ଷ୍ଟେଟ୍ ବ୍ୟାଙ୍କରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଲୁଟ୍ର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏମ୍ଆକିବ ବୋଲି ଜଣାପଡିଛି ।
ଦେଖନ୍ତୁ ଲୁଟ୍ ସମୟର ସିସିଟିଭି ଭିଡ଼ିଓ :-
ବ୍ୟାଙ୍କରେ ଟଙ୍କା ଜମା ପାଇଁ ଲାଇନରେ ଥିବା ବେଳେ ଲୁଟ୍ । ଦେଖନ୍ତୁ ଲୁଟ୍ର ସିସିଟିଭି ଭିଡିଓ ।#Loot#CCTVVideo#Rourkela#OTVpic.twitter.com/lPMh7iYRCk
— ଓଟିଭି (@otvkhabar) July 5, 2022
ଏମ୍ଆକିବ ଟଙ୍କା ଜମା ପାଇଁ ବ୍ୟାଙ୍କ ଯାଇଥିଲେ । ସେଠାରେ ଲାଇନରେ ଠିଆ ହୋଇଥିବା ବେଳେ ତାଙ୍କ ପଛରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କ ବ୍ୟାଗରୁ ଟଙ୍କା ଲୁଟି ନେଉଛନ୍ତି। ବ୍ୟାଙ୍କ ସିସିଟିଭିରେ ଏ ସମସ୍ତ ଦୃଶ୍ୟ କଏଦ ହୋଇଛି । ଏନେଇ ଏମ୍.ଡି. ଆକିବ ପ୍ଲାଣ୍ଟ ସାଇଟ୍ ଥାନାରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଛି ।
ତେବେ ରାଜ୍ୟରେ ଦିନକୁ ଦିନ ଦୃର୍ବୁତ୍ତଙ୍କ ଲୁଟ୍ପାଟ୍ ବଢ଼ିବାରେ ଲାଗିଛି । ଯାହାକୁ ରୋକିବା ପୋଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)