Advertisment

ବିଷ ପଞ୍ଝାରୁ ମୁକୁଳିଲା ମଞ୍ଜୁଳା !

ମୋତେ ଡାକ୍ତର ପାଖକୁ ନିଅ ନହେଲେ ମୋତେ ମାରିଦିଅ। ସାପ କାମୁଡାରେ ଜ୍ୱାଳାରେ ଛଟପଟ ହେଉଥିବା ୯ ବର୍ଷର କୁନି ଝିଅ ମଞ୍ଜୁଳାର ଯନ୍ତ୍ରଣା ଭରା କାନ୍ଦଣା ସବୁଆଡେ ବେଶ ଚର୍ଚ୍ଚା ହୋଇଥିଲା। ନବରଙ୍ଗପୁର ଅଞ୍ଚଳର ମଞ୍ଜୁଳାର ଡାହାଣ ପଟ ହାତଟି ସମ୍ପୂର୍ଣ୍ଣ ପଚି ଯାଇଥିବା ଅବସ୍ଥାରେ ଶେଷରେ ବିଳମ୍ବରେ କଟକ ବଡ଼ ମେଡ଼ିକାଲ ଆସିଥିଲା।

ସୁସ୍ଥ ହେବା ପରେ ମଞ୍ଜୁଳା

ସୁସ୍ଥ ହେବା ପରେ ମଞ୍ଜୁଳା

Advertisment

କଟକ: ସାପ କାମୁଡ଼ାରେ ଗୁରୁତର ହୋଇ SCBରେ ଚିକିତ୍ସାଧୀନ ନାବାଳିକା ସୁସ୍ଥ। ସଫଳ ହେଲା ମଂଜୁଳାଙ୍କ ହାତରେ ହୋଇଥିବା ପ୍ଲାଷ୍ଟିକ୍ ସର୍ଜରୀ। ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ନାବାଳିକା ମଞ୍ଜୁଳାଙ୍କୁ କାଲି SCBରୁ ଡିସଚାର୍ଜ କରାଯିବ। ଅପରେସନ୍‌ ସଫଳ ନେଇ SCB ପ୍ଲାଷ୍ଟିକ୍ ସର୍ଜରୀ ମୁଖ୍ୟ ଡାକ୍ତର ବିଭୂତି ନାୟକ ସୂଚନା ଦେଇଛନ୍ତି।

Advertisment

ମୋତେ ଡାକ୍ତର ପାଖକୁ ନିଅ ନହେଲେ ମୋତେ ମାରିଦିଅ। ସାପ କାମୁଡାରେ ଜ୍ୱାଳାରେ ଛଟପଟ ହେଉଥିବା ୯ ବର୍ଷର କୁନି ଝିଅ ମଞ୍ଜୁଳାର ଯନ୍ତ୍ରଣା ଭରା କାନ୍ଦଣା ସବୁଆଡେ ବେଶ ଚର୍ଚ୍ଚା ହୋଇଥିଲା। ସେପଟେ ମଞ୍ଜୁଳାକୁ ଦଂଶିଥିବା ସାପ ବି ତାର ଭୁଲ ପାଇଁ ପେଡ଼ି ଭିତରେ ବନ୍ଧା ପଡ଼ିଥିଲା। ନବରଙ୍ଗପୁର ଅଞ୍ଚଳର ମଞ୍ଜୁଳାର ଡାହାଣ ପଟ ହାତଟି ସମ୍ପୂର୍ଣ୍ଣ ପଚି ଯାଇଥିବା ଅବସ୍ଥାରେ ଶେଷରେ ବିଳମ୍ବରେ କଟକ ବଡ଼ ମେଡ଼ିକାଲ ଆସିଥିଲା।

ସେତେବେଳେ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରଙ୍କ ପାଖରେ ଦୁଇଟି ଚାଲେଞ୍ଜ ଥିଲା। ମଞ୍ଜୁଳାର ଜୀବନ ରକ୍ଷା କରିବା, ହାତଟିକୁ ନ କାଟି ସୁରକ୍ଷିତ ରଖିବା। ଏଥିପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ଡାକ୍ତରୀ ଟିମ। ଶେଷରେ ନୂଆ ଜୀବନ ପାଇଲା ମଞ୍ଜୁଳା।

Advertisment

ମଞ୍ଜୁଳା SCBର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଗତ ଜୁଲାଇ ମାସ ୧୪ ତାରିଖରେ ଆଡମିଶନ ହୋଇଥିଲା। ପ୍ରଥମ ଅପରେସନ ୧୬ ତାରିଖ ଓ ପରେ ଶେଷ ଅପରେସନ ଅଗଷ୍ଟ ମାସ ୬ ତାରିଖରେ ହୋଇଥିଲା। ଶରୀରର ବିଭିନ୍ନ ଅଂଶରୁ ଚମଡା ଆସି ହାତରେ ପ୍ରତ୍ୟାରୋପଣ କରାଯାଇଥିଲା। ଏସସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୂତି ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚିକିତ୍ସିତ ହେବା ପରେ ମଞ୍ଜୁଳା ଏବେ ସୁସ୍ଥ। ମେଡିକାଲରୁ ଆସନ୍ତା କାଲି ଡିସଚାର୍ଜ ହେବ।

ରିପୋର୍ଟ: ପ୍ରଭାତ ବିଷୋୟୀ 

Odisha Scb Snake Bite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ