Advertisment

ଟୁରିଷ୍ଟ ବସ୍‌ ଧକ୍କାରେ ନାବାଳକ ମୃତ୍ୟୁ ଘଟଣା; ଆଜି ବି ଉଠିଲାପଡ଼ିଲା ସମ୍ବଲପୁର ସହର

କାଲି ସଂଧ୍ୟାରେ ଏକ ସ୍କୁଟିଯୋଗେ ମୁଦିପଡ଼ାରୁ କୁଞ୍ଜେଲପଡ଼ା ଯାଉଥିଲା ବେଳେ ୧୩ ବର୍ଷିୟ ଏଇ ନବମ ଶ୍ରେଣୀ ଛାତ୍ର ଦିଶାନ୍ତ ନାୟକଙ୍କୁ ମୁଦିପଡ଼ା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ୍ ଆଗରେ ଏକ ଟୁରିଷ୍ଟ ବସ୍ ଧକ୍କା ଦେଇଥିଲା ।

undefined

Road mishap

Advertisment

ତୁହାକୁ ତୁହା ଉତ୍ତେଜନା... ପୋଲିସ ଜନତା ମୁହାଁମୁହିଁ, ଲାଠି ଚାର୍ଜ, ରାସ୍ତାରୋକ... ଟୁରିଷ୍ଟ ବସ୍ ଧକ୍କାରେ ଜଣେ ସ୍କୁଟି ଆରୋହୀ ଛାତ୍ରଙ୍କ ମୃତ୍ୟୁକୁ କେନ୍ଦ୍ରକରି କାଲି ସଂଧ୍ୟାରୁ ଆଜି ଅପରାହ୍ଣ ଯାଏଁ ଅଶାନ୍ତ ହୋଇ ପଡ଼ିଥିଲା ସମ୍ବଲପୁର । ବୁଝାସୁଝା ପରେ ଆନ୍ଦୋଳନ ଥମୁଥିଲା କିଛି କ୍ଷଣ ପରେ ପୁଣି ତେଜୁଥିଲା ।

Advertisment

କାଲି ସଂଧ୍ୟାରେ ଏକ ସ୍କୁଟିଯୋଗେ ମୁଦିପଡ଼ାରୁ କୁଞ୍ଜେଲପଡ଼ା ଯାଉଥିଲା ବେଳେ ୧୩ ବର୍ଷିୟ ଏଇ ନବମ ଶ୍ରେଣୀ ଛାତ୍ର ଦିଶାନ୍ତ ନାୟକଙ୍କୁ ମୁଦିପଡ଼ା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ୍ ଆଗରେ ଏକ ଟୁରିଷ୍ଟ ବସ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦିଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ସଂଧ୍ୟା ସମୟରେ ସହର ଭିତରେ ଭାରିଯାନ ଚଳାଚଳ ବନ୍ଦ ଥିବାବେଳେ ବସ କେମିତି ସହର ଭିତରେ ପଶିଲା, ଆଉ ଦୁର୍ଘଟଣା ଘଟାଇଲା ତାକୁ ନେଇ ଆରମ୍ଭ ହୋଇଯାଇଥିଲା ତୁମୁଳକାଣ୍ଡ ।

ମୁହାଁମୁହିଁ ହୋଇଥିଲେ ପୋଲିସ-ଆନ୍ଦୋଳନକାରୀ । ଉତ୍ତ୍ୟକ୍ତ ଲୋକଙ୍କ କବଳରୁ କୌଣସିମତେ ବସଟିକୁ ସହର ବାହାରକୁ ନେଇଯାଇ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା ପୋଲିସ । ଏଥିସହ ମୃତଦେହକୁ ସଦର ହସ୍ପିଟାଲକୁ ପଠାଇଥିଲା । କିନ୍ତୁ ଉତ୍ତେଜନା ବଢ଼ିବାରୁ ପୋଲିସ ଲାଠିଚାର୍ଜ କରିବା ସହ ପ୍ରାୟ ୧୦ ଜଣ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଯାଇଥିଲା ।

Advertisment

ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପୁଣି ମୁଦିପଡ଼ାଠାରେ ରାସ୍ତା ଉପରେ ମୃତଦେହକୁ ରଖି ଆନ୍ଦୋଳନକୁ ଓହ୍ଲାଇଥିଲେ ଲୋକେ । ଦାବିଥିଲା- ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଗତରାତି ଗଣ୍ଡଗୋଳରେ ଅଟକ ପ୍ରାୟ ୧୦ ଜଣଙ୍କୁ ଛାଡ଼ିଦେବା ଏବଂ ଦୁର୍ଘଟଣା ଘଟିଥିବା ରାସ୍ତାରେ ସଂଧ୍ୟା ୬ଟାରୁ ଭାରିଯାନ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯାଉ ।

ତେବେ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରମାନେ ଘଟଣାସ୍ଥଳରେ ବୁଝାସୁଝା କରିବା ପରେ ପ୍ରାୟ ସାଢ଼େ ୪ଟା ବେଳେ ଆନ୍ଦୋଳନ ହଟିଥିଲା । ଏଠି ପ୍ରଶ୍ନ ଉଠୁଛି, ସହର ଭିତରେ ସଂଧ୍ୟା ପରଠୁ ଭାରିଯାନ ପ୍ରବେଶ ନିଷେଧ ଥିଲେ ବି ଟୁରିଷ୍ଟ ବସକୁ ସହର ଭିତରକୁ କେମିତି ପ୍ରବେଶ ଅନୁମତି ମିଳିଲା ? ଏହି ସମୟରେ ଦାୟିତ୍ୱରେ ଥିବା ପୋଲିସ କରୁଥିଲେ କ'ଣ ? ତେବେ ସମ୍ବଲପୁର ଅତିରିକ୍ତ ଏସପି କହିଛନ୍ତି, ଏହି ଘଟଣାରେ ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisment

ଦୁର୍ଘଟଣା ପାଇଁ ସମ୍ବଲପୁର ସହରରେ ପାଖାପାଖି ୧୮ ଘଣ୍ଟା ଧରି ଲାଗି ରହିଥିବା ସ୍ଥିତିରେ ସୁଧାର ଆସିଛି ସତ, ହେଲେ ମାତ୍ର ୧୩ ବର୍ଷର ନାବାଳକ ହାତରେ ସ୍କୁଟି ଧରାଇ ଦେବା ବି କେତେଦୂର ଠିକ୍ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Road Mishap Death Road Block Minor Boy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ