Advertisment

ଘରେ ତିଆରି କରିଛନ୍ତି ମ୍ୟୁଜିୟମ: ଫଟୋ ବଖାଣୁଛି ସ୍ମୃତି

ଯେଉଁଥିରେ ସାଇତା ହୋଇ ରହିଛି ୩୦ବର୍ଷର ସ୍ମୃତି ଓ ଅନୁଭୂତି ।

ଅଦ୍ୟତନ ହୋଇଛି
ଶ୍ୟାମାପ୍ରକାଶ ସେନାପତି

ଶ୍ୟାମାପ୍ରକାଶ ସେନାପତି

Advertisment

ପୁରୀ: ଏମିତି ଜଣେ ମଣିଷ ଯିଏ ଜୀବନକୁ ଭଲ ପାଆନ୍ତି, ସଂସ୍କୃତିକୁ ଭଲ ପାଆନ୍ତି । ନାଁ କମେଇଛନ୍ତି ଜଣେ କଲଚୁରାଲ ଆମ୍ୱାସଡର ଭାବେ। ଘରେ ତିଆରି କରିଛନ୍ତି ଏକ ମ୍ୟୁଜିୟମ। ଏଥିରେ ସାଇତିଛନ୍ତି ସ୍ମୃତି ଓ ଅନୁଭୂତି । ଭେଟନ୍ତୁ, ଏଇ ନିଆରା ମଣିଷ ଶ୍ୟାମପ୍ରକାଶଙ୍କୁ। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ପ୍ରଣବ ମୁଖାର୍ଜୀ, ବିଗ୍ ବି ଅମିତାଭ ବଚନ, ଡ୍ରିମ୍ ଗର୍ଲ ହେମାମାଳିନୀ, ଅଭିନେତା ଧର୍ମେନ୍ଦ୍ର, ସଂଗୀତଜ୍ଞ ଅନୁପ ଜଲୋଟା, ଅନୁରାଧା ପୋଡୁଓ୍ବାଲ ଓ ଓଡିଶାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଏଇଠି ରହିଛି ଫଟୋ । ଏହି ସବୁ ଫଟୋରେ ଜଣେ ବ୍ୟକ୍ତି ହିଁ ନଜରକୁ ଆସୁଛନ୍ତି । ଏ ହେଉଛନ୍ତି ନିଆରା ଜଣେ ବ୍ୟକ୍ତିତ୍ୱ ଶ୍ୟାମପ୍ରକାଶ ସେନାପତି ।

Advertisment

ପୁରୀ ବଳଗଣ୍ଡିରେ ତାଙ୍କର ବାସଭବନ। ଯେଉଁଠି ରହିଛି ଏକ ମିନି ମ୍ୟୁଜିୟମ। ଏହି ମ୍ୟୁଜିୟମକୁ ଶ୍ୟାମପ୍ରକାଶ ହିଁ ତିଆରି କରିଛନ୍ତି। ଯେଉଁ ଥିରେ ସାଇତା ହୋଇ ରହିଛି ୩୦ବର୍ଷର ସ୍ମୃତି ଓ ଅନୁଭୂତି । ଯେଉଁଠି ରହିଛି ଅନେକ ଫଟୋଚିତ୍ର। ବିଗ୍ ବି ଅମିତାଭ ବଚନଙ୍କ ସହ ଶ୍ୟାମପ୍ରକାଶ। କେବଳ ସେତିକି ନୁହଁ, ଡ୍ରିମ୍ ଗର୍ଲ ହେମାମାଳିନୀ, ଧର୍ମେନ୍ଦ୍ର,ସୁନୀଲ ଦତ୍ତ, ବିନୋଦ ଖାନା, ରାଜେଶ ଖାନା, ମିଥୁନ ଚକ୍ରବର୍ତ୍ତୀ, ଅକ୍ଷୟ କୁମାର, ଗୋବିନ୍ଦା, ଜୁହି ଚାଓ୍ବାଲା ପୁଣି ସଂଗୀତଜ୍ଞ ସୁରେଶ ଓ୍ବାଡେକର, ଉଷା ମଙ୍ଗେସକର, ଅନୁପ ଜଲୋଟା, ଅନୁରାଧା ପୋଡୁଓ୍ବାଲ, ଟି ଏନ ଶେଷାନ, ମେନକା ଗାନ୍ଧୀ, ଯୋଗଗୁରୁ ବାବା ରାମଦେବ ଓ ରବି ଶଙ୍କରଙ୍କ ଭଳି ଅନନ୍ୟ ପ୍ରତିଭାଙ୍କ ସହ ଫଟୋଚିତ୍ରକୁ ଘରେ ରଖିଛନ୍ତି ଶ୍ୟାମପ୍ରକାଶ।

କେବଳ ସେତିକି ନୁହେଁ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକ୍ରମରେ ଅତିଥି ଭାବରେ ହେଉ ବା ଉଦଘୋଷକ ଭାବେ ପ୍ରାୟ ୩ହଜାର ୫୦୦ବ୍ୟାଜକୁ ଆଜିବି ସେହିଭଳି ସାଇତି ରଖିଛନ୍ତି। ଗୋଟିଏ ଗୋଟିଏ ରୁମରେ ଅତି ସୁନ୍ଦର ଭାବରେ ସଜେଇ ରଖିଛନ୍ତି ଶ୍ୟାମପ୍ରକାଶ। ଏତିକିରେ ଅଟକି ଯାଇନି ଶ୍ୟାମଙ୍କ ଭିନ୍ନତା। ସେ ପିଲାଟି ବେଳୁ ବିଭିନ୍ନ ଦେଶର ମୁଦ୍ରା ଓ ଟଙ୍କାକୁ ଏହି ମ୍ୟୁଜିୟମରେ ସ୍ଥାନ ଦେଇଛନ୍ତି । ବହୁ ଭାରତୀୟ ମୁଦ୍ରାକୁ ମଧ୍ୟ ରଖିଛନ୍ତି।

Advertisment

ଶ୍ୟାମପ୍ରକାଶ ତାଙ୍କ ଅନନ୍ୟ ପ୍ରତିଭାକୁ ପ୍ରମାଣିତ କରିବା ପାଇଁ ପେପର କଟିଂ ସହ ପ୍ରମାଣପତ୍ରକୁ ମଧ୍ୟ ସାଇତି ରଖିଛନ୍ତି। ଆଉ ତାଙ୍କ ମାଆ ଓ ବାପା ଏହି ସବୁ ପ୍ରତିଭାର ପ୍ରେରଣା ଥିଲେ । ବାପାମାଆଙ୍କ ସ୍ମୃତିରେ ଅଭିନନ୍ଦନିକା ନାମକ ଏକ ପତ୍ରିକା ପ୍ରକାଶ କରୁଛନ୍ତି ସେ। ଇଚ୍ଛା କରିଛନ୍ତି, ଲିମିକା ବୁକ୍ ଅଫ ରେକର୍ଡସ, ଗିନିସ ବୁକ୍ ଅଫ୍ ରେକର୍ଡସରେ ସ୍ଥାନିତ ହେବା ପାଇଁ। ସେ ହେଉଛନ୍ତି ଏକାଧାରରେ ଜଣେ ସାହିତ୍ୟିକ, କବି, ପ୍ରାବନ୍ଧିକ, ସଂସ୍କୃତି ସଂଗଠକ ଓ ସାଂସ୍କୃତିକ ମଞ୍ଚର ଉଦଘୋଷକ। ଆଉ ସବୁଠାର ବଡକଥା ହେଉଛି, ଶ୍ୟାମପ୍ରକାଶ ଜଣେ ଚଲତା ବୁଲତା ମିନି ଡାଇରେକ୍ଟରୀ। ଭାରତବର୍ଷର ଅନେକ ବ୍ୟକ୍ତି ଓ ବ୍ୟକ୍ତିତ୍ୱଙ୍କ ଫୋନ ନମ୍ବର ଶ୍ୟାମଙ୍କ ନିକଟରେ ରହିଥାଏ।

ରିପୋର୍ଟ: ମଧୁସୂଦନ ମିଶ୍ର

Puri Mini Museum
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ