Advertisment

ଚିଲିକାରେ ବିଦେଶୀ ଅତିଥିଙ୍କ ସମାଗମ: ମଙ୍ଗଳାଯୋଡ଼ି, ନଳବଣରେ ୫୦ରୁ ଅଧିକ ପ୍ରଜାତିର ପକ୍ଷୀ

ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା ଥିବାରୁ ଏଥିପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Migratory birds start arriving in Chilika Lake as winter sets in

Migratory birds start arriving in Chilika Lake as winter sets in

Advertisment

ଶୀତ ଆସୁ ଆସୁ ହସିଲାଣି ଚିଲିକା...ବିହଙ୍ଗଙ୍କ କିଚିରି ମିଚିରି କାକଳିରେ ମିଶିଲାଣି ବିଦେଶୀ ସୂର...ସୋବଲ, ନର୍ଦନ ପିଣ୍ଟେଲ, ଗଡଉଇଟ୍, ବ୍ଲାକ୍ ହୁଇସିଲିଙ୍ଗ, ଟିଲ୍, ଜାକ୍ନା, ମୋରେନ୍...ଚିଲିକାର ମଙ୍ଗଳା ଯୋ଼ଡ଼ି ଓ ନଳବଣରେ ଏବେଠୁ ଦେଖିବାକୁ ମିଳିଲାଣି ଏମିତି ୫୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ଉପସ୍ଥିତି। ସେ ଭିତରୁ ହଜାର ହଜାର ମାଇଲ୍ ଅତିକ୍ରମ କରି କିଏ ସୁଦର ସାଇବେରିଆରୁ ଆସିଛି ତ କିଏ ମାଲେସିଆ, ମଙ୍ଗୋଲିଆ, କାଜାଖସ୍ତାନ, ଋଷିଆ ଭଳି ଦେଶରେ ଏବେ ପଡୁଥିବା ପ୍ରବଳ ଥଣ୍ଡାରୁ ବର୍ତ୍ତିବାକୁ ଚିଲିକାର କୁଣିଆ ସାଜିଛି। ଆଉ ଏମାନଙ୍କ ଆଗମନ ସହ ମରାଳ ମାଳିନୀ ଚିଲିକାର ସୁନ୍ଦରପଣରେ ବିଭୋର ହେବାକୁ ପକ୍ଷୀପ୍ରେମୀ ବି ଭିଡ଼ କଲେଣିି।

Advertisment

ପ୍ରତିବର୍ଷ ଶୀତ ଦିନେ ଚିଲିକାକୁ ପ୍ରାୟ ୨ ଶହ ପ୍ରଜାତିର ପକ୍ଷୀଙ୍କ ଆଗମନ ହୁଏ ପାଗ ଅନୁକୂଳ ଥିବାରୁ ଏଥର ଆହୁରି ଅଧିକ ପ୍ରଜାତିର ପକ୍ଷୀଙ୍କ ସମାଗମ ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ଆଶା କରାଯାଉଛି। ତେଣୁ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ କ୍ଷତି ସହିଥିବା ପର୍ଯ୍ୟଟନ ଉପରେ ନିର୍ଭରଶୀଳ ବିଭିନ୍ନ ସଂସ୍ଥା ଏଥର ଭଲ ରୋଜାଗାର ଆଶାରେ ଡଙ୍ଗା ପ୍ରସ୍ତୁତି କାମ ଆରମ୍ଭ କରିଦେଇଛନ୍ତି।

ଏପଟେ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ସହ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା ଥିବାରୁ ଏଥିପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହାଭିତରେ ୨୦ଟି କ୍ୟାମ୍ପ କରାଯାଇ ବନକର୍ମଚାରୀ ଓ ପକ୍ଷୀ ସୁରକ୍ଷା ସମିତି ସହ ମିଶି ଶିକାରୀଙ୍କ କବଳରୁ ପକ୍ଷୀଙ୍କୁ ସୁରକ୍ଷା ଦେବା କାମ ଆରମ୍ଭ ହୋଇଯାଇଛି।

Advertisment
Chilika
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ