Advertisment

ପାରା ଖାଇଲେ ଖାଇବେ, ପାରା ଶୋଇଲେ ଶୋଇବେ ! ପକ୍ଷୀ ପ୍ରେମରେ ତିନି ଭାଇ

ତିନି ଭାଇଙ୍କ ହୃଦୟରେ ଘର କରିଛନ୍ତି ଶହ ଶହ ପାରା । ବରା ଦୋକାନଟିଏ କରିଛନ୍ତି । ତଥାପି ମାସକୁ ପାରାଙ୍କ ପାଇଁ୧୦ ରୁ ୧୨ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
dhenkanal

dhenkanal

ଢ଼େଙ୍କାଦାଳ( ରାଜଶ୍ରୀ ଶତପଥୀ ) : ପାରା ଖାଇଲେ ଖାଇବେ । ପାରା ବସାକୁ ଫେରିବା ପରେ ଯାଇ ଶୋଇବେ । ଆଉ ଯଦି ପାରାଙ୍କ ଦେହ ଖରାପ ହେଲା ତା’ହେଲେ ତ କଥାସରିଲା। । ଧଳାପାରା, ସୁନେଲିପାରା, କଳାପାରା, ଛିଟପାରା ଏହିଭଳି ଅନେକ ପ୍ରଜାତିର ପ୍ରାୟ ଅଢେଇ ଶହରୁ ଅଧିକ ପାରା ଅଛନ୍ତି । ଆଉ ସେମାନଙ୍କ ପ୍ରେମରେ ପଡିଛନ୍ତି ଢେଙ୍କାନାଳ ସହରର ଜଳଖିଆ ବ୍ୟବସାୟୀ ମହେଶ, ତାଙ୍କ ଭାଇ ଶଙ୍କର ଓ ଜିତେନ୍ଦ୍ର। ପାରାମାନେ ନ ଖାଇଲେ ସେମାନଙ୍କ ପେଟକୁ ଦାନା ଯାଏନି ।

Advertisment

ପାରା ଗୁଡ଼ିକ ବି ସ୍ନେହସରାଗ ପାଇଁ ମଣିଷକୁ ଆପଣାର କରିଛନ୍ତି । ଘର ଛାତ ଉପରେ ବସି ପାରା ଗୁଡ଼ିକ ସବୁବେଳେ ଘୁମୁରୁ ଥାଆନ୍ତି। ମନେ ମନେ ଡାକୁଥାଆନ୍ତି । ତିନି ଭାଇ ଆସ ଆମକୁ ଚଣା, ବୁଟ, ଗହମ, ଶୋରିଷ ଖାଇବାକୁ ଦିଅ, ପିଇବାକୁ ପାଣି ଦିଅ । ଆଉ ତୁମ ହାତରେ ଏ ଅନନ୍ତ ନୀଳ ଆକାଶକୁ ଚାହିଁ ଦୂର ଦିଗବଳୟକୁ ଉଡ଼େଇ ଦିଅ ।

ଢେଙ୍କାନାଳ ସହରରେ ତିନି ଭାଇ ମହେଶ, ଶଙ୍କର ଓ ଜିତେନ୍ଦ୍ର ତିନି ଭାଇ । ତିନି ଭାଇଙ୍କ ହୃଦୟରେ ଘର କରିଛନ୍ତି ଶହ ଶହ ପାରା। ଆଉ ନିଜ ଛାତରେ ତାଙ୍କ ପାଇଁ ଗୁମୁଟି ତିଆରି କରିଛନ୍ତି । ସେଇଠି ତିନି ଭାଇ ମିଶି ପାରା ପାଳିଛନ୍ତି। ଖାଇବାକୁ ଦେଉଛନ୍ତି, ପାଖକୁ ଡାକୁଛନ୍ତି। ହାତରେ ଆଉଁଶି ଦେଉଛନ୍ତି । ପରିବାର ଲୋକଙ୍କ ପରି ସେବା ଯତ୍ନ କରୁଛନ୍ତି। ଦେହପା ହେଲେ ଔଷଧ ବି ଦେଉଛନ୍ତି । ସେମାନେ ଯୁଆଡ଼େ ବିବ ପାରା ଧରି ଆସନ୍ତି।

Advertisment

ଢେଙ୍କାନାଳ ସହରରେ ତିନି ଭାଇ ଦକ୍ଷୀଣକାଳି ରୋଡରେ ଏକ ଛୋଟ ଜଳଖିଆ ଦୋକାନଟିଏ ଦେଇଛନ୍ତି । ଢେଙ୍କାନାଳରେ ବିରି ବରା ବେଶ୍ ଲୋକପ୍ରିୟ। ଆଉ ସେଇଥି ପାଇଁ ସେମାନଙ୍କ ପ୍ରବଳ ଭିଡ଼ ଜମେ। ଆଉ ଜଳିଖିଆ ଦୋକାନରୁ ଯାହା ଦୁଇ ପଇସା ହେଉଛି ସେଥିରେ ଘରେ ଚଳୁଛି। ତାରି ଭିତରୁ ପାରାମାନଙ୍କ କଥା ବୁଝିବାକୁ ମାସକୁ ୧୦ ରୁ ୧୨ ହଜାର ଟଙ୍କା ଖର୍ଚ୍ଚ ବି କରୁଛନ୍ତି ।

ଏ ତିନି ଭାଇଙ୍କର ପାରା ପାଳିବା ନିଶା ପାଇଁ ପିଲା ଦିନୁ ଘରେ ଗାଳି ଶୁଣିଥିଲେ। ବାପା ମା ଆକଟ ବି କରିଥିଲେ। ହେଲେ ଲୁଚେଇ ଲୁଚେଇ ଏତେ ପାରା କରିଦେଇଥିଲେ ଯେ, ଏବେ ଆଉ ବାପା ମା ସେଥିକୁ ବାରଣ କରୁ ନାହାନ୍ତି ବରଂ ଏମାନଙ୍କୁ ଆଦରି ନେଇଛନ୍ତି। କଥାରେ ଅଛି ପାରା ଶାନ୍ତିର ପ୍ରତିକ। ସେଇଥି ପାଇଁ ଏ ଘରଟି ସେତେ ସୁଖ ଶାନ୍ତିରେ ଚଳୁଛି।

ଇଛା ଥିଲେ ସବୁ କିଛି କରିବା ଗୋଟିଏ ଛୋଡ଼ ବରା ଆଳୁଚପ୍ ଦୋକାନରୁ ମାସକୁ କେତେ ଟଙ୍କା ହେଉଥିବ । ହୁଏତ ସେତିକିରେ ପରିବାର ଚଳିବା କାଠିକର ପାଠ। କିନ୍ତୁ ତା ସତ୍ୱେ ବି ତିନିଭାଇ ଶହ ଶହ ପାରାଙ୍କୁ ଆଦରି ନେଇଛନ୍ତି। ପାରା ନ ଖାଇଲେ ସେମାନେ ଖାଆନ୍ତିନି କି ପାରା ଭାଡ଼ିକୁ ନ ଫେରିଲେ ଏମାନେ ଶୁଅନ୍ତିନି । ଏପରି ପାରାପ୍ରେମୀ ମଣିଷଙ୍କୁ ସତରେ ଅଶେଷ ଅଶେଷ ଧନ୍ୟବାଦ ।

Special Story
Advertisment
Advertisment